By Village Missionary Movement
Sunday, 05-Mar-2023ଆଜିର ବାକ୍ୟ (Oriya) 06-03-2023
ଆଣ୍ଠୁମାଡି ପ୍ରାର୍ଥନା
“ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାଆନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ।“ - ଦାନିୟେଲ 6:10
ଗୋଟିଏ ମିଶିନାରୀ ସଂସ୍ଥା ଜଣେ ମିଶିନାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ନଗରରେ ସେଵାକାର୍ଯ୍ୟ କରିବା ନିମନ୍ତେ ପଠାଉଛି !ସେ ଆଗ୍ରହରେ ଯାଇ ସେହି ନଗର ସବୁ ବୁଲିକି ଦେଖିଲା !ଦିନେଦୁଇଦିନରେ ସେଵାକାର୍ଯ୍ୟ ଆରମ୍ଭ କଲା !କିଛି ମାସ ବିତିଲା, କିନ୍ତୁ ଏହାଙ୍କର ଉପଦେଶକୁ କେହି କର୍ଣ୍ଣପାତ କଲେ ନାହିଁ !ସେଠାକାର ଲୋକମାନେ ବହୁତ ଅହଂକାରରେ ଜୀବନଯାପନ କରି ଆସୁଛନ୍ତି !ପ୍ରତ୍ୟେକ ଦିନ ସେଵାକାର୍ଯ୍ୟ କରି ମଧ୍ୟ ଅଳ୍ପକିଛି ଲୋକଙ୍କୁ ମଧ୍ୟ ପରିବର୍ତ୍ତନ କରି ପାରିଲା ନାହିଁ !ତେଣୁକରି ସର୍ବଦା କଷ୍ଟରେ ମୋର ସମସ୍ତ ଚେଷ୍ଟାରେ ମୁଁ କିଛିହିଁ କରି ପାରିଲି ନାହିଁ ବୋଲି ଭାବନା କରି, ସେହି ନଗରର ଅନ୍ୟ ଆଡକୁ ଚାଲିଗଲା !
ସେ ସେଠାରେ ଥିବା ଏକ ରାସ୍ତା ପାର୍ଶ୍ୱରେ ଜଣେ ପଥର ଫଟାଳିକୁ ଦେଖିଲା !ସେ ବଡ଼ବଡ଼ ପଥର ଗୁଡିକୁ ହାତୁଡିରେ ଭାଙ୍ଗୁଥାଏ !ସେହି ସେବକ ତାହାଙ୍କ ନିକଟକୁ ଯାଇ ପଚାରିଲା, ବାପା ଆପଣ କିପରି ଏତେ ବଡ଼ବଡ଼ ପଥର ଗୁଡିକୁ ଭାଙ୍ଗି ପାରୁଛ ? ସେବେ ସେ କହିଲା, ବାପା କଠିନ ପଥର ଗୁଡିକ ଭାଙ୍ଗିବା ବେଳେ ଆଣ୍ଠୁରେ ଠିଆ ହେବା ଅତି ଗୁରୁତ୍ୱ ଅଟେ !ଯେତେବେଳେ ଆଣ୍ଠୁରେ ଠିଆ ହେବା ତେବେ ହିଁ ସେହି ପଥର ଗୁଡିକ ଖଣ୍ଡ କରିପାରିବା !ଆଣ୍ଠୁରେ ଠିଆ ହେବାବେଳେ ଆମ ଶକ୍ତି ଅଧିକ ହୁଏ !ଯେକୌଣସି କଠିନ ପଥର ହେଲେ ସୁଧା ଆମେ ଖଣ୍ଡ କରି ପାରିବା !ତାହାଙ୍କ ମାଧ୍ୟମରେ ପରମେଶ୍ୱର ତାଙ୍କ ସହ କଥା ହେବା, ସେହି ସେବକ ଅଳ୍ପ କ୍ଷଣରେ ବୁଝି ପାରିଲା !ଆନନ୍ଦରେ ପୁନର୍ବାର ଘରକୁ ଫେରିଗଲା !ସେହି ଦିନଠୁ ଅନେକ ସମୟରେ ଆଣ୍ଠୁରେ ଠିଆ ହୋଇ ବିଜୟୀ ପାଇଲା !
ପବିତ୍ର ବାଇବଲରେ ମଧ୍ୟ ଆଣ୍ଠୁମାଡି ପ୍ରାର୍ଥନା କରି ବିଜୟ ଲାଭ କରିଥିବା ପ୍ରଭୁଙ୍କର ଦାସମାନଙ୍କୁ ଆମ୍ଭେ ଜାଣିଅଛୁ !ସେ ହେଇଛନ୍ତି ଦାନିୟେଲ ଅଟେ !ଏହି ଦାନିୟେଲଙ୍କ ବିରୋଧୀରେ ନିୟମ ଶାସ୍ତ୍ରରେ ଦସ୍ତକତ କରିଥିଲେ ମଧ୍ୟ, ଦାନିୟେଲ ଯଥାରୀତିରେ ବାରମ୍ବାର ଆଣ୍ଠୁପାତି ପ୍ରାର୍ଥନା କଲା !ଦାନିୟେଲଙ୍କର ଅଣ୍ଟୁପାତି ପ୍ରାର୍ଥନା, ତାହାଙ୍କୁ ସିଂହ ଗୋତ୍ରରୁ ଉଦ୍ଧାର କଲା !ଦାନିୟେଲଙ୍କ ଆଣ୍ଠୁପାତି ପ୍ରାର୍ଥନା ସିଂହମାନଙ୍କ ମୁଖକୁ ବନ୍ଦ କରିଦେଲା !ହଁ ଆଣ୍ଠୁରେ ଠିଆ ହେବାହିଁ ବିଜୟୀର ରହସ୍ୟ ଅଟେ !ପବିତ୍ର ବାଇବଲରେ ଏଲିୟ, ପାଉଲ, ଏଷ୍ଟର ଏମାନେ ପ୍ରାର୍ଥନା କରି ବିଜୟୀ ଲାଭ କରିଛନ୍ତି !ଆମ୍ଭେମାନେ ମଧ୍ୟ ଆଣ୍ଠୁରେ ଠିଆ ହୋଇ ପ୍ରାର୍ଥନା କଲା ବେଳେ ଅତ୍ୟଧିକ ଶକ୍ତି ପାଇ ପାରିବା !କାହିଁକିନା ଆମ୍ଭର ଚେଷ୍ଟା ବିଫଳ ହୋଇପାରେ, କିନ୍ତୁ ଆଣ୍ଠୁମାଡି ପ୍ରାର୍ଥନା କଦାପି ବିଫଳ ହୁଏ ନାହିଁ !ତଦ୍ରୁପ ଆମ ଆଣ୍ଠୁ ଘଷି ହୋଇ କଳାରଙ୍ଗରେ ପରିବର୍ତ୍ତନ ହେବା ଦ୍ଵାରା, ଆମ୍ଭ ମୁଖ ଉଜ୍ଜଳରେ ପ୍ରକାଶିତ ହୁଏ !ଆଣ୍ଠୁମାଡି ପ୍ରାର୍ଥନା ଅନେକ ବାଧାବିଗ୍ନକୁ ଅପସାରଣ କରି ବିଜୟୀ ପାଇବା ପରି କରିବ !
- ଟି. ଶଙ୍କର ରାଜ
ପ୍ରାର୍ଥନା ଅନୁରୋଧ :-
ଆମ ମିଡ଼ିଆ ସେଵା ମାଧ୍ୟମରେ ଅନେକ ଆତ୍ମାଗୁଡିକ କାଟିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.