By Village Missionary Movement
Friday, 07-Apr-2023ଆଜିର ବାକ୍ୟ (Oriya) 07-04-2023
ସମାପ୍ତ ହେଲା
“ସେଥିରେ ଯୀଶୁ ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ ।“ - ଯୋହନ 19:30
ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ଷଷ୍ଠ କଥା :-
କୃଶରେ ଝୁଲୁଥିବା ଯୀଶୁଖ୍ରୀଷ୍ଟ ସାତଟି (୭ )କଥା ମଧ୍ୟରେ ଷଷ୍ଠ କଥା ହେଉଛି "ସମାପ୍ତ ହେଲା "!କ'ଣ କ'ଣ ସମାପ୍ତ ହେଲା ଦେଖିବା କି ?
(1). ଇଶ୍ୱର ପୁତ୍ରଙ୍କର ମାନବ ଯାତ୍ରା ସମାପ୍ତ ହେଲା !ଆଦାମ ଓ ହବା କରିଥିବା ପାପକୁ ଅପସାରଣ କରିବାକୁ, ମଣିଷ ରୂପରେ ଅବତରଣ କରି, ମଣିଷମାନଙ୍କୁ ପରିତ୍ରାଣ କରିବାକୁ ପ୍ରାୟଚିତ୍ତ ରୂପେ ବଳି ହେବା ସମାପ୍ତି ହେଲା !
(2). ଦୀର୍ଘ ଦର୍ଶନ ସମ୍ପୂର୍ଣ୍ଣ କରିବା ସମାପ୍ତି ହେଲା !ମୋଶାଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଭକ୍ତାଙ୍କ ପର୍ଯନ୍ତ ଲେଖା ଯାଇଥିବା ଶାସ୍ତ୍ର ଗୁଡିକ ସମ୍ପୂର୍ଣ୍ଣ ହୋଇ ସମାପ୍ତି ହେଲା !
(3).ପିତା ପରମେଶ୍ୱର ଦେଇଥିବା ଦାଇତ୍ୱ ସମାପ୍ତି ହେଲା !ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ କହିଲେ, ମୋତେ ପଠାଇଥିବା ବ୍ୟକ୍ତିଙ୍କର ଇଚ୍ଛାକୁ ସମ୍ପୂର୍ଣ୍ଣ କରିବା, ତାହାଙ୍କ କାର୍ଯ୍ୟ ସମାପ୍ତ କରିବା ହିଁ ମୋର ଭଜନ ହୋଇଅଛି !ପରିତ୍ରାଣର ପ୍ରଣାଳୀ,କ୍ରୁଶବିଦ୍ଧ ଦ୍ଵାରା ପୂର୍ଣ୍ଣ ହେଲା !ସେଥିପାଇଁ ଯୋହନ :-17:4 ରେ ଯୀଶୁଖ୍ରୀଷ୍ଟ ଧୌର୍ଯ୍ୟରେ କହନ୍ତି,ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି !
ଧର୍ମଶାସ୍ତ୍ର ପୂର୍ଣ୍ଣ କରିବାକୁ ଆସିଅଛି ବୋଲି କହିଥିବା ଯୀଶୁଖ୍ରୀଷ୍ଟ କୃଶରେ ସେହି କଥାକୁ ପୂରଣ କଲେ !ଧର୍ମଶାସ୍ତ୍ର ଅନୁସାରେ ସମସ୍ତ ଦ୍ରବ୍ୟକୁ ରକ୍ତ ଦ୍ଵାରା ସୁଦ୍ଧି କରାଯାଏ, ବିନା ରକ୍ତରେ ପାପ କ୍ଷମା ହୁଏ ନାହିଁ !ଏହି ବାକ୍ୟ ଅନୁସାରେ ତାହାଙ୍କ ନିଜସ୍ୱ ରକ୍ତକୁ ଦେଇ ପାପ କ୍ଷମା ଆମକୁ ଅନୁଗ୍ରହ କରି ତାହାଙ୍କ ମହାନ କାର୍ଯ୍ୟକୁ ଶେଷ କଲେ !ଏହି ପ୍ରକାରରେ ଯୀଶୁଖ୍ରୀଷ୍ଟ ସବୁକିଛିକୁ ସମ୍ପୂର୍ଣ୍ଣ କରି 'ସମାପ୍ତ'ହେଲା କହିଲେ !ତାହା ଦୁଃଖର ସ୍ୱର ନୁହେଁ !ବିଜୟୀର ଚିତ୍କାର ଅଟେ,ପରମେଶ୍ୱରଙ୍କ ଇଚ୍ଛାକୁ ପୂରଣ କଲି ବୋଲି ରିଲିଫ ଅଟେ !
ତାହାଙ୍କ ଜୀବନର ବାଜିଟି ଶେଷ କରିବା ସମୟରେ କିଛି ବ୍ୟକ୍ତି ବିଶେଷ କହିଥିବା କଥାକୁ ଦେଖିବା :-ଇଶ୍ୱର ନାହାନ୍ତି ବୋଲି ଜୀବନ ଯାପନ କରିଥିବା ୱାଲଟେଏର, ସେ ତାଙ୍କ ମୃତ୍ୟୁ ଶଯ୍ୟାରେ ଥିବା ବେଳେ ମନୁଷ୍ୟ ଏବଂ ଇଶ୍ୱର ଦେଇଥିବା ହାତଛଡା କରିବା ଅବସ୍ଥାକୁ ଆସିଗଲି !ନର୍କ ମୁଖକୁ ଚାଲିଯାଉଛି ବୋଲି ଚିତ୍କାର କରି ବିଳାପ କଲା !
ସୁସମାଚାର ନିମନ୍ତେ ପୃଥିବୀ ସାରା ଉପଯୋଗ ହେଉଥିବା ଅନେକେ ଯୀଶୁଙ୍କ ନିକଟକୁ କଢାଇ ନେଇଥିବା ଇଶ୍ୱରଙ୍କ ଦାସ ଡି. ଏଲ. ମୋଡି, ଆନନ୍ଦରେ କହିଲେ,ତାଙ୍କ ଜୀବନର ଶେଷ ଦିନରେ ଏହା ମୃତ୍ୟୁର ଦିନ ନୁହେଁ, ଅଭିଷେକର ଦିନ ଅଟେ, ମୋ ଯୀଶୁଖ୍ରୀଷ୍ଟ ମୁକୁଟକୁ ଧରି ମୋ ନିମନ୍ତେ ଅପେକ୍ଷାରେ ଅଛନ୍ତି !
ଆମେ ଆମ ଜୀବନର ଶେଷ ଦିନରେ କିପରି ପୂରଣ କରିବାକୁ ଯାଉଛୁ ? ଆଲୋଚନା କରି ଆଗକୁ ବଢିବା !
- ଶ୍ରୀମତୀ ୱାନାଜା ଵାଲରାଜ
ପ୍ରାର୍ଥନା ଅନୁରୋଧ :-
ଆମେନ୍ ଗ୍ରାମୀଣ ଟିବି କାର୍ଯ୍ୟରତ ଉତ୍ତମ ଅନୁଭୂତି ଥିବା ଟେକ୍ନିସିଆନମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.