Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-03-2021
Share:

By Village Missionary Movement

Tuesday, 02-Mar-2021

ଆଜିର ବାକ୍ୟ (Oriya) 02-03-2021

ପରମେଶ୍ୱରଙ୍କର  ଆବଶ୍ୟକତା 

“ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କ କହିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?” - ଯୋହନ 6:5

ବିତିଯାଇ ଥିବା 2020 ମସିହାରେ କରନା ଯୋଗୁ ଭୟଙ୍କର ଆମ ଦେଶରେ ଆର୍ଥିକ ଅନାଟନ ଦେଖାଯାଇ ଥିଲା !ଆମ ଦେଶରେ ବହୁତ ଆର୍ଥିକ ସମସ୍ୟା ଦେଖା ହେଲା !ପ୍ରତ୍ୟୋକ ଜଣ ତାଙ୍କୁ ଯାହା ଅଛି ସେଥିରୁ କିଛି ଦାନ ସରକାରଙ୍କ ନିକଟକୁ ପଠାଇଲେ !ଆମ ଦେଶର ଆବଶ୍ୟକତାକୁ ମଧ୍ୟପ୍ରଦେଶର ଦୁଇଟି ଛୋଟ ପିଲା ବୁଝି ପାରିଲେ !ଗୋଟିଏ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା, ସବୁବେଳେ ଅସୁବିଧାରେ ରହିଥିବା, ବସତି ନିମନ୍ତେ ବାସ ଗୃହ ନ ଥିବା, ଗରିବ ପରିବାରରେ ଜନ୍ମ ନେଇ ଥିବା, ସେହି ଦୁଇ ଜଣ ତାଙ୍କ ହୁଣ୍ଡୀରେ ପ୍ରତିଦିନ ଜମା କରୁଥିବା ସମ୍ପତିକୁ ଗଣନା ନ କରି ତାଙ୍କରି ଜିଲ୍ଲା ପୋଲିସ ଅଧିକାରୀଙ୍କ ନିକଟରେ ସମର୍ପଣ କରିଦେଲେ !ପୋଲିସ ଅଧିକାରୀ ଜଣକ ସେହି ସମ୍ପତିକୁ ଜାଗ୍ରତର ସହିତ କେନ୍ଦ୍ର ସରକାରଙ୍କୁ ସମର୍ପଣ କଲେ !ଏହାକୁ ଜିଲ୍ଲା ଅଧିକାରୀ, ପୋଲିସ ବିଭାଗ, ପ୍ରଜା ସମସ୍ତେ ସେହି ପିଲାଙ୍କୁ   ବଚସା  କଲେ !
      
ଆମର ପ୍ରଭୁଯୀଶୁଖ୍ରୀଷ୍ଟ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି !ମାତ୍ର ଲୋକମାନେ ଭୋଜନ କରିବାକୁ ଆହାର କେଉଁଠି କିଣିବାକୁ ପଡିବ ପଚାରୁଛନ୍ତି !ଯୋହନ :6ଅଧ୍ୟାୟ ଏହା ଆମେ ପଡ଼ୁଅଛୁ ! ଏହା ହିଁ ପରମେଶ୍ୱରଙ୍କର ହୃଦୟ, ପରମେଶ୍ୱରଙ୍କର ଆବଶ୍ୟକତା !ଏହା ବୁଝିପାରି ଜଣେ ବାଳକ, ତାଙ୍କ ସହିତ ରହିଥିବା ପାଞ୍ଚଟି ରୁଟି ଓ ଦୁଇଟି ମାଛକୁ କିଛି ମଧ୍ୟ ଆଲୋଚନା ନ କରି କାଢ଼ୀ ଦେଇ ଦେଲା !ଯୀଶୁଖ୍ରୀଷ୍ଟ ସେହି ରୁଟି ଓ ମାଛକୁ ବ୍ୟବହାର କରି ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକଙ୍କୁ ବାଣ୍ଟି ଦେଲେ !ଏବଂ ବଳକା ରୁଟିକୁ ଏକାଠି କରନ୍ତୁ କହି କିଛି ବି ନଷ୍ଟ କରିବାକୁ ହେବ ନାହିଁ ବୋଲି ଏବଂ ସେହି ଛୋଟ ପିଲାଙ୍କୁ ପ୍ରସଂଶା କରିବାକୁ ଏହି କଥା କହିଲେ !ଆଉ ବଳକା ରୁଟି ବାର ଟୋକେଇ ପୂର୍ଣ୍ଣ କଲେ !

ଏହା ପଡ଼ୁ ଥିବା ମୋର ପ୍ରିୟ ବନ୍ଧୁଗଣ, ଏହି ଦିନରେ ପ୍ରଭୁଙ୍କର ଆବଶ୍ୟକତା କିଛି ନାହିଁ ବୋଲି ଆଲୋଚନା କରନ୍ତୁ ନାହିଁ, କିଛି ନାହିଁ ବୋଲି ନତମସ୍ତକ କରନ୍ତୁ ନାହିଁ !ପ୍ରଭୁ ଯୀଶୁ ଡାହାଣ ଓ ବାମ ହସ୍ତକୁ ବୁଝିପାରୁ ନ ଥିବା ଲୋକଙ୍କ ପରିତ୍ରାଣ ପାଇଁ ସମର୍ପିତ ହେଲେ  !ମୁଁ ସୃଷ୍ଟି କରି ଥିବା ମୋର ଜନତା ମୋତେ ଚିନ୍ନି ନ ପାରି, କେଉଁଆଡେ ଗମନ କରୁଛନ୍ତି ବୋଲି ଲୁହ ଝରାଉଛନ୍ତି !ଏହି ଜଗତର ଲୋକମାନେ ପରିତ୍ରାଣ  ହୋଇ, ସ୍ୱର୍ଗ ରାଜ୍ୟ ନିମନ୍ତେ ଯୋଗ୍ୟତା ହାସଲ କରି  ଜୀବନଯାପନ କରିବାକୁ ପଡିବ, ଏହା ହିଁ ତାଙ୍କରି ଇଚ୍ଛା !ଏହି ସମସ୍ତ ପ୍ରଭୁଙ୍କର ଆବଶ୍ୟକ ହୋଇଛି !ଏହାକୁ ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭମାନଙ୍କୁ ସେହି ଛୋଟ ପିଲାଙ୍କ ପରି ଆମ ଠାରେ ଥିବା ମନକୁ, ଜ୍ଞାନକୁ, ପାଠକୁ, ସମ୍ପତିକୁ ବିଶ୍ୱାସର ସହିତ ଦେବା !ପରମେଶ୍ୱର ଆମ ଦ୍ଵାରା ଏହି ଦେଶକୁ, ଜଗତକୁ ଆଶୀର୍ବାଦ କରିବାକୁ ଚାହୁଁଛନ୍ତି !ଏହା ବୁଝି ପାରୁଥିବା ନିଃସ୍କପଟ ଛୋଟ ଶିଶୁଙ୍କ ପରି ଆମେ ସମର୍ପିତ ହେବା ସଦାପ୍ରଭୁଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିବା !
-    ଶ୍ରୀମତୀ ଶକ୍ତି ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-ଆଜି ଗେତସମାନି କ୍ୟାମ୍ପାସରେ ହେଉ ଥିବା ମୋକ୍ଷ ଉପବାସ ପ୍ରାର୍ଥନାରେ ଉପସ୍ଥିତ ପ୍ରତ୍ୟୋକ ଜଣକୁ ମୋକ୍ଷ ପ୍ରାପ୍ତ ନିମନ୍ତେ ଓ ମୁକ୍ତି ହେବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al