Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-01-2023
Share:

By Village Missionary Movement

Wednesday, 04-Jan-2023

ଆଜିର ବାକ୍ୟ (Oriya) 03-01-2023

 

ଶାନ୍ତି ସଭା

 

“ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକୁ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ ।“ - ମାଥିଉ 8:16-17

 

ଦକ୍ଷିଣ ଜିଲ୍ଲାର ଗୋଟିଏ ଗ୍ରାମକୁ ସୁସମାଚାର ପ୍ରସାର ନିମନ୍ତେ ଗଲି !ସେଠାରେ ଏକ ପ୍ରକାର ଧର୍ମର ଲୋକେ ପୂଜା କରିବା ଗୋଟିଏ ସ୍ଥାନଟି ଥିଲା !ସେହି ସ୍ଥାନରେ ଅନେକ ଦିନରୁ ବାଧା ପାଉଥିବା ଲୋକଙ୍କୁ ଏବଂ ଭୁତଗ୍ରସ୍ତ ଲୋକଙ୍କୁ ଓ ଅନେକଙ୍କୁ ଶିକୁଳିରେ ବନ୍ଧୀ କରି ରଖା ଯାଇଥିଲା !ଏହି ସ୍ଥାନକୁ ଆସି ପୂଜା କଲେ ସୁସ୍ଥତା ମିଳିବ ବୋଲି ଏକ ପ୍ରକାରର ନୀରିକ୍ଷଣ ସେମାନଙ୍କ ଠାରେ ଥିଲା !ମାତ୍ର ସେମାନଙ୍କ ନୀରିକ୍ଷଣ ସଫଳ ନୁହେଁ, ମୁଁ ଏହା ଜାଣିଥିବା ସତ୍ୟତା !ଏହି ଘଟଣାଟି ଦେଖିବା ବେଳେ ଆତ୍ମାର ବୋଝ ସହିତ ପ୍ରାର୍ଥନା କରିବାକୁ ଆରମ୍ଭ କଲି !ସେତେବେଳେ ପବିତ୍ର ଆତ୍ମା ମୋ ସହ କଥା ହେଲେ !ଏହି ପ୍ରକାରରେ ଆଘାତ ପ୍ରାପ୍ତ ହେଉଥିବା ଲୋକଙ୍କ ନିମନ୍ତେ 'ଶାନ୍ତି ସଭା 'ନାମକ ସେଵା ପ୍ରଣାଳୀ ଦେଲେ !

 

ବିତିଗଲା ଛବିଶି ବର୍ଷ ହେବ ଗ୍ରାମ ଗୁଡିକରେ ସେଵାକାର୍ଯ୍ୟ କରି ଆସୁଅଛି !ସାହିସାହିରେ ସୁସମାଚାର ପ୍ରଚାର କରାଯାଉଛି ବୋଲି ପବିତ୍ର ବାଇବଲ କହେ !କିନ୍ତୁ ସେହି ସମୟରେ ଭୁତଗ୍ରସ୍ତ ଲୋକଙ୍କୁ, ରୋଗରେ ଆକ୍ରାନ୍ତ ଲୋକଙ୍କୁ ଦେଖିଲା ବେଳେ ସେଠାରେ କେବଳ ଛୋଟ ପ୍ରାର୍ଥନା ହିଁ କରି ପାରୁଛୁ !ଏପରି ଆଘାତ ପ୍ରାପ୍ତ ଲୋକଙ୍କୁ, ସଦାପ୍ରଭୁଙ୍କର ସାନ୍ନିଧ୍ୟରେ ପ୍ରାର୍ଥନା କରି ମୁକ୍ତି କରିବାକୁ ପ୍ରଚେଷ୍ଟା କଲା ବେଳେ, ସଦାପ୍ରଭୁ ମୋ ସହ ସ୍ୱଷ୍ଟ ରୂପେ କଥା ହେଲେ !ସେମାନଙ୍କୁ ଦଶ ଦିନ କାଳ ଆମ୍ଭ ସହିତ ରହିବାକୁ ଦେଇ,ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ସେମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ !ସେମାନଙ୍କୁ ପବିତ୍ର ବାଇବଲରୁ କିଛି ଉପଦେଶ ଦେବା ବୋଲି ଭାବିଲୁ !ଏହି ପ୍ରକାରରେ ବନ୍ଧୀ ଥିବା ଲୋକଙ୍କୁ ଆମ କ୍ୟାମ୍ପସରେ ପ୍ରତ୍ୟେକ ଦିନ ପ୍ରାର୍ଥନା କରିବାକୁ ଆରମ୍ଭ କଲୁ !ଏବେ ଏହି ଯୋଜନା ଅନୁସାରେ ଗୋଟିଏ ଛୋଟ ଗୃହ ଏବଂ ଛୋଟଛୋଟ ବଖରା ସିଦ୍ଧ କରି ଆସୁଅଛୁ !ଯେପରି ହେଲେ ଗୋଟିଏ ସାମୁହିକ ପ୍ରଜାଙ୍କୁ ପରମେଶ୍ୱରଙ୍କ ନିମନ୍ତେ ରୋଜଗାର କରିବା କାର୍ଯ୍ୟରେ ଶାନ୍ତି ସଭା ମଧ୍ୟ ତାର କାର୍ଯ୍ୟକୁ ଉତ୍ତମ ରୂପେ ସଫଳ କରି ଆସୁଅଛି !

            

ଆଜିର ଧ୍ୟାନରେ ଆବଶ୍ୟକତା ରହିଥିବା ଲୋକଙ୍କୁ ପ୍ରଭୁଙ୍କର ସାହାଯ୍ୟରେ, ଆମ ଶକ୍ତି ଅନୁସାରେ ସାହାଯ୍ୟ କରିବା ନିମନ୍ତେ ଚେଷ୍ଟା କରିବା ଉଚିତ, ଏହି ବିଷୟଟି ଜାଣି ପାରୁଲୁ !ଉତ୍ତମ ରୂପେ ପ୍ରାର୍ଥନା କରିବା ବ୍ୟକ୍ତି, ଉପବାସ ରହିବା ବ୍ୟକ୍ତି, ଆଜି ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ଅତ୍ୟଧିକ ଆବଶ୍ୟକ ହୋଇ ଅଛନ୍ତି !ଯୀଶୁଖ୍ରୀଷ୍ଟ କହନ୍ତି, ପ୍ରାର୍ଥନା ବିନା ଏହା ଆଉ କୌଣସି ପ୍ରକାରେ ପରିତ୍ୟାଗ କରିବା ଅସମ୍ଭବ ଅଟେ !ଗ୍ରାମ ଗୁଡିକରେ ଏହି ପ୍ରକାର ସଂଗ୍ରାମରେ ଛନ୍ଦି ହୋଇ ରହିଥିବା ଲୋକଙ୍କୁ ପ୍ରାର୍ଥନା କରି ମୁକ୍ତି ଦେବା ନିମନ୍ତେ ଆଗକୁ ଆସନ୍ତୁ, ସହଭାଗୀତାରେ କାର୍ଯ୍ୟ କରିବା !ସଦାପ୍ରଭୁ ଆମକୁ କଢାଇ ନିଅନ୍ତୁ, ଆମେନ୍ !

- କେ. ଡେଭିଡ ଗାଣେଶନ

 

ପ୍ରାର୍ଥନା ଅନୁରୋଧ :-

ଗେତସ ମଣି କ୍ୟାମ୍ପସରେ ହେଉଥିବା ନିର୍ମାଣ କାର୍ଯ୍ୟର ଆବଶ୍ୟକ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş