By Village Missionary Movement
Thursday, 09-Feb-2023ଆଜିର ବାକ୍ୟ (Oriya) 09-02-2023
ଶାସ୍ତ୍ର ସର୍ବୋଚ୍ଚ ଅଟେ
“ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି !” – ଗୀତସଂହିତା 119:101
ପ୍ରାନସ ଦେଶର ବିଖ୍ୟାତ ଜଣେ ନାସ୍ତିକ ଇଙ୍ଗାର ଶାଳ ଏବଂ ତାଙ୍କ ବନ୍ଧୁମାନେ ମିଶିକି ପୂର୍ଵ ଦିଗର ଦେଶରେ ଚାରିପଟେ ଘୁରିଵୁଲି ଦେଖି ଯାତ୍ରା କରୁଥାନ୍ତି !ଅନେକ ଦେଶ ଗୁଡିକ ଏବଂ ଦ୍ୱୀପ ଗୁଡିକ ଦର୍ଶନ କଲେ !ଗୋଟିଏ ଛୋଟ ଦ୍ୱୀପର ଗଛ ତଳେ ଜଣେ ଯୁବକ ବସି ଗୋଟିଏ ପବିତ୍ର ବାଇବଲ ପଡୁଥିଲା !ତାହାଙ୍କ ନିକଟକୁ ଇଙ୍ଗାର ଶାଳ ଯାଇ ପଚାରିଲା, କଣ ଭାଇ ଚଢେଇ କାହାଣୀରେ ପରିପୂର୍ଣ୍ଣ ହୋଇଥିବା, କିଛିକୁ କାମ ନ ଦେବା ଏହି ପୁରାତନ ପୁସ୍ତକ ପଢ଼ୁଛୁ !ତାହାକୁ ଫିଙ୍ଗି ଦିଅ, ମୁଁ ଦେଉ ଥିବା ଏହି ବିଜ୍ଞାନ ବହି ପଢ଼, ତୁମ୍ଭ ଜ୍ଞାନ ବୃଦ୍ଧି ହେବ, ତୁମ୍ଭ ଜୀବନକୁ ପ୍ରୟୋଜନ ହେବ !ସେହି ଯୁବକ ଜଣକ ଇଙ୍ଗାର ଶାଳଙ୍କୁ କଢ଼ ଚାହାଣି ଦେଖି, ହସିହସି କହିଲା,ଏହି ଲେଖା ପୁସ୍ତକଟି ଫିଙ୍ଗିଦିଅ କହୁଛ, ଯଦି ଏହି ପୁସ୍ତକ ଆମକୁ ନ ମିଳିଥାନ୍ତା, ଏହିକ୍ଷଣି ଆପଣମାନେ ହତ୍ୟାର ସ୍ୱୀକାର ହୋଇ ଆମ ଉଦରକୁ ଯାଇଥାନ୍ତ !ନରଭକ୍ଷକ ହୋଇ ରହିଥିବା ଲୋକଙ୍କୁ ନାଗରିକତାରେ ପରିବର୍ତ୍ତନ କରିଥିଲା ଏହି ପୁସ୍ତକ !
ପାପରେ,ଆକ୍ରୋଶ ସହିତ ଅନ୍ୟାୟର ସହିତ,କ୍ରୀତଦାସରେ ରହିଥିବା ଲୋକଙ୍କୁ ପ୍ରଭୁଙ୍କର ବାକ୍ୟ ପରିବର୍ତ୍ତନ କରିଥିଲା !ସଦାପ୍ରଭୁ ଆମକୁ ଦୟା କରିଥିବା ମହାନ ଯେଉଁଥିରେ ଗୋଟିଏ ବେଦ ହେଉଛି ପବିତ୍ର ବାଇବଲ ଅଟେ !ପୁରାତନ ଯୁଗରେ ବ୍ୟାବିଚାରରେ,ସାମାଜିକ ବ୍ୟବସ୍ଥାର ସହିତ, ଚୋରିକାର୍ଯ୍ୟର ସହିତ,ହତ୍ୟାରେ ପରିପୂର୍ଣ୍ଣ ଅବସ୍ଥା ଦେଖାଗଲା !ଖ୍ରୀଷ୍ଟିଆନ ମିଶିନାରୀମାନେ ବାଇବଲକୁ ହସ୍ତରେ ଧରି, ସେମାନଙ୍କ ବହୁମୂଲ୍ୟ ଜୀବନକୁ ଯୀଶୁଙ୍କ ନିମନ୍ତେ ସମର୍ପିତ କରିବା ଦ୍ଵାରା, ଅନେକ ମିଶିନାରୀମାନଙ୍କ ଦ୍ଵାରା ଜଗତ ନାଗରିକତା ଭାବେ ପରିବର୍ତ୍ତନ ହେଲା ବୋଲି ଐତିହାସିକ ମାନଙ୍କ ବାସ୍ତବ ସତ୍ୟ ଅଟଇ !ପାପର ଅନ୍ଧାରରେ ବୁଡି ରହିଥିବା ଲୋକଙ୍କୁ, ବାଇବଲ ମାଧ୍ୟମରେ ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ଆଲୋକ ନିକଟକୁ ଆଣି ପରିତ୍ରାଣ କଲେ !
ବାଇବଲର ଅଂଶ ଗୁଡିକ ଆନୁମାନିକ ଭାବରେ କୁହା ନ ଯାଇ ଅଧିକାର ସହିତ, ଶକ୍ତିର ସହିତ ପ୍ରକାଶିତ କରାଗଲା !ଜଗତକୁ ପରିବର୍ତ୍ତନ କରିଥିବା ଏହି ଉର୍ନ୍ନତ ଚିଠି ବହୁମୂଲ୍ୟ ଅଟେ !ପବିତ୍ର ବାଇବଲକୁ ପ୍ରେମ କରି ପଢ଼ୁଥିବା ବ୍ୟକ୍ତି ଗଣ ପବିତ୍ର ଜୀବନ ଯାପନ କରି ପାରିବେ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରିବା ପ୍ରତ୍ୟେକ ଜଣ ପ୍ରତିଦିନ ବାଇବଲକୁ ପ୍ରଭୁଙ୍କର ବାକ୍ୟ ବୋଲି ବିଶ୍ୱାସର ସହିତ, ଆଗ୍ରହର ସହିତ ପଡି,ପବିତ୍ରତା ପାଇ ବଞ୍ଚିବାକୁ ସେ ଆହ୍ୱାନ କରୁଛନ୍ତି !
ହେ ମୋର ପ୍ରିୟ ବନ୍ଧୁଗଣ, ପାପର ଅନ୍ଧାରରୁ ତୁମ୍ଭଙ୍କୁ ଓ ମୋତେ ରକ୍ଷା କରି, ଯୀଶୁରାଜାଙ୍କ ବାକ୍ୟ ଆମକୁ ଦେଇ, ତାହାକୁ ଅଧ୍ୟୟନ କରିବାକୁ, ଧ୍ୟାନ କରିବାକୁ ଆମ୍ଭଙ୍କୁ ଦୟା କରିଛନ୍ତି !ତେଣୁକରି ଆମ୍ଭେ ସେହି ବାକ୍ୟକୁ ପ୍ରେମରେ ପଢିବା !
ଗୀତସଂହିତା :-119:141 !ପ୍ରଭୁଙ୍କର ଅନୁଗ୍ରହ ଆମକୁ କଢାଇ ନେଉ, ଆମେନ୍ !
- ଶ୍ରୀମତୀ ସାରୋଜା ମୋହନ ଦାଶ
ପ୍ରାର୍ଥନା ଅନୁରୋଧ :-
ଆମେନ୍ ଗ୍ରାମୀଣ ଦୂରଦର୍ଶନ ନାମରେ ଚବିଶ ଘଣ୍ଟା ଟି. ବି ଚେନାଲର ସେଵାକାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.