Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-01-2023
Share:

By Village Missionary Movement

Friday, 13-Jan-2023

ଆଜିର ବାକ୍ୟ (Oriya) 14-01-2023

 

ଏକ ଲକ୍ଷ ଗ୍ରାମ

 

“ଏଥିର ଅଳ୍ପ ସମୟ ପରେ ଯୀଶୁ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଯାତ୍ରା କରିବାକୁ ଲାଗିଲେ, ଆଉ ବାର ଜଣ ଶିଷ୍ୟ ତାହାଙ୍କ ସାଙ୍ଗରେ ଥିଲେ” - ଲୂକ 8:1

          

1979 ମସିହାରେ ଶୋହଳ ବର୍ଷ ବୟସର ଯୁବକ ଗୋଟେ ଦିନକୁ ଗୋଟିଏ ମଞ୍ଜି ପୋତିବାକୁ ଆରମ୍ଭ କଲା !ସେ ଏହି ଚେଷ୍ଟା ମାଧ୍ୟମରେ ପ୍ରାୟ ପନ୍ଧରଟି ଫୁଟବଲ ପଡ଼ିଆର ନିଜର ସ୍ଥାନରେ ଜଣେ ହିଁ ବିସ୍ତାରିତ ବଗିଚାଟି ଅଭିବୃଦ୍ଧି କଲା !ଏ ହିଁ ଆମ ଭାରତ ଦେଶର ବଣ ମଣିଷ ନାମରେ ନାମିତ ଯାଦବ ମୁଲାଏ ପାଇଙ୍ଗ !୫୫0 ଏକର ସରକାରୀ ଜମିକୁ ବିଭିନ୍ନ ପକ୍ଷୀ ଏବଂ ଜନ୍ତୁ ଦ୍ଵାରା ଶସ୍ୟଶ୍ୟାମଳ ଅରଣ୍ୟରେ ପରିବର୍ତ୍ତନ କଲା !ଏହି ସମସ୍ତ କାରଣ କେଵଳ ଚାରା ରୋପଣ କରିବା !ହଁ କେବଳ ଜଣେମାତ୍ର ବ୍ୟକ୍ତି ଏକ ଲକ୍ଷ ରୁ ଉର୍ଦ୍ଧ ଚାରା ରୋପଣ କରି ଭୂମିକୁ ଉପକାର କରି ପାରିଥିଲେ, ଆମ ଗ୍ରାମ ମିଶନାରୀ ସଂସ୍ଥାକୁ ପରମେଶ୍ୱର ଦେଇଥିବା ଦର୍ଶନ ଦ୍ଵାରା ଏକଲକ୍ଷ ଗାଁକୁ ଦେବା କେତେ ସହଜ ସାଧ୍ୟ ଅଟେ !

             

ଆମ ଭାରତ ଦେଶରେ ପ୍ରାୟ ୬,000,00 ଗାଁ ରହିଛି !ସେଥିରେ କୋଟିକୋଟି ଲୋକ ଇଶ୍ୱରଙ୍କୁ ନ ଜାଣି ପାରି ଅନ୍ଧାରରେ ଅଛନ୍ତି !ସେମାନେ ଯୀଶୁବାପାଙ୍କୁ ଜାଣିବା ନିମନ୍ତେ ଏକ ଦର୍ଶନରେ ଆଗକୁ ବଢ଼ୁଥିବା କଥାରେ ଏକତା ହୋଇଥାଇ ପାର !

           

ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ.....,(ମାର୍କ 11:2)ଲେଖା ଯାଇଥିବା ଯୀଶୁଖ୍ରୀଷ୍ଟଙ୍କ ଆଜ୍ଞାକୁ ଆମ୍ଭେମାନେ ମଧ୍ୟ ଆମ ଜୀବନରେ ଅନୁସରଣ କରିବା !ଶିଷ୍ୟମାନେ ସବୁଆଡ଼େ ଯାଇ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେବୋଲି (ଲୁକ '-9:6)ରେ ପଡୁଛୁ !ଆମେ ମଧ୍ୟ ଏକଲା, ପରିବାର ସହିତ ଅବା ଏକ ସାମୁହିକ ଭାବେ ଏକାଠି ହୋଇ ଗ୍ରାମ ଗୁଡିକ ଯୀଶୁଙ୍କୁ ନିଜର କରିବାକୁ ଆମ ଶକ୍ତି ଅନୁସାରେ କାର୍ଯ୍ୟ କରିବା !ଗ୍ରାମ ଗୁଡିକୁ ପ୍ରଭୁଙ୍କୁ ଅନ୍ୱେଷଣ କରିବା ଉଚିତ !ସେଠାରେ ଥିବା ବନ୍ଧନ, ଶଇତାନର ମିଛୁଆ, ରୋଗ, ଅଭାବ ଗୁଡିକ ବିନାଶ ହେବା ଉଚିତ !ଆମ୍ଭ ନିମନ୍ତେ ପ୍ରାର୍ଥନା କର !ଆମ୍ଭେ ସମସ୍ତେ ମିଶିକି ଗ୍ରାମ ଗୁଡିକୁ ଖ୍ରୀଷ୍ଟଙ୍କ ଆଡକୁ କଢାଇ ନେବା !ସୁସମାଚାରକୁ ବିରୋଧ ଭାବେ ଠିଆ ହେଉଥିବା ଶଇତାନର ଅନ୍ଧକାର ଶକ୍ତି ଗୁଡିକ ପରାଜୟ ବରଣ ନିମନ୍ତେ, ସରକାରୀ ନିୟମ ଆମ ସପକ୍ଷରେ ରହିବା ନିମନ୍ତେ, ପ୍ରଭୁଙ୍କର ବାକ୍ୟ ଯିବା ନିମନ୍ତେ ସଦାପ୍ରଭୁ ଦ୍ଵାର ମୁକ୍ତ କରିବା ନିମନ୍ତେ ପ୍ରାର୍ଥନା କରିବା !ବିଜୟୀ ସାଧନ କରିବା !ସତର୍କତା :-ମନେ ରଖନ୍ତୁ -ଅରଣ୍ୟରେ ଗଛ ବିସ୍ତାରିତ ପକ୍ଷୀ ମାନଙ୍କ ଦ୍ଵାରା , ଦେଶରେ ଆତ୍ମା ବିସ୍ତାରିତ ତୁମ୍ଭ ଦ୍ଵାରା !

- ଶ୍ରୀମତୀ ଆଇଡାକିଙ୍ଗ ଡେଭିଡ

 

ପ୍ରାର୍ଥନା ଅନୁରୋଧ :-

ମକର ଚୁଟିରେ ସେବକ ମାନଙ୍କ ସନ୍ତାନ ନିମନ୍ତେ ହେଉଥିବା 'ଯିହୋଶୂହ ଉଠ 'ନାମ ସମାବେଶ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al