By Village Missionary Movement
Tuesday, 07-Mar-2023ଆଜିର ବାକ୍ୟ (Oriya) 07-03-2023
ନିରର୍ଥକ ଭକ୍ତି
“ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ।“ ୧ ଯୋହନ 3:5
ଜଣେ ଭକ୍ତିର ବାପା ମୃତ୍ୟୁବରଣ କରି ଅନେକ ବର୍ଷ ହେଲା !ତାହାର ପୁଅକୁ ତାର ବାପା ଯଦି ମନେ ପଡେ ତେବେ ସେ ଲୁହ ବୁହାଇ ଦିଏ !ସବୁବେଳେ ସେ ତାଙ୍କ ବାପାଙ୍କ ନିମନ୍ତେ ପ୍ରଶଂସା କରି କଥା କହୁଥାଏ !ତାର ବାପା ବ୍ୟବହାର କରିଥିବା ଏକ ବାଇକକୁ ମହାନ ଧନ ଭଣ୍ଡାର ସଦୃଶ୍ୟ ଆଜି ପର୍ଯ୍ୟନ୍ତ ତାହାକୁ ସୁରକ୍ଷିତରେ ରଖିଛି !ତାର ବାପା କେତେଯେ କଷ୍ଟ ଓ ପରିଶ୍ରମ କରି ତାହାକୁ ଲାଳନପାଳନ କରିଥିବା ପରିଶ୍ରମକୁ କାହାଣୀ ରୂପରେ କହୁଥିବ !ମାତ୍ର କୌଣସି ଚାକିରୀ ଅବା କୌଣସି କାମଧନ୍ଦା ନ କରି, ବାପା ଅର୍ଜନ କରିଥିବା ସମ୍ପତିକୁ ଖର୍ଚ୍ଚ କରି ଜୀବନଯାପନ କରୁଛି !ଏହାଙ୍କ ଠାରେ ଖରାପ ଅଭ୍ୟାସ ରହିଛି !ମାତ୍ର ତାହାଙ୍କ ବାପାଙ୍କ ଠାରେ ଥିବା କୌଣସି ଏକ ଉତ୍ତମ ଗୁଣ ଏହାଙ୍କଠି ନାହିଁ !କଷ୍ଟରେ ପରିପୂର୍ଣ୍ଣ ବାପାଙ୍କ ଜୀବନକୁ ଭକ୍ତି ଏବଂ ଆଗ୍ରହରେ ସ୍ୱରଣ କରୁଥିବା ଇଏ, ଏତେ କଷ୍ଟ ପଡି କାହିଁକି ମୋତେ ବଢ଼ାଇଛି ବୋଲି ଜାଣି ପାରୁ ନାହିଁ !
ପ୍ରଭୁଯୀଶୁଖ୍ରୀଷ୍ଟ ଆମ୍ଭର ପାପକୁ ମୋଚନ କରିବାକୁ ପ୍ରତ୍ୟକ୍ଷ ହେଲେ, ଏହି ବିଷୟକୁ ଭୁଲିଯାଇ, ଆମେ ଯୀଶୁ ପଡ଼ିଥିବା ପରିଶ୍ରମର ମୃତ୍ୟୁକୁ ମନେ ପକାଇ ପଶ୍ଚାତାପ କରୁଛୁ !ଲୁହ ବୁହାଇ ବାକ୍ୟ ଶ୍ରବଣ କରୁଛୁ,ଏହି ତପସ୍ୟା କାଳରେ ଯୀଶୁଖ୍ରୀଷ୍ଟ ପାଇଥିବା ତାଡନାକୁ କାହାଣୀକାହାଣୀ ରୂପେ କଥା ହେବାରେ,ଦୁଃଖ ମୁଖରେ ତାହାକୁ ଶୁଣିବାରେ ବହୁତ ଆଗ୍ରହ ଦେଖାଉଛୁ !ଆଜିର ଦିନମାନଙ୍କରେ କୃଶର ଚି଼ହ୍ନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି !
ତପସ୍ୟା କାଳକୁ ଅନୁସରଣ କରୁଥିବା ଆମ୍ଭେ, ଯୀଶୁବାପା କାହିଁକି ତାଡନା ଅନୁଭବ କଲେ, କାହିଁକି କୃଶରେ ଚଢାଇ ଦିଆଗଲା, କେଉଁଥି ପାଇଁ ଅପମାନ ସହ୍ୟ କଲେ ? ଏହି ସବୁକୁ ମନେ ପକାଇ ମାନସିକ ରୁଗ୍ଣତାରେ ଭକ୍ତିକୁ ବାହାର କରୁଛୁ କି ? ଆମେ ପାପର କ୍ଷମା ପାଇବାକୁ, ପାପରୁ ମୁକ୍ତ ହେବାକୁ ଯୀଶୁ କୃଶରେ ତାଡନା ସହ୍ୟ କଲେ !ଆମ୍ଭେ ପ୍ରଭୁଙ୍କର ସନ୍ତାନ ରୂପେ ପରିବର୍ତ୍ତନ ହୋଇ ପବିତ୍ରତାରେ ଜୀବନଯାପନ କରିବାକୁ ହିଁ ସେ ତାହାଙ୍କ ରକ୍ତ ଆମ୍ଭ ନିମନ୍ତେ ଝରାଇଲେ !ଯୀଶୁଙ୍କର ଉତ୍ତମ ଗୁଣ ଗୁଡିକ ଆମ୍ଭଠାରେ
ଦେଖାଯିବାକୁ, ସେ ଘୋରତର ତାଡନାକୁ ଅଙ୍ଗିକାର କଲେ !ଏହିସବୁକୁ ଆମେ ଆଲୋଚନା କରି, ପ୍ରକୃତ ମନ ପରିବର୍ତ୍ତନ ହୋଇ, ଉର୍ନ୍ନତର ଜୀବନ ନ ବଞ୍ଚିଲେ, ତପସ୍ୟା କାଳର ଭକ୍ତି ନିରର୍ଥକ ଅଟେ !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନା ଅନୁରୋଧ :-
ଆମେନ୍ ମିନିଷ୍ଟ୍ରିରେ କାର୍ଯ୍ୟ କରିବାକୁ ସମର୍ପିତ ହୋଇଥିବା ଟେକନିସିୟନଙ୍କ ସହ ସଲଗ୍ନ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.