By Village Missionary Movement
Friday, 30-Dec-2022ଆଜିର ବାକ୍ୟ (Oriya) 30-12-2022 (Christmas Special)
କୃତଜ୍ଞତାର ସହିତ
“ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।“ - ଗୀତସଂହିତା 103:1
ଯୁକରାଷ୍ଟ୍ର ଆମେରିକାର ଏକ ପ୍ରସିଦ୍ଧ ପତ୍ରିକାରେ ମହାନ ରଚୟିତା ହେଉଛନ୍ତି ଜଣାଥନ୍ !ଥରେ ସେ ତାଙ୍କ ପାଠକଙ୍କ ନିମନ୍ତେ 'ଖୁସିରେ ନିବେଶ କରିବାକୁ ନଅଟି ଟିପ୍ସ ' ନାମରେ ବ୍ୟାସ ଲେଖିଲା !ସେଥିମଧ୍ୟରେ ପ୍ରଥମଟି, ପାଇଥିବା ଉପକାରକୁ ଗଣନା କରି ଦେଖ !ଏହା ଜନସନ ଓଠମା ଲେଖିଥିବା 'ଗଣନା କରି ଦେଖ ତୁମେ ପାଇଥିବା ଆଶୀର୍ବାଦ ' ବୋଲି ଖ୍ରୀଷ୍ଟିଆନ ଗୀତ ଆଧାରରେ ଆଚ୍ଛାଦିତ ହୋଇଛି !ଖୁସିର ଏକ ନୂତନ ବର୍ଷ ନିମନ୍ତେ ଅପେକ୍ଷାରେ ଥିବା ଆମ୍ଭମାନଙ୍କୁ ମଧ୍ୟ ଏହି ଅଂଶଟି ଅତିଆବଶ୍ୟକ ଅଟେ !ଧନ୍ୟବାଦର ହୃଦୟ ଆମକୁ ଥିଲା ପରି ହେଲେ, ଆନନ୍ଦରେ ବଞ୍ଚି ପାରିବା !ଆମେ ପରମେଶ୍ୱରଙ୍କ ଠାରୁ ପାଇଥିବା ଉପକାର ଗୁଡିକ ଗଣନା କରି ଦେଖିଲେ, ତାହା ଆମକୁ ଆଚର୍ଯ୍ୟ କରି, ଆମର ଥକାପଣକୁ ଉଭାଇ ଦେବତ !ତେଣୁକରି ଏହି ବର୍ଷର ଶେଷ ଦିନରେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ନିମନ୍ତେ ସମୟ ଦେବା !ଆମ ହୃଦୟରେ କୃତଜ୍ଞତାକୁ ପୂର୍ଣ୍ଣ କରିବା !
ସାଧାରଣ ମେଷପାଳକ ସଦୃଶ୍ୟ ଥିବା ଦାଉଦଙ୍କୁ ପରମେଶ୍ୱର ମନୋନୀତ କରି , ଇଶ୍ରାଏଲ ମାନଙ୍କୁ ରାଜା ରୂପେ ନିଯୁକ୍ତ କରି ବୃଦ୍ଧି କଲେ !ଦାଉଦଙ୍କ ହୃଦୟ ସର୍ବଦା ପରମେଶ୍ୱରଙ୍କ ସମୁଖରେ କୃତଜ୍ଞତା ହୋଇ ଥିଲା !ଏହି ବିଷୟରେ ଦାଉଦ ରାଜା ଏହି ରୂପେ କହନ୍ତି,ହେ ମୋର ପରମେଶ୍ୱର, ଏହୋବା,ଏତେ ବୃଦ୍ଧି କରିବାକୁ ମୁଁ କିଏ ? ମୋ ପରିବାର କେଉଁଠି ? ବୋଲି ସ୍ତୁତି କରି ସମ୍ପୂର୍ଣ୍ଣ ହୃଦୟ ସଦାପ୍ରଭୁଙ୍କୁ କୃତଜ୍ଞତାର ଧନ୍ୟବାଦ ଜଣାଇଲା !ଏବଂ ଦାଉଦ ସେ ଲେଖିଥିବା ଗୀତସଂହିତାରେ ଅନେକ ଥର ତାଙ୍କ ସମସ୍ୟା ବିଷୟରେ ବିଳାପ କଲାବେଳେ, ସେହି ଗୀତସଂହିତା ଶେଷ କଲାବେଳେ ପରମେଶ୍ୱରଙ୍କ ସ୍ତୁତି କରି ଶେଷ କରିବା ଆମେ ଦେଖିବାକୁ ପାଇବା !ଆମେ ମଧ୍ୟ ଏହି ବର୍ଷ ଅନେକ ସମସ୍ୟା ଗୁଡ଼ିକରୁ, ତାଡନାରୁ ପାସ ହୋଇ ଥାଇପାର ମାତ୍ର ସେଥିମଧ୍ୟରେ ପରମେଶ୍ୱର ଆମକୁ ଦେଇଥିବା ଉତ୍ତର, ଆନନ୍ଦ ଗଣନା କରି କୃତଜ୍ଞତା ପୂର୍ବକ ଏହି ବର୍ଷକୁ ଶେଷ କରିବା !
ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ଆମ ଇଶ୍ୱରଙ୍କୁ ଧନ୍ୟବାଦ ଜଣାଇବାକୁ ଆମ ଠାରେ ଅନେକ କାର୍ଯ୍ୟ ଅଛି ତ !ପାପର ଦାସତ୍ୱରୁ ଆମକୁ ଉଦ୍ଧାର କରିଥିବା ଯୋଗୁ, ଆମ ଚକ୍ଷୁର ଲୋତକରୁ, ଆମ ଗୋଡ଼ର ଅଙ୍ଗାବଙ୍ଗାରୁ, ଆତ୍ମାକୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିବା ଯୋଗୁ ଏବଂ ଅନେକ ଆପଦରୁ ମୁକ୍ତ କରିଥିବା ହେତୁ, ତାହାଙ୍କୁ ଧନ୍ୟବାଦର ସ୍ତୁତି ଜଣାଇବା ! ଏହି ବର୍ଷରେ କେତେଯେ ସୁବିଧା ଥିବାବେଳେ, ସେ ହିଁ ଆମ୍ଭ ଆତ୍ମକୁ ଶ୍ଵାସ୍ଵତ ଆଲୋକ ରୂପେ ରହି ଶାନ୍ତ ଭାବରେ ବଞ୍ଚିବା ହୃଦୟ ଦେଲେତ ? ସେଥିପାଇଁ ତାହାଙ୍କୁ ସ୍ତୁତି କରିବା !ଏହିରୂପେ ଆଉ ଅନେକ ଉତ୍ତମତା ଅଛି !ହଁ,କହି ନ ପାରିବା ସାକ୍ଷୀ ନିମନ୍ତେ, ତାହାଙ୍କ ବର ନିମନ୍ତେ ସଦାପ୍ରଭୁଙ୍କୁ ଧନ୍ୟବାଦ, ଆମେନ୍ !
- ପି. ଜେକାଵ ଶଙ୍କର
ପ୍ରାର୍ଥନା ଅନୁରୋଧ :-
ଏହି ବର୍ଷସାରା ଆମକୁ କଢାଇ ନେଇଥିବା ସଦାପ୍ରଭୁଙ୍କୁ ମନ ଦେଇ ଧନ୍ୟବାଦ ଦେବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.