By Village Missionary Movement
Sunday, 26-Feb-2023ଆଜିର ବାକ୍ୟ (Oriya) 26-02-2023 (Kids Special)
ରୀନା ଏବଂ ମେଷ ଶାବକ
“ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା।“ - ଗୀତସଂହିତା 119:71
ହାଲୋ ପିଲାମାନେ, ତୁମେ କେଉଁ ଜନ୍ତୁମାନଙ୍କୁ, ଜିନିଷ ଗୁଡିକୁ ପ୍ରେମ କରୁଛ ?କିଛି ବ୍ୟକ୍ତିଙ୍କୁ ବିରାଡ଼ି, କିଛି ବ୍ୟକ୍ତିଙ୍କୁ କୁକୁର ଛୁଆଁ, ଏମିତି ଜଣ ଜଣକୁ ଗୋଟେ ଗୋଟେ ଇଚ୍ଛା !କିନ୍ତୁ ଏହି କାହାଣୀରେ ଥିବା ରୀନାର କଣ ଇଚ୍ଛା ଦେଖିବା କି ?
ରୀନା ଭଲ ପାଠ ପଡ଼ିବା ଏବଂ ପ୍ରଭୁଙ୍କର ଭୟଭକ୍ତିର ବାଳିକା ଅଟେ ! ପ୍ରାର୍ଥନା ନକରି କିଛିହିଁ କରିବ ନାହିଁ !ପିତାମାତାଙ୍କୁ ମାନିକି ଚଳେ !ତାର ପିତାମାତା ଏକ ମେଷ ଶାବକକୁ କିଣି ଗୃହରେ ପାଳନ କରୁଥାନ୍ତି ! ପରିବାର ପ୍ରାର୍ଥନାରେ, ଶୋଇବା ସମୟରେ ମଧ୍ୟ ରୀନା ତାର ପାଖରେ ହିଁ ମେଷ ଶବକକୁ ରଖୁ ଥାଏ !ମେଷ ଶାବକ ପ୍ରତି ଥିବା ପ୍ରେମ ହେତୁ, ରୀନା ପ୍ରାର୍ଥନା କରିବା, ବାଇବଲ ପଡ଼ିବା ଅଳ୍ପଅଳ୍ପ କମାଇ କମାଇ ଅସିଲା !ପିତାମାତା କେତେ କହିଲେବି ଶୁଣିଲା ନାହିଁ !ଦିନ ଗଢିଲା, ରୀନା ମଧ୍ୟ ବଡି କଲେଜ ଯିବା ଆରମ୍ଭ କଲା !ମେଷ ଶାବକ ମଧ୍ୟ ବଢିଲା !
ଦିନେ ରୀନା କଲେଜରୁ ଆସି ବେଗକୁ ରଖି ଦେଇ ମେଣ୍ଢାକୁ ଧରି ବିଲକୁ ଗଲା !ସେଠାରେ ଅଧିକ ମେଣ୍ଢା ଥିବା ହେତୁ ରୀନା ଧରିକି ରଖିଥିବା ମେଣ୍ଢା ତାର ଦଉଡିକୁ ଟାଣିଟାଣି ଧାଇଲା !ରୀନା ତଳେ ପଡିଗଲା !ସେହି ମେଣ୍ଢାଟି, ମେଣ୍ଢା ପୋଲ ନିକଟକୁ ଯିବା କ୍ଷଣି, ସେଠାରେ ଥିବା ମେଷ ପାଳକ ରୀନାର ମେଣ୍ଢାକୁ ଘଉଡ଼ାଇ ଦେଲା !ସେହି ମେଣ୍ଢା ଘଇକୁ ଚାଲିଗଲା !ମାତ୍ର ସେଠାରେ ରୀନା ଦେଖାଦେଲା ନାହିଁ !ଯେତେବେଳେ ତାଙ୍କ ପିତାମାତା ବିଲକୁ ଯାଇ ଦେଖିଲେ, ସେବେ ରୀନାର ହାତ ଭାଙ୍ଗି ତଳେ ପଡି ଉଠି ନ ପାରିବା ଅବସ୍ଥାରେ ଅଛି !ତାର ପିତାମାତା ଘରକୁ ଆଣି ତାର ହାତକୁ ପଟି ବାନ୍ଧିଲେ !ସେବେ ରୀନା ଖଟରେ ଶୋଇ ଆଲୋଚନା କରିବାକୁ ଲାଗିଲା !ମୁଁ ସେହି ମେଷ ଶାବକ ନ ଥିବା ପୂର୍ବରୁ କେତେ ସୁନ୍ଦର ଭାବରେ ଯୀଶୁଙ୍କ ନିକଟତର ଥିଲି !କେତେ ଭଲ ରୂପେ ପାଠ ପଢୁଥିଲି !ଏବେ ଏହି ମେଣ୍ଢା ମୋତେ ମୋ ଯୀଶୁଙ୍କ ଠାରୁ ଦୁରେଇ ଦେଲା !ଯଦି ଆଜି ମୋ ହାତ ଭାଙ୍ଗି ନ ଥାନ୍ତା, ମୁଁ ଆଉ ଅଧିକା ଯୀଶୁଙ୍କ ଠାରୁ ଦୁରେଇ ଥାନ୍ତି !ଯୀଶୁବାପା ମୋତେ ପ୍ରେମ କରିବା ଯୋଗୁ ହିଁ ମୋତେ ଉତ୍ତମ ଜ୍ଞାନର ଶିକ୍ଷା ଦେଲେ !ରୀନା ତା ମନରେ ସ୍ଥିର କଲାକି,ଆଜିଠୁ ମୁଁ ଯୀଶୁଙ୍କ ଅପେକ୍ଷା ଆଉ କାହାକୁ ପ୍ରେମ କରିବି ନାହିଁ !
ପ୍ରିୟ ଭାଇ ଓ ଭଉଣୀ ମାନେ ତୁମ୍ଭେ ମଧ୍ୟ ଏହି ରିନାଙ୍କ ସଦୃଶ୍ୟ ଯୀଶୁଙ୍କୁ ଛାଡି ଦୁରେଇ ଯାଇଛ କି ?ଏହା ଯୀଶୁଙ୍କର ଇଚ୍ଛା ନାହିଁ !କାହିଁକିନା ଯୀଶୁବାପା ତୁମ୍ଭଙ୍କୁ ବହୁତ ପ୍ରେମ କରନ୍ତି !ତେଣୁକରି ଏହି ରୀନା ସଦୃଶ୍ୟ ପୁନର୍ବାର ଯୀଶୁଙ୍କ ନିକଟକୁ ଦୌଡ଼ି ଆସ , ନହେଲେ ଆଘାତ ହିଁ ହେବ !ଠିକ ଅଛି ତ !
- ଏସ. ସାରା ସୁଭାଷ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.