Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-04-2023 (Kids Special)
Share:

By Village Missionary Movement

Sunday, 09-Apr-2023

ଆଜିର ବାକ୍ୟ (Oriya) 09-04-2023 (Kids Special)

 

ବିଜୟୀ ହେବା

 

“ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,” - ଯୋହନ 11:25

               

ହାଇ ପିଲାମାନେ, ଭଲ ଅଛ କି ? ତୁମ୍ଭର ପରୀକ୍ଷା ସରିଲା କି ? କିଛି ଛାତ୍ରଙ୍କର ପରୀକ୍ଷା ଚାଲିଛି ଏବଂ ଆଉ କିଛି ଛାତ୍ର ପରୀକ୍ଷା ଫଳ ଅପେକ୍ଷାରେ ଅଛନ୍ତି !ଯାହାହେଉନା କାହିଁକି ଯଦି ଯୀଶୁବାପା ତୁମ୍ଭ ସହ ରହନ୍ତି ତେବେ ବିଜୟୀ ତୁମ୍ଭର ଅଟେ !ଯୀଶୁଖ୍ରୀଷ୍ଟ ମୃତ୍ୟୁ, ଶଇତାନଙ୍କୁ ଜୟ କରି ପୁନର୍ବାର ସମାଧିରୁ ଉଠିବା ଦିନକୁ ହିଁ ପୁନରୁଥାନ ପର୍ବ ରୂପେ ପାଳନ କରାଯାଏ !ହାପିରେ ଅଛ କି ? ତୁମ ସହ ରହିଥିବା ବ୍ୟକ୍ତି ଯଦି କେହି କଷ୍ଟରେ ଥିଲେ ତାହାଙ୍କୁ ହାପି ଏଷ୍ଟେର କହି, ତୁମ୍ଭେ ଯାହା ପାରୁଛ ସେତିକି ସାହାଯ୍ୟ କର !ଠିକ ଅଛି ପିଲାମାନେ ?

       

ଜଣେ ଷଣ୍ଡେ ସ୍କୁଲ ଶିକ୍ଷୟତ୍ରୀ ତାର ସିନିୟର ଛାତ୍ରଙ୍କ ସହିତ କହିଲା, ଆସନ୍ତା ସପ୍ତାହ ଆସିବା ବେଳେ ମାର୍କ ସତର ଅଧ୍ୟାୟ ପଡିକି ଆସିବ !ପିଲାମାନେ ଯିବା ରାସ୍ତାରେ ଭାବନା କଲେ କି, ସ୍କୁଲରେ ଦିଆ ଯାଇଥିବା ହୋମ ୱାର୍କ କରିବାକୁ, ପରୀକ୍ଷା ନିମନ୍ତେ ପଢିବାକୁ ହିଁ ସମୟର ଅଭାବ ହେଉଛି, କ'ଣ ଏହା ମଧ୍ୟ ପଡ଼ିବାକୁ ପଡ଼ିବ କି ? ପିଲାମାନେ, ପାଠ ପଡ଼ିବା ଯେତିକି ଗୁରୁତ୍ୱ କି ଷଣ୍ଡେ ସ୍କୁଲରେ କହୁଥିବା ପବିତ୍ର ବାଇବଲର ପାଠ ତାହାଠୁ ଅଧିକ ଗୁରୁତ୍ୱ ଅଟେ !ଏହି ବିଷୟରେ ଅନେକଙ୍କୁ ଜଣାନ ଥିବା ହେତୁ, ଛୋଟ ବୟସରେ ହିଁ ଶଇତାନର ଫାନ୍ଦରେ ଛନ୍ଦି ହୋଇ ଦାସତ୍ୱ ପିଲା ରୂପେ ବଦଳି ଯାଉଛନ୍ତି !ତୁମ୍ଭେ ସମସ୍ତେ ଉତ୍ତମ ପିଲାମାନେ ତ, ସୁପର !

             

ଆର ରବିବାର ଆସିଗଲା !ଶିକ୍ଷୟତ୍ରୀ ପଚାରିଲା, କିଏ କିଏ ମାର୍କ ସୁସମାଚାର ପଢିଲ , ସଙ୍ଗେସଙ୍ଗେ ସମସ୍ତେ ହାତ ଉପରକୁ ଉଠାଇ ଦେଲେ !ଶିକ୍ଷୟତ୍ରୀ ହସିହସି କହିଲା, ମାର୍କ ସୁସମାଚାରରେ ଷୋହଳ ଅଧ୍ୟାୟ ହିଁ ଅଛି ତ ?ସମସ୍ତେ ଲଜ୍ୟାରେ ମୁଣ୍ଡ ତଳକୁ କଲେ !ସପ୍ତାହର ପ୍ରଥମ ଦିନର ପାହାନ୍ତିଆରେ ସୂର୍ଯ୍ୟ ଉଦୟ ସମୟରେ ଯୀଶୁଖ୍ରୀଷ୍ଟଙ୍କ ସମାଧିଟି ଖୋଲା ହୋଇଅଛି !ଯୀଶୁ ପୁନର୍ବାର ଉଠିଲେ !ସେ ଏଠାରେ ନାହାନ୍ତି, ଏହି ଶୁଭବାର୍ତ୍ତା ମାର୍କ ସୁସମାଚାର ଷୋହଳ ପର୍ବରେ ଅଛି, ତାହାକୁ କାହାଣୀ ମାଧ୍ୟମରେ କହିଲେ !ସମସ୍ତଙ୍କ ହୃଦୟରେ ପୁନରୁଥାନ ମହିମାର କାର୍ଯ୍ୟ ହେବାକୁ ଆରମ୍ଭ ହେଲା !ଛାତ୍ରମାନେ କହିଲେ ଟିଚେର ଆମେ ଏବେ ହିଁ ମାର୍କ ସୁସମାଚାର ଷୋହଳ ଅଧ୍ୟାୟ ପଡ଼ିବୁ !ଶିକ୍ଷୟତ୍ରୀ ମଧ୍ୟ ଉତ୍ତମ ରୂପେ ଆନନ୍ଦିତ ହେଲେ !ସମସ୍ତେ ବ୍ୟକ୍ତିଗତ ଭାବେ ଯୀଶୁବାପାଙ୍କୁ ସ୍ୱାଦ ଚାଖିବା ଆରମ୍ଭ କଲେ !ପାପକୁ ସ୍ୱୀକାର କରି ପୁନର୍ବାର ଉଠିଥିବା ଯୀଶୁଙ୍କ ହସ୍ତରେ ନିଜକୁ ସମର୍ପିତ ହେଲେ !ସେ ଦିନ ହିଁ ପ୍ରତ୍ୟେକ ଜଣଙ୍କୁ ହୃଦୟରେ ପର୍ବର ମାହୋଲ ଅସିଲା !ସମସ୍ତେ ଅଡବାନସ ହାପି ଏଷ୍ଟେର କହିଲେ !ହେ ଛୋଟ ପିଲାମାନେ, ତୁମ ସମସ୍ତଙ୍କୁ "ପୁନରୁଥାନର ଅଭିନନ୍ଦନ" ବୋଲି ଟିଚେର କହିଲେ !

         

ପ୍ରିୟ ଭାଇ ଓ ଭଉଣୀ ଗଣ, ଆପଣା ଜୀବନରେ ମଧ୍ୟ ପୁନରୁଥାନ ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ମହିମା ଦେଖିବାକୁ ଆଶା ହେଉଛ କି !ତୁମ୍ଭ ମାନଙ୍କ ପାପ ନିମନ୍ତେ କୃଶକୁ ବହନ କରିଥିବା, ଉଦ୍ଧାର କର୍ତ୍ତାଙ୍କୁ ତୁମ୍ଭ ହୃଦୟକୁ ଆମନ୍ତ୍ରଣ କଲେ, ସେ ତୁମକୁ ଶେଷ ପର୍ଯ୍ୟନ୍ତ ବହନ କରି ବିଜୟୀ ଭାବେ ବଞ୍ଚିବାକୁ, ଆପଣଙ୍କୁ ସାହାଯ୍ୟ କରିବେ !ହାଲ୍ଲେଲୁୟା !

- ଶ୍ରୀମତୀ ଜିୱା ବିଜୟୀ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al