By Village Missionary Movement
Monday, 27-Feb-2023ଆଜିର ବାକ୍ୟ (Oriya) 27-02-2023
ସୃଷ୍ଟିର ମହିମା
“ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ।“ - ଗୀତସଂହିତା 8:1
ପ୍ରାୟ ମୁଁ ଚାଳିଶି ବର୍ଷ ପୂର୍ବେ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ଗୋଟିଏ ତାଲିମ କାର୍ଯ୍ୟକ୍ରମ କରାଯାଇ ଥିଲା !ସେଥିରେ ଭାରତ ଦେଶର କୋଣକୋଣରୁ ଅନେକ ଲୋକ ଉପସ୍ଥିତ ହେଲେ !ଆମ୍ଭେ ରହିବା ନିମନ୍ତେ ଚେନେଇ ସମୁଦ୍ରର କୂଳରେ ବଖରା ଗୁଡିକ ଦିଆଗଲା !ସେଠାକୁ ଆସିବାମାନଙ୍କ ମଧ୍ୟରେ ଉତ୍ତର ଭାରତର ମଧ୍ୟ ଅଞ୍ଚଳର ଅଟନ୍ତି !ସେମାନେ ଏଥି ପୂର୍ବରୁ କେବେବି ସମୁଦ୍ର ଦେଖି ନ ଥିଲେ !ତାହା ଦୂରଦର୍ଶନ ବ୍ୟବହୃତ ନ ଥିବା କାଳ ଥିଲା !ତେଣୁକରି ସେମାନେ ସମୁଦ୍ରକୁ ଦେଖି ଆଚର୍ଯ୍ୟ ହୋଇଗଲେ !ସକାଳୁ ସକାଳୁ ନିଦରୁ ଉଠି ଚାଲିଚାଲି ଯାଇ ସମୁଦ୍ରର ଅଦ୍ଭୁତ ସୌନ୍ଦର୍ଯ୍ୟକୁ, ସୂର୍ଯ୍ୟ ଉଦୟର ସୌନ୍ଦର୍ଯ୍ୟକୁ, ଆକାଶର ରଙ୍ଗବେରଙ୍ଗ ଦୃଶ୍ୟକୁ, ଅଦ୍ଭୁତ ସମୁଦ୍ରର ଢେଉକୁ ଦେଖି ଆଚର୍ଯ୍ୟ ହୋଇଗଲେ !
ପ୍ରିୟ ବନ୍ଧୁଗଣ, ଆମ ଚତୁଃପାର୍ଶ୍ୱରେ ଥିବା ପରମେଶ୍ୱରଙ୍କ ସୃଷ୍ଟିକୁ କୃତଜ୍ଞତାର ହୃଦୟରେ ଦେଖି ଅନୁଭବ ଭାବିନେବା !ଦାଉଦ ରାଜା ମେଷ ଜଗୁଆଳି ସଦୃଶ୍ୟ ସେ ତାଙ୍କ ପିତାଙ୍କ ମେଷଗୁଡିକ ଚରାଉ ଥିବା କାଳରେ ପରମେଶ୍ୱରଙ୍କୁ ସନ୍ଧାନ କରି, ଧ୍ୟାନ କରି ତାହାଙ୍କ ଠାରେ ଖୁସିର ଅନୁଭବ ପାଇଲା !ଗୀତସଂହିତା :-8:1ରେ ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ, ବୋଲି ବର୍ଣ୍ଣନା କରି କହୁଛି !ସେହିପରି 8:3ରେ ସଦାପ୍ରଭୁ ପରମେଶ୍ୱର ସୃଷ୍ଟି କରିଥିବା ଆକାଶମଣ୍ଡଳ, ଚନ୍ଦ୍ର ଓ ନକ୍ଷତ୍ରଗଣକୁ ଦେଖି ବିବେଚନା କରି, ଏହି ସମସ୍ତ ସୃଷ୍ଟି କରିଥିବା ମହାନ ଇଶ୍ୱରଙ୍କୁ ସେ ବିବେଚନା କରି,ଜାଣି ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ତୁତି କରୁଛି !
ତୁମ୍ଭେମାନେ କେବେହେଲେ ନକ୍ଷେତ୍ର, ଚନ୍ଦ୍ରକୁ, ସମୁଦ୍ରକୁ ଦେଖି ଆନନ୍ଦିତ ହୋଇ, ଏହାକୁ ସୃଷ୍ଟି କରିଥିବା ଇଶ୍ୱର କିପରି ଥିବେ ବୋଲି କେବେ ଆଲୋଚନା କରିଛ କି ? ଯଦି ଏପରି ମନ ତୁମ୍ଭ ଠାରେ ନ ଥିବା ପରିହେଲେ, ଆମେ ଦୈନନ୍ଦିନ କାର୍ଯ୍ୟରେ ନିମଗ୍ନ ହୋଇ, ସଦାପ୍ରଭୁଙ୍କର ମହାନତାକୁ ଧ୍ୟାନ କରି ନ ପାରିବା ବ୍ୟକ୍ତି ହୋଇ, କୃତଜ୍ଞତା ବିହୀନ ହୋଇ ବଦଳି ଯାଇ ପାରିବା !ଏସବୁ କିଛି ସାଧାରଣ ଅଟେ ବୋଲି ଆମ ଚତୁଃପାର୍ଶ୍ୱରେ ଥିବାଟାକୁ ଧରାଛୁଆଁ ନ କରି ଛାଡି ଦେବାକୁ ପ୍ରଭୁଙ୍କର କାର୍ଯ୍ୟ ଗୁଡିକୁ ଅନୁଧ୍ୟାନ କରି ଦେଖିବା !ଆମ ଠାରେ ନ ଥିବା କିଛି ଗୋଟେକୁ ମନେ ପକାଇ, ବିଚଳିତ ନ ହୋଇ, ଆମ୍ଭ ନିମନ୍ତେ ଇଶ୍ୱର ସୃଷ୍ଟି କରି ରଖିଥିବା ମହାନକୁ ଆଶାରେ ଦେଖି, ପ୍ରଭୁଙ୍କୁ ସ୍ତୁତି କରିବା ଶିଖିଲେ ଅତି ଉତ୍ତମ ଅଟେ !
- ଶ୍ରୀମତୀ ବୁଭାନା ଧାନା ବାଲାନ୍
ପ୍ରାର୍ଥନା ଅନୁରୋଧ :-
ତାମିଲନାଡୁର ଚର୍ଚ୍ଚ ନ ଥିବା ହଜାର ଗାଁ ଗୁଡିକରେ ଚର୍ଚ୍ଚ ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.