Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-03-2023
Share:

By Village Missionary Movement

Thursday, 16-Mar-2023

ଆଜିର ବାକ୍ୟ (Oriya) 16-03-2023

 

ସେ ଅଧର୍ମକାରୀଙ୍କୁ ଘୃଣା କରନ୍ତି ନାହିଁ

 

“କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ।“ - ଗୀତସଂହିତା 27:5

               

ଏହି ପୃଥିବୀରେ ଇଶ୍ୱରଙ୍କ ପ୍ରତିକ୍ରିୟାରେ , ତାହାଙ୍କୁ ଦୁଃଖ ଦେବା ଅନେକ କାର୍ଯ୍ୟ ଆମ୍ଭେମାନେ କଲାବେଳେ, କରୁଥିବା ବେଳେ ଆମକୁ ଘୃଣା ନ କରିବା, ଆମର ହାତକୁ ନ ଛାଡିବା ବ୍ୟକ୍ତି ହେଉଛି କେବଳ ଜଣେ ମାତ୍ର, ସେ ହେଉଛନ୍ତି ଆମ ପ୍ରଭୁଯୀଶୁଖ୍ରୀଷ୍ଟ !ଯେକୌଣସି ଅବସ୍ଥାରେ ମଧ୍ୟ ଆମକୁ ଛାଡ଼ିବେ ନାହିଁ କି ଭୁଲିବେନି, ଯଦି ଆମର ଅତୀତ ଅବା ତୀବ୍ର ଭାବରେ କରିଥିବା ପାପ ଗୁଡିକ ଆମ ସହିତ ମିଶିକି ଥିବା ବନ୍ଧୁମାନଙ୍କୁ ବୁଝିଲେ, ଆମେ ପ୍ରେମ କରୁଛୁ ବୋଲି କହୁଥିବା ଅନେକେ ଆମ ସହିତ ଆଉ ରହିବେ ନାହିଁ !ଆମକୁ ଘୃଣା କରିବେ !ସେ ମାତ୍ର ହେ ମୋର ପୁତ୍ର... ହେ ମୋର ପୁତ୍ର ମୋ ନିକଟକୁ ଆସିବ ନାହିଁକି, ତୁମ୍ଭ ପାପକୁ ପରିତ୍ୟାଗ କରି ମନ ପରିବର୍ତ୍ତନ କରିବୁ ନାହିଁକି କହି ଲୁହ ଝରାଇ ଅପେକ୍ଷାରେ ଅଛନ୍ତି !

            

ଆମ ଯୌବନ ଅବସ୍ଥାରେ,କଷ୍ଟକର ପରିସ୍ଥିତିରେ ରହିଥିବା ବେଳେ ପ୍ରଭୁଙ୍କ ଠାରେ କଥା ହୋଇ ନ ପାରିବା ବେଳେ, ମୋତେ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ନେଇ ଥିବା ଭଉଣୀ ମୋତେ ଡାକି ପ୍ରାର୍ଥନା କରନ୍ତି !ମୁଁ ମଧ୍ୟ ଦ୍ୱନ୍ଦ୍ୱ ଅବସ୍ଥାରେ, ଏକାକୀ ରହିଥିବା ସମୟରେ ସେହି ଭଉଣୀକୁ ଡାକି ପ୍ରାର୍ଥନା କରିବାକୁ କହେ !ଦିନେ ମୋ ମନରେ ଏକ ପ୍ରଶ୍ନ ଉଙ୍କି ମାରିଲା !ତାହା ହେଉଛି, ମୁଁ ଏବେ ମୋ ସମସ୍ୟା ନିମନ୍ତେ, ଏହି ଭଉଣୀଙ୍କର ସାହାଯ୍ୟ ନେଉଛି !ଯଦି ଏହି ଭଉଣୀ ନ ଥାନ୍ତା, ମୁଁ କାହାର ସାହାଯ୍ୟ ନେବି ? ଏହାଥିଲା ମୋର ପ୍ରଶ୍ନ !ସେହି ସମୟରେ ଯୀଶୁଖ୍ରୀଷ୍ଟ ସ୍ୱଷ୍ଟ ରୂପେ ମୋ ସହିତ କଥା ହେଲେ,ସର୍ବଦା ତୁମ ଠାରେ ଥିବା ମୋତେ ଭୁଲିଗଲୁ !ମୁଁ ସେହି ପ୍ରଶ୍ନକୁ ବୁଝି ପାରିଲି !ଏହି ପୃଥିବୀରେ ଆମେ ତାହାଙ୍କୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ ନ କଲେବି କି ପ୍ରେମ ନ କଲେବି, ସେ ଆମକୁ ସବୁବେଳେ ପ୍ରେମ କରୁଛନ୍ତି !ତାହାଙ୍କୁ ଯେକୌଣସି ଦିନ ମଧ୍ୟ ଭୁଲିବା ଉଚିତ ନୁହେଁ !କେବଳ ସେ ଜଣେ ହିଁ ବିଶ୍ୱାସ ଯୋଗ୍ୟ !ଆମ କ୍ରନ୍ଦନକୁ ଶୁଣି, ଆମକୁ ଆଦର କରି, ଶ୍ବାନ୍ତନା ଦେଇ ପ୍ରେମର ଇଶ୍ୱର ସେ !ତାହାଙ୍କ ହସ୍ତକୁ ଧରି, ତାହାଙ୍କୁ ହିଁ ବିଶ୍ୱାସ କରି ଯଦି ଆମେ ଯାତ୍ରା କଲା ପରି ହେଲେ ଯେକୌଣସି ଟ୍ରାଫିକ୍ ଆମ ଜୀବନରେ ଆଉ ରହିବ ନାହିଁ !

      

ହେ ଯୌବନ ଭାଇ ଓ ଭଉଣୀ ଗଣ, ଯଦି ପ୍ରଭୁଙ୍କର ଠାରେ ଆମେ ଆନ୍ତରିକତା ସହିତ ପଚାରିବା,ଏହି ପୃଥିବୀ କେହି ଆମକୁ ପରିତ୍ୟାଗ କଲେ ସୁଧା ତୁମେ ମୋତେ ପରିତ୍ୟାଗ କରି ଯାଅ ନାହିଁ,ମୁଁ ତୁମ୍ଭଙ୍କୁ ପୂର୍ଣ୍ଣ ମନରେ ପ୍ରେମ କରୁଛି , ତେବେ ସେ ଆମକୁ ତାହାଙ୍କ ଆତ୍ମାରେ ପରିପୂର୍ଣ୍ଣ କରିବା ଶକ୍ତିମାନ ହୋଇ ଅଛନ୍ତି !

- ଶ୍ରୀମତୀ ଦିବ୍ୟା ପେରନାଟ

 

ପ୍ରାର୍ଥନା ଅନୁରୋଧ :-

ଆମ ପତ୍ରିକା ସେଵାକାର୍ଯ୍ୟର ଲେଖକମାନଙ୍କୁ ସଦାପ୍ରଭୁ ବିଶେଷ ଜ୍ଞାନରେ ପରିପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al