Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-02-2023
Share:

By Village Missionary Movement

Sunday, 12-Feb-2023

ଆଜିର ବାକ୍ୟ (Oriya) 12-02-2023

 

ମାନନ୍ତୁ

 

“ହେ ମୋହର ପୁତ୍ର, ମୋ’ ଜ୍ଞାନରେ ମନ ଦିଅ; ମୋ’ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର” - ହିତୋପଦେଶ 5:1

           

ହାଲୋ ଛୋଟପିଲାମାନେ କେମିତି ଅଛ, ଖୁସିରେ ଅଛ କି ? ଭେରୀ ଗୂଡ଼, ତୁମ୍ଭେ ଖୁସିରେ ରହିବାର କାରଣ, ତୁମ ପିତାମାତା ତ !ତୁମ ପିତାମାତାକୁ ଯୀଶୁବାପା ତୁମକୁ ଦେଇଥିବା ଉପହାର ତ !ସେମାନେ କହିବା କଥାକୁ ଶୁଣି ମାନିବା ଉଚିତ !ସେତେବେଳେ ହିଁ ଯୀଶୁବାପା ଖୁସି ହେବେ !ଠିକ ଅଛି କାହାଣୀ ଶୁଣିବାକୁ ପ୍ରସ୍ତୁତ ଅଛ କି, ସୁପର !

       

ବଗିଚା, ଜମିବାଡ଼ି ଏମିତି ସବୁକିଛିକୁ ଜଣେ ପିତା ମାଲିକ ହୋଇ ରହିଥିଲା !ସେ ବହୁତ ପରିଶ୍ରମ କରୁଥାଏ !ସେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଗିଚାରେ ହିଁ ରୁହେ !ତାହାର ଦୁଇଟି ପୁତ୍ର ଥାଆନ୍ତି !ସେହି ବଗିଚାକୁ ଉତ୍ତମ ରୂପେ ଦେଖାଶାହା କରିବା, ମୁଲିଆମାନଙ୍କୁ ଉତ୍ତମ ରୂପେ ତଦାରଖ କରିବା ଦୁଇ ସନ୍ତାନକୁ ବାପା ଶିଖାଇ ଥିଲେ !ଦିନେ ତାର ବାପା ଅସୁସ୍ଥତା ହେଲା !ସେତେବେଳେ ବଡ଼ ପୁଅକୁ ଡାକି କହିଲା, ଆଜି ବଗିଚାକୁ ଯାଇ ସବୁ କାମ ତଦାରଖ କର !ସଙ୍ଗେସଙ୍ଗେ ବଡ଼ପୁଅ କହିଲା, ବାପା ମୁଁ ଯାଇ ପାରିବି ନାହିଁ, ବାହାରେ ମୋର ବହୁତ ବଡ଼ କାମ ଅଛି !ଠିକ ଅଛି କହି ବାପା,ସାନ ପୁଅ ଅଛିତ, ତାହାକୁ ଡାକି ବଗିଚାକୁ ଯିବାକୁ କହିଲା !ସାନ ପୁଅ କହିଲା, ଠିକ ଅଛି ବାପା ମୁଁ ବଗିଚାକୁ ଯାଇ ସବୁ କାମ କରି ଆସିବି ! ଏପରି କହି ସାଙ୍ଗସାଥୀ ସହ ମିଶିକି ଖେଳିବାକୁ ଚାଲିଗଲା !ଦେଖିଲକି ପିଲେ, ସାନ ପୁଅ ତାର ବାପାକୁ କେମିତି ଠକିଲା !ତୁମେମାନେ ଏମିତି ଠକିବ ନାହିଁତ ? ବଡ଼ ପୁଅ ବାଇକ ଡ୍ରାଇଭ କଲା ବେଳେ ଯୀଶୁ ବାପା ତାହାକୁ କହିଲେ, ବୃଦ୍ଧ ତୁମ ପିତା ଅସୁସ୍ଥତା ହେବା ହେତୁ ତ ତୁମକୁ ଯିବାକୁ କହିଲେ !ତୁମେ ନ ମାନି ରହିବା ଉଚିତ କି ? ସଙ୍ଗେସଙ୍ଗେ ବଡ଼ ପୁଅ ବାଇକକୁ ରଖି, ଆଲୋଚନା କଲା !ଆଉ ଵୁଲିପଡି ବଗିଚାକୁ ଯାଇ ବାପା କହିବା କଥାକୁ ସମ୍ପୂର୍ଣ୍ଣ କରି, ମୁଲିଆ ମାନଙ୍କୁ ମୂଳ ଦେଇ, ଗୃହକୁ ଫେରି ଅସିଲା !ବାପା ତୁମେ କହିବା କାମ ସମ୍ପୂର୍ଣ୍ଣ କଲି ବୋଲି କହିବା ବେଳେ, ସାନ ପୁଅ ଅସିଲା ଏବଂ କହିଲା, ବାପା ମୁଁ ଦୁଃଖିତ, ତୁମେ କହିଥିବା କାମ ଗୁଡିକ ନ କରି ତୁମକୁ ଠକିଲି କହିବା କ୍ଷଣି ବାପା ତାକୁ କ୍ଷମା କରିଦେଲା !କିନ୍ତୁ ମନରେ କଷ୍ଟ ଲାଗିଲା !ମାତ୍ର ବଡ଼ ପୁଅ ଯିବି ନାହିଁ କହିଥିଲେ ମଧ୍ୟ ଯୀଶୁ କଥା ହୋଇଥିବା ହେତୁ ମାନିଲା !ଏଥିପାଇଁ ବାପା ବହୁତ ଆନନ୍ଦିତ ହେଲେ !

         

ପ୍ରିୟ ପିଲାମାନେ, ତୁମେ ମଧ୍ୟ ବଡ଼ ପୁଅ ସଦୃଶ୍ୟ ପିତାମାତାଙ୍କୁ ଖୁସି କରିବ କି ? ହଁ ତୁମ ଶିକ୍ଷକ ଶିକ୍ଷୟତ୍ରୀ, ପିତାମାତା, ଭଦ୍ରମାନଙ୍କ ମାଧ୍ୟମରେ ଯୀଶୁ ତୁମକୁ ଉତ୍ତମ ବିଷୟରେ ଶିକ୍ଷା ଦେବେ !ତୁମେ ମାନି ନେବା ବେଳେ ଆଶୀର୍ବାଦ ହୋଇ ରହିବ !ସଦାପ୍ରଭୁ ଆଶୀର୍ବାଦ କରନ୍ତୁ !

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al