Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-02-2023
Share:

By Village Missionary Movement

Thursday, 16-Feb-2023

ଆଜିର ବାକ୍ୟ (Oriya) 16-02-2023

 

ତାହାଙ୍କ ଇଚ୍ଛା କଣ ?

 

“ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି ।“ - ୧ ଯୋହନ 5:14

               

ଆଜିର ଯୁଗରେ ଯେକୌଣସି ଲୋକ କାହାରି ପ୍ରତି ଆଧାରିତ ହୋଇ ବଞ୍ଚିବା ଉଚିତ ନୁହେଁ, ଏହି ଆଲୋଚନାରେ ସମସ୍ତେ ଜୀବନଯାପନ କରୁଛନ୍ତି !କାରଣ ଆଧାରିତ ହୋଇ ବଞ୍ଚିବା ଜୀବନ ବୋର ଲାଗୁଛି !ସେହି ଦିନମାନଙ୍କରେ ପିଲାମାନେ ପିତାମାତାଙ୍କ କଥାରେ ମାନି ଜୀବନଯାପନ କରୁଥିଲେ !କିନ୍ତୁ ଆଜି ଦିନରେ ପିତାମାତାଙ୍କ ଆଶା ଯୌବନ ପିଲାଙ୍କୁ ଦ୍ୱେଷ ଭାବରେ ଦେଖା ଯାଉଛି !ଆଜିର ଯୁବପିଢ଼ି ପିତାମାତାଙ୍କ ଉପଦେଶକୁ ଶୁଣି ନ ପାରି ଛଟପଟ ହେଉଛନ୍ତି !ଏଥିରେ ପ୍ରଭୁଙ୍କର ଇଚ୍ଛାକୁ କିପରି କର୍ଣ୍ଣ ଡେରିବେ !ଏହା ହେଉଛି ଆଲୋଚନା କରିବାର ବିଷୟ ଅଟେ !ଆମେ ସଦାପ୍ରଭୁଙ୍କୁ କେଉଁ ସ୍ଥାନରେ ରଖିଛୁ ? ତୁମ ନିଜର ଇଚ୍ଛାକୁ, ଆପଣଙ୍କ ଆବଶ୍ୟକକୁ ପ୍ରଥମ ସ୍ଥାନରେ ରଖିଛ କି ? ଯଦି ସେହିପରି ରଖିଛ, ତେବେ ତୁମ ପରି ଅଭାଗି ଲୋକ ଆଉ କେହି ନ ଥିବ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ପ୍ରଥମ ସ୍ଥାନ ଦେଇ, ତାପରେ ବଳକା କାର୍ଯ୍ୟକୁ ସ୍ଥାନ ଦେବା ବେଳେ, ଆମେ ନ ମାଗିବା ଆଶୀର୍ବାଦ ଗୁଡିକ ପ୍ରଭୁ ଆମକୁ ଦେବାକୁ ଶକ୍ତିମାନ ହୋଇ ଅଛନ୍ତି !

         

ପବିତ୍ର ବାଇବଲରେ ମଧ୍ୟ ପ୍ରଭୁଙ୍କର ଇଚ୍ଛାକୁ ଆଧାରିତ କରି ଜୀବନଯାପନ କରି ଦେଖାଇଥିବା ବ୍ୟକ୍ତିମାନେ ଅନେକ ଅଟନ୍ତି !ସେମାନଙ୍କ ମଧ୍ୟରେ ଶୋଲମନଙ୍କ ବିଷୟରେ କିଛି ବିଷୟରେ ଆପଣଙ୍କୁ ଦେଖାଇବା ପାଇଁ ଇଚ୍ଛା କରୁଛି !ଇଶ୍ରାଏଲ ମାନଙ୍କୁ ଶାସନ କରିଥିବା ତୃତୀୟ ରାଜା ହେଉଛନ୍ତି ଶୋଲମନ ରାଜା !ସାତ ବର୍ଷ ପ୍ରଭୁଙ୍କର ମନ୍ଦିର ତୋଳିଲା !ହିତୋପଦେଶ, ଉପଦେଶକ, ପରମ ଗୀତ ଏମିତି ପୁସ୍ତକ ଗୁଡିକର ରଚୟିତା !ଇଶ୍ରାଏଲ ମାନଙ୍କୁ ଚାଳିଶି ବର୍ଷ ଉତ୍ତମ ରୂପେ ଶାସନ କଲା !ଅନେକ ପ୍ରକାରର ପ୍ରତିଭା, ସାମର୍ଥ ରହିଥିବା ଶୋଲମନ, ତାହାର ଇଚ୍ଛାର ପ୍ରାର୍ଥନା ନ କରି, ପରମେଶ୍ୱରଙ୍କ ଇଚ୍ଛାର ପ୍ରାର୍ଥନା କଲା !ସେ ସ୍ୱାର୍ଥପର ହୋଇ ରହି ନାହିଁ !ପ୍ରଥମ କରନ୍ତିୟ :-10:24 ରେ କୁହାଯାଇଥିବା ସଦୃଶ୍ୟ ଶୋଲମନ ପ୍ରଭୁଙ୍କର ରାଜ୍ୟ ନିମନ୍ତେ ଲୋକଙ୍କୁ ସଂଗ୍ରହ କରିବାକୁ ତାହାର ପ୍ରୟୋଜନକୁ କେନ୍ଦ୍ରିତ ନ କରି ଅନ୍ୟର ପ୍ରୟୋଜନକୁ କେନ୍ଦ୍ରିତ କଲା !ଏହାଙ୍କର ହୃଦୟ ଦେଖିଥିବା ପରମେଶ୍ୱର, କେବଳ ସେ ମାଗିଥିବା ଜ୍ଞାନ ହିଁ ନୁହେଁ ସେ ନ ମାଗିଥିବା ଐଶ୍ୱର୍ଯ୍ୟ ମଧ୍ୟ ଦେଲେ !

           

ଏହା ପାଠ କରୁଥିବା ପ୍ରିୟ ଭାଇ ଓ ଭଉଣୀ ଗଣ, ତୁମ୍ଭ ଜୀବନରେ ତୁମର କାର୍ଯ୍ୟ ନିମନ୍ତେ ପ୍ରଭୁଙ୍କର ସହିତ ସଙ୍ଘର୍ଷ କରୁଛ କି ? କେବଳ ତୁମ୍ଭ ନିମନ୍ତେ ହିଁ ଅନୁରୋଧ କରି ଭିକ୍ଷା କରି କଥା ହେଉଛ କି ? ତାହାହେଲେ ନିଶ୍ଚିତ ରୂପେ ତୁମ ପ୍ରାର୍ଥନା ବଦଳିବା ଉଚିତ !ଯଦି ତୁମେ ତାହାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କଲା ପରି ହେଲେ, ସେ ତୁମର ମନସ୍କାମନା ଶୁଣିବେ !ସଦାପ୍ରଭୁଙ୍କର ଇଚ୍ଛା ଅନୁସାରେ ତୁମ ଜୀବନ ବଡୁଛି ଏଥିରେ କିଛି ସନ୍ଧେହ ନାହିଁ !

- ଭଉଣୀ ହେମଲତା

 

ପ୍ରାର୍ଥନା ଅନୁରୋଧ :-

ମେ ମାସ ଏକ ତାରିଖରେ ତାମିଲନାଡୁର ତ୍ରିଛିରେ ହେବାକୁ ଥିବା ରିଭାଇବାଳ ୟୁଥ ମିଟିଙ୍ଗ ପ୍ରସ୍ତୁତ କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice