Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-03-2023
Share:

By Village Missionary Movement

Friday, 17-Mar-2023

ଆଜିର ବାକ୍ୟ (Oriya) 17-03-2023

 

ଅନୁସରଣ କର

 

"...ପରିତ୍ୟାଗ କରେ,ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ ।“ - ମାଥିଉ 19:29

          

ଗୋଟିଏ ଶ୍ରେଣୀର ବିଦ୍ୟାର୍ଥୀ ସେ ମୁଁ ସବୁକିଛି ଜାଣିଛି ବୋଲି ଗର୍ବିତ ହୋଇ ଶିକ୍ଷକମାନଙ୍କୁ ସମାଲୋଚନା କରୁଥାଏ !ଦିନେ ଜଣେ ଶିକ୍ଷକ ସେହି ବିଦ୍ୟାର୍ଥୀକୁ ଦେଖି କଳାପଟାରେ ଏକ ହଜାର (1000) ସଂଖ୍ୟାଟି ଲେଖି ଏହାକୁ ପଡ଼ କହିଲା !ସେହି ବିଦ୍ୟାର୍ଥୀ ଉଠି ତାହା ଏକ ହଜାର କହି ପଡିଲା !ପୁନର୍ବାର ଆଉ ଏକ ଶୂନ ଲେଖି ଏହା କେତେ ବୋଲି ପଚାରିଲା !ବିଦ୍ୟାର୍ଥୀ କହିଲା ତାହା ଦଶ ହଜାର !ପୁନର୍ବାର ଆଉ ଏକ ଶୂନକୁ ଏକ ସଂଖ୍ୟାର ପୂର୍ବରୁ ଲେଖି ଏବେ ଏହାକୁ ପଢ଼ କହିଲା !ସେହି ବିଦ୍ୟାର୍ଥୀ କହିଲା, ତାହା ଦଶ ହଜାର !ଶିକ୍ଷକ ସଙ୍ଗେ ସଙ୍ଗେ କହିଲା, କମ ମୂଲ୍ୟ ବିଶିଷ୍ଟ ସଂଖ୍ୟା ଘନ ସଂଖ୍ୟା ଆସିଲେ ତାହାର ମୂଲ୍ୟ ବଢିବ !ଯଦି ସେହି ସଂଖ୍ୟାଟି ତାହା ପୂର୍ବରୁ ଆସିଲେ ତାହାର ମୂଲ୍ୟ କମିଯିବ !ଶିକ୍ଷକ କହିଲେ,ଶିକ୍ଷକ ଓ ଛାତ୍ରଙ୍କର ସମ୍ପର୍କ ମଧ୍ୟ ଏହା ସଦୃଶ୍ୟ ଅଟେ !

          

ତଦ୍ରୁପ ମାଟି ହୋଇଥିବା ଆମ୍ଭେମାନେ ମଧ୍ୟ ସର୍ବଶକ୍ତିମାନଙ୍କୁ ଅନୁସରଣ କଲେ, ଆମ୍ଭମାନଙ୍କର ମୂଲ୍ୟ ବଢିବ !ପିତର, ଏହି ଦେଖ ଆମ୍ଭେ ସବୁକିଛି ପରିତ୍ୟାଗ କରି ତୁମ୍ଭଙ୍କୁ ଅନୁସରଣ କରୁଥିବାରୁ ଆମକୁ କଣ ମିଳିବ ବୋଲି ପଚାରିବା ବେଳେ, ଯୀଶୁଖ୍ରୀଷ୍ଟ କହିଲେ,ମୋର ଅନୁସରଣ କାରୀ ତୁମ୍ଭେମାନେ ମୋ ସହିତ ସିଂହାସନରେ ଉପବିଷ୍ଟ ହେବ, ଏହା ଛଡା ଅନନ୍ତ ଜୀବନର ଅଧିକାରୀ ହେବ !କିନ୍ତୁ ଲୁସିଫର ପରମେଶ୍ୱରଙ୍କଠୁ ଆଗରେ ରହିବାକୁ ଇଚ୍ଛା କଲା !ସ୍ୱର୍ଗ ରାଜ୍ୟରୁ ଠେଲା ହେଲା !ଆମେ ଅଧିକ ପ୍ରଭୁଯୀଶୁଙ୍କୁ ଅନୁସରଣ କଲାବେଳେ ଅନନ୍ତ ଜୀବନର ଅଧିକାରୀ ହେବା !ଶତପ୍ରତିଶତ ପ୍ରତିଫଳ ପାଇବା !ଜଗତର ଜ୍ୟୋତି ହୋଇଥିବା ତାହାଙ୍କୁ ଅନୁସରଣ କଲାବେଳେ ସୂର୍ଯ୍ୟଙ୍କ ଆଲୋକ ସଦୃଶ୍ୟ ଥିବା !ଆମ ଆଲୋକ ନିକଟକୁ ଜନତା, ଆମ ଉଦୟ ନିକଟକୁ ରାଜାମାନେ ଆସିବେ !ସେଥିପାଇଁ ଆମେ କେବଳ ଗୋଟିଏ କାମ କରିବା ଉଚିତ, ଖ୍ରୀଷ୍ଟଙ୍କୁ ଆମ ସାମ୍ନାରେ ରଖି ଆମେ ତାହାଙ୍କ ପଛରେ ଯିବା !ମୋତେ ସବୁକିଛି ଜଣା, ଏହା ମୋର ସାଧ୍ୟ ବୋଲି ଖ୍ରୀଷ୍ଟଙ୍କୁ ପଛରେ ରଖି ଆମେ ଆଗକୁ ଯିବା ଉଚିତ ନୁହେଁ !

            

ପ୍ରିୟ ବନ୍ଧୁଗଣ, ଆପଣଙ୍କର ଜୀବନ କିପରି ଅଛି ? ଆଲୋକିତ, ମୂଲ୍ୟବାନ ହୋଇ ଅଛି କି ? କାରଣ ଖ୍ରୀଷ୍ଟ ତୁମ୍ଭଙ୍କୁ ତାଙ୍କ ନିକଟକୁ ଅନ୍ତର୍ଭୂକ୍ତ କରିବା !ଇଶ୍ୱର ତୁମ୍ଭ ଡାହାଣ ପାର୍ଶ୍ୱରେ ରହିବା ହେତୁ, ଏହି ବିଷୟକୁ ଭୁଲି ଯାଅ ନାହିଁ !ତୁମ୍ଭ ଜୀବନ ଅନ୍ଧାକାର, ମୂଲ୍ୟ ବିହୀନ ହୋଇ ଥିଲା ପରି ହେଲେ, ଆଜିହିଁ ପରିତ୍ରାଣ କର୍ତ୍ତା ଯୀଶୁବାପାଙ୍କୁ ତୁମ୍ଭ ଆଗରେ ରଖି ତାହାଙ୍କ ପଛରେ ତୁମ୍ଭେ ଯାଅ !ତୁମ୍ଭ ଜୀବନ ଆଲୋକମୟ ହୋଇ ପରିବର୍ତ୍ତନ ହେବ !ଶତପ୍ରତିଶତ ପ୍ରତିଫଳର ଅନନ୍ତ ଜୀବନ ପାଇବ !

- ଶ୍ରୀମତୀ ଅନଭୁ ଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନା ଅନୁରୋଧ :-

ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ହେଉଥିବା ସ୍କୁଲ ମିଶନ ସେଵା ଦ୍ଵାରା ଅନେକ ଛୋଟ ପିଲାମାନେ ଯୀଶୁଙ୍କ ପ୍ରେମକୁ ସ୍ୱାଦ ଚାଖିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al