Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-03-2023
Share:

By Village Missionary Movement

Saturday, 18-Mar-2023

ଆଜିର ବାକ୍ୟ (Oriya) 18-03-2023

 

ଅପରିବର୍ତ୍ତନୀୟ ପ୍ରେମ

 

"ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ;...!" - ୧ ଯୋହନ 3:16

              

କିଛି ବର୍ଷ ପୂର୍ବେ ଜଣେ ହତ୍ୟାକାରୀ ଯୁବକକୁ ନ୍ୟାୟାଳୟ ହତ୍ୟା ଦଣ୍ଡରେ ଦଣ୍ଡିତ କରି, କାରାଗାରରେ ବନ୍ଦୀ କରି ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା !ସେହି ସମୟରେ ଜଣେ ପ୍ରଭୁଙ୍କର ସେବକ, ତାଙ୍କ ନିକଟକୁ ଯାଇ ଯୀଶୁଙ୍କର ପ୍ରେମ ବିଷୟରେ ତାହାଙ୍କୁ ଜଣାଇଲା !ପୁଅ, ଏହି ଜଗତ ତୁମକୁ ହତ୍ୟାକାରୀ ବୋଲି ମୃତ୍ୟୁ ଦେଇ ଆସେ, ମୃତ୍ୟୁ ପରେ ତୁମ୍ଭ ଆତ୍ମାର ଅବସ୍ଥା କଣ ? ତୁମ୍ଭକୁ ସୃଷ୍ଟି କରିଥିବା ବ୍ୟକ୍ତି ତତେ ଖୋଜିଖୋଜି ଆସିବା ବ୍ୟକ୍ତି, ଯୀଶୁଖ୍ରୀଷ୍ଟ କୃଶରେ ତୋ ନିମନ୍ତେ ରକ୍ତ ଝରାଇ ତତେ ପ୍ରେମ କରୁଛନ୍ତି !ଏପରି କହିବାବେଳେ ତାହାଙ୍କ ଆଖିରୁ ଲୁହ ଝରିଲା !ସେ ସେହି ଦିନ ତାର ହୃଦୟକୁ ପ୍ରଭୁଙ୍କର ନିମନ୍ତେ ସମର୍ପଣ କଲା !ତାହାଙ୍କ ହୃଦୟରେ ମହାନ ସମାଧାନତାର ଜାଗରଣ ହେଲା !ଦଣ୍ଡ ବିଧାନର ଦିନ ପାଖେଇ ଅସିଲା !ଶେଷରେ ସେ ଶିଖିଥିବା ଗୀତଟିକୁ ଗାଇଗାଇ ଆନନ୍ଦରେ ସେହି ଦଣ୍ଡକୁ ଗ୍ରହଣ କରିବାକୁ ଗଲା !ଯୀଶୁ ମୋତେ ପ୍ରେମ କରୁଛନ୍ତି, ଯୀଶୁ ମୋତେ ପ୍ରେମ କରୁଛନ୍ତି, ଯୀଶୁ ମୋତେ ପ୍ରେମ କରିବାକୁ ମୁଁ କେତେ ବଡ଼ ଭାଗ୍ୟ କରିଅଛି, ନୀଚ ହୋଇଥିବା ମୋତେ ଯୀଶୁ ପ୍ରେମ କରୁଛନ୍ତି !ଏହାକୁ ଗ୍ରହଣ କରି ତାହାଙ୍କ ପ୍ରେମର ହସ୍ତରେ ଉତ୍ସାହରେ ଭରପୂର ହେବି !

      

ଆମେ ପବିତ୍ର ବାଇବଲର ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ପ୍ରେମକୁ ଦେଖି ପାରିବା !କୃଶରେ ତାହାଙ୍କ ତ୍ୟାଗପୂତ ପ୍ରେମକୁ ଦେଖୁଛୁ !ସେହି ପ୍ରେମ ପଥର ପରି ହୃଦୟକୁ ତରଲାଇ ପାରିବା କାଲବରୀ ପ୍ରେମ !ପୃଥିବୀକୁ ଯୀଶୁଖ୍ରୀଷ୍ଟ ମଣିଷ ରୂପରେ ଆସିବା ବେଳେ ସମସ୍ତଙ୍କୁ ପ୍ରେମ କଲେ !କିଛି ଲୋକ ତାହାଙ୍କ ପ୍ରେମ ବଦଳରେ ପ୍ରେମ ହିଁ ଦେଲେ !ଲୁକ ସୁସମାଚାର ଦଶ(10) ଅଧ୍ୟାୟରେ ମାର୍ଥା ଓ ମରିୟମ ଯୀଶୁଙ୍କୁ ନିଜ ଘରକୁ ଡାକିଲେ ବୋଲି ପଢୁଅଛୁ !ଲାଜାର ତାଙ୍କ ବନ୍ଧୁ ବୋଲି ନାମିତ ହେଲା !ଲାଜାର ରୋଗରେ ମୃତ୍ୟୁବରଣ ହେବାରୁ" ଯୀଶୁ କାନ୍ଦିଲେ"          

 (ଯୋହନ :-11:35) ରେ ପଢ଼ୁଛୁ !ତାହାଙ୍କ ଦୟା ପୁନର୍ବାର ତାହାଙ୍କୁ ଜୀବନରେ ଉଠାଇଲା !

          

ପୃଥିବୀରେ ଅନେକ ପ୍ରେମ ଅଛି !କିଛି ନକଲି ପ୍ରେମ, କିଛି ସ୍ୱାର୍ଥପର ପ୍ରେମ, କିଛି ଅଭିନୟର ପ୍ରେମ,ମାତ୍ର କାଲବରୀ ପ୍ରେମ ମହାନ ତ୍ୟାଗ ପୂତର ପ୍ରେମ, ପବିତ୍ର ଓ ଦୟାର ପ୍ରେମ, ପ୍ରକୃତ ପ୍ରେମ ଅଟଇ !ପ୍ରିୟ ପ୍ରଭୁଙ୍କର ସନ୍ତାନ ଗଣ, ପ୍ରେମ ବିହୀନ ଏହି ଜଗତରେ ଅନାଥଙ୍କ ପରି ରହୁଛି ବୋଲି ଭାବନା କରୁଛ କି ? ସେହି କାଲବରୀର କୃଶ ଆଡକୁ ଅନାଅ !ସେଠାରେ ସେ ତାହାଙ୍କ ବହୁମୂଲ୍ୟ ରକ୍ତକୁ ଝରାଇ ତୁମ୍ଭଙ୍କୁ ପ୍ରେମ କରୁଛନ୍ତି !ଅପବେୟ ପୁତ୍ରଙ୍କ ସଦୃଶ୍ୟ ପଛକୁ ଫେରିଯିବା ଅବସ୍ଥାରେ, ଆଜି ତୁମ୍ଭେ ଥିବାବେଳେ ମଧ୍ୟ,ତୁମ୍ଭଙ୍କୁ ଯୀଶୁ ପ୍ରେମ କରୁଛନ୍ତି !ତାହାଙ୍କ ନିକଟକୁ ଯାଇ ତୁମ୍ଭ ଜୀବନକୁ ସମର୍ପଣ କରିବ କି ?ଯୀଶୁଖ୍ରୀଷ୍ଟ ହୋଇଥିବା ତାହାଙ୍କ ଠାରେ, ତାହାଙ୍କ ରକ୍ତରେ ପାପର କ୍ଷମା ଓ ପରିତ୍ରାଣ ଆମକୁ ରହିଅଛି !

- ଶ୍ରୀମତୀ ଜାବାଗାନି ଶେଖାର

 

ପ୍ରାର୍ଥନା ଅନୁରୋଧ :-

ଆମ ମୁଖ୍ୟ କାର୍ଯାଳୟରେ ଭୋକିଲାକୁ ଖାଦ୍ୟ ଯୋଗାଇବା ପ୍ରଣାଳୀକାରେ ଆଦର କରୁଥିବା ବ୍ୟକ୍ତିମାନେ ପ୍ରଭୁଙ୍କର ପ୍ରେମକୁ ସ୍ୱାଦ ଚାଖିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al