Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-03-2023
Share:

By Village Missionary Movement

Wednesday, 08-Mar-2023

ଆଜିର ବାକ୍ୟ (Oriya) 08-03-2023

 

ସ୍ତ୍ରୀ ଠାରୁ ସ୍ତ୍ରୀ

 

"ଗୁଣବତୀ ସ୍ତ୍ରୀ କିଏ ପାଇପାରେ ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ।“ - ହିତୋପଦେଶ 31:10

            

ମଣିଷ ଏକାକୀ ରହିବା ଉତ୍ତମ ନୁହେଁ ବୋଲି ପରମେଶ୍ୱର ଆଦମଙ୍କୁ ସଙ୍ଗିନୀ ଭାବେ ଅବାଙ୍କୁ ସୃଷ୍ଟି କଲେ !ମାତା ଭାବରେ, ସ୍ତ୍ରୀ ରୂପେ, ଭଉଣୀ ରୂପେ, ଝିଅ ରୂପରେ, ନାତୁଣୀ ରୂପରେ ଏପରି ଅନେକ ବନ୍ଧନ ଭାବରେ ପରମେଶ୍ୱର ଆମକୁ ଦେଇଥିବା ବର ହିଁ ସ୍ତ୍ରୀ ଅଟେ !

         

ପରମେଶ୍ୱରଙ୍କ ଠାରୁ ବିଶେଷ ଭାବେ ସୃଷ୍ଟି ହୋଇଥିବା ସ୍ତ୍ରୀମାନେ ଦେଶର ଚକ୍ଷୁ ବୋଲି ପ୍ରସଙ୍ଗଶିତ ହେଉଛନ୍ତି !ଆଜିର ଦିନେରେ ସ୍ତ୍ରୀମାନେ ଅନେକ କ୍ଷେତରେ ଉନ୍ନତି କର ହେଉଛନ୍ତି !

           

ଆମେ ଅନେକ ବିଜୟୀ ହୋଇଥିବା ସ୍ତ୍ରୀମାନଙ୍କୁ, ମିଶିନାରୀ ସ୍ତ୍ରୀମାନଙ୍କୁ ଜାଣିଛୁ !ପବିତ୍ର ବାଇବଲରେ ଅଵୀଗଲ ଆମେ ଜାଣିଛୁ !ଅଵୀଗଲ ଅର୍ଥାତ ଆନନ୍ଦ ଅଟେ ଏହାର ଅର୍ଥ !କିନ୍ତୁ ଏହାଙ୍କ ସ୍ୱାମୀ ନାବଲ କଟୁଭାଷୀ ଓ କୁକର୍ମକାରୀ, ମଦୁଆ,ଧନୀକ ମଧ୍ୟ!କିନ୍ତୁ ଏହି ସ୍ତ୍ରୀ ମାତ୍ର ବୁଦ୍ଧିମତୀ ବୋଲି ପ୍ରଥମ ଶାମୁୟେଲ :-25:3 ରେ ଲେଖା ଯାଇଛି !ତେଣୁକରି ନାବଲକୁ ବେତିରେକ ଗୁଣ ସମ୍ପର୍ଣ୍ଣ ସଦଗୁଣବତୀ ହୋଇ ଅଛି !

               

ଲୋମ ଛେଦନ ଦିନରେ ମନୁଷ୍ୟ ମାନଙ୍କୁ ରାତ୍ରୀ ଭୋଜନ କରାଇବା ଉପହାର ଦେବା ଅଭ୍ୟାସ ରହିଥିଲା !ନାବଲ ମେଷଲୋମ ଛେଦନ କରୁଅଛି ବୋଲି ଅରଣ୍ୟରେ ଥିବା ଦାଉଦ ଶୁଣି, ତାଙ୍କ ଦାସ ମାନଙ୍କ ମଧ୍ୟରେ ଦଶ ଜଣକୁ ପଠାଇ, ତାହାଙ୍କୁ ଅଭିନନ୍ଦନ କରି ସାହାଯ୍ୟ ମାଗିବାକୁ କହିଲା !ମାତ୍ର ନାବଲ ତାହାର ଦୁଷ୍ଟ ସ୍ଵଭାଵ ଦ୍ଵାରା ଅପମାନିତ କରି, ସେମାନଙ୍କୁ ପଠାଇ ଦେଲା !ଦାଉଦ କ୍ରୋଧରେ ନାବଲ ସହ ଯୁଦ୍ଧ କରିବାକୁ ସ୍ଥିର କଲା !ଏହା ଜାଣିପାରି ଅଵୀଗଲ ଶୀଘ୍ର ବାହାରି ଉପହାର ଗୁଡିକ ନେଇ, ଦାଉଦ ଏବଂ ତାହାର ଦାସମାନଙ୍କ ସହତ ସାକ୍ଷାତ କରିବାକୁ ଗଲା !ଦାଉଦଙ୍କୁ ଦେଖି,ଶ୍ରାଷ୍ଟାଙ୍ଗ ପ୍ରଣାମ କରି, ତାହାଙ୍କ ପାଦକୁ ଧରି କ୍ଷମା ମାଗିଲା !ଦୁଷ୍ଟତା ଜୀବନ ହରାଇବା ଉତ୍ତମ ନୁହେଁ ବୋଲି ସ୍ୱଷ୍ଟ ରୂପେ ଜଣାଇଲା !ଅଵୀଗଲର ବିଧେୟତା, ବୁଦ୍ଧମାନ କଥା, ଦାଉଦଙ୍କ ହୃଦୟକୁ ସ୍ବର୍ଶ କଲା !ଆଶୀର୍ବାଦ ଏବଂ ଉତ୍ତର ପାଇ ଦାଉଦ ପୁନର୍ବାର ଫେରିଗଲା !

                

ହେ ମୋର ପ୍ରିୟ ବନ୍ଧୁଗଣ, ଅଵୀଗଲ ସଦୃଶ୍ୟ ଆମ୍ଭେ ମଧ୍ୟ ଆମ ଗୃହରେ, ଚାକିରୀ କ୍ଷେତ୍ରରେ, ସମସ୍ତଙ୍କ ମଧ୍ୟରେ ନିୟନ୍ତ୍ରିତ ହେବା ଉତ୍ତମ ଗୁଣରେ,ସଂଯମତା |, ଦୃଢ଼ତା,ନିଷ୍ଠା, ଯୁକ୍ତିଯୁକ୍ତ ହୋଇଥିବା ଉତ୍ତମ ବାକ୍ୟରେ ପରମେଶ୍ୱରଙ୍କ ମହିମା କରି ଆନନ୍ଦରେ ବଞ୍ଚିବା !ସ୍ତ୍ରୀଠାରୁ ସ୍ତ୍ରୀ ଅଟେ !ସମସ୍ତଙ୍କୁ ମହିଳା ଦିନ ଉତ୍ସବର ଅଭିନନ୍ଦନ !

- ଶ୍ରୀମତୀ ସରୋଜା ମହୋନ ଦାସ

 

ପ୍ରାର୍ଥନା ଅନୁରୋଧ :-

ମୋକ୍ଷ ପ୍ରାୟାଣଂ ଏବଂ ଆମ ପତ୍ରିକା ସେଵାକାର୍ଯ୍ୟରେ ଇଶ୍ୱରଙ୍କ ହସ୍ତ ସହଯୋଗ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al