Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-12-2022 (Christmas Special)
Share:

By Village Missionary Movement

Thursday, 29-Dec-2022

ଆଜିର ବାକ୍ୟ (Oriya) 29-12-2022 (Christmas Special)

 

ଉତ୍ସାହିତ କରିବା

 

“ସେ କହିଲେ, ଆସ, ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ।“ - ମାଥିଉ 14:29

 

ତୃତୀୟ ବର୍ଷ ବି.ଏସସି.ଅଧ୍ୟୟନ କରୁଥିବା କୁମାର ଜଣେ ଭଲ ଫୁଟବଲ ଖେଳାଳି ଅଟେ !କଲେଜରେ ପଡୁଥିବା ସମୟରେ ହିଁ ଅନେକ ଜିଲ୍ଲାରେ ଚାମ୍ପିୟନସିପ ହୋଇଥିଲା !ଦିନେ ହଠାତରେ କୁମାର ଅତି କ୍ଲାନ୍ତ ହୋଇ କଷ୍ଟରେ ଥିବା ଦେଖି ତାର ବନ୍ଧୁ ରାଜୁ ତାଙ୍କ ନିକଟକୁ ଯାଇ କଥା ହେଲା !ସେତେବେଳେ ତାଙ୍କ ଠାରେ କ୍ରୀଡା ପ୍ରତିଥିବା ଆବେଗକୁ ତାର ପିତାମାତା ହୃଦୟଙ୍ଗମ କରି ନ ଥିବା ଯୋଗୁ, ବିଗତ ତିନି ବର୍ଷ ହେବ କଲେଜରେ ଯେକୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନାହିଁ ବୋଲି କୁମାର କହି ଦୁଃଖିତ ହେଲା !କଲେଜରେ ପଡ଼ିବା ଦିନରେ କେବଳ ଖେଳରେ ହିଁ ନୁହେଁ, ପାଠରେ ମଧ୍ୟ ଭଲ ମାର୍କ ଆଣୁଥାଏ !କିନ୍ତୁ କଲେଜରେ ତାର ପ୍ରତିଭାକୁ ବାହାରକୁ ଆଣି ନ ପାରି ପାଠରେ ପରାଜୟ ବରଣ କଲା !ସେତେବେଳେ ତାର ବନ୍ଧୁ ରାଜୁ କହିଲା, ତୁମକୁ ଖେଳରେ ପ୍ରତିଭା ଦେଇଥିବା ଯୀଶୁବାପା ପାଠରେ ବିଜୟୀ ଦେଇ ପାରିବ !ସମସ୍ତେ କହିବା କଥାକୁ ପରିତ୍ୟାଗ କରି,ପ୍ରଥମେ ଯୀଶୁବାପା ତୁମକୁ ସାହାଯ୍ୟ କରିବ ବୋଲି ବିଶ୍ୱାସ କର, ତୁମ୍ଭ ଜୀବନରେ ଯୀଶୁଙ୍କ ନିମନ୍ତେ ସମୟ ଦିଅ ବୋଲି ବିଶ୍ୱାସର କଥା କହି ଉତ୍ସାହିତ କଲା !ସେହି ଦିନରୁ ହିଁ କୁମାର ଯୀଶୁବାପାଙ୍କ ସହିତ କଥା ହେବାର, ପବିତ୍ର ବାଇବଲ ପଢିବା, ତାହାଙ୍କୁ ସମୟ ଦେବା ଆରମ୍ଭ କଲା !ପାଠରେ ବିଜୟୀ ଲାଭ କରିବା ଦେଖିଥିବା ପିତାମାତା, ରାଜ୍ୟସ୍ତରରେ ଫୁଟବଲ ଖେଳିବା ନିମନ୍ତେ ଅନୁମତି ଦେଲେ !ସେହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା କୁମାର ପ୍ରାପ୍ତକର୍ତ୍ତା ଭାବେ ବଦଳିଲା !

 

ଯୀଶୁଖ୍ରୀଷ୍ଟ ସମୁଦ୍ର ଉପରେ ଚାଲିବାର ଦେଖି ପିତର, ମୁଁ ଯିବି ବୋଲି ପଚାରିବା କ୍ଷଣି, ଯୀଶୁଖ୍ରୀଷ୍ଟ ଆସ କହି ଉତ୍ସାହିତ କଲେ !ଯଦି ଯୀଶୁଖ୍ରୀଷ୍ଟ ପିତରକୁ ତୁମେ ଚାଲି ପାରିବ ନାହିଁ ବୋଲି କହିଥିଲେ, ପିତର ଚାଲି ପାରି ନ ଥାନ୍ତା !ତାହା ବଦଳରେ ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସର କଥା ଦ୍ଵାରା ପିତର ସମୁଦ୍ର ଉପରେ ଚାଲି ପାରିଲା !

 

ଆମ ଚାରିପଟେ ଥିବା ଅନେକ କୌଣସି ଏକ ପରିସ୍ଥିତିର କାରଣ ହେତୁ ସେମାନଙ୍କ ପ୍ରତିଭାକୁ ଲୁକାଇତ କରି ଦେଉଛନ୍ତି !ଆମେ ମଧ୍ୟ ସେମାନଙ୍କ ସଦୃଶ୍ୟ ନିରୁଉତ୍ସାହିତ କରି କଥା ନ କହି ରାଜୁଙ୍କ ସଦୃଶ୍ୟ ବିଶ୍ୱାସର କଥା କହି ଉତ୍ସାହିତ କଲେ, କୁମାରଙ୍କ ସଦୃଶ୍ୟ ଅନେକେ ଆଗକୁ ପ୍ରସାରଣ ହେବାକୁ ଆରମ୍ଭ ହେବେ !ଯୀଶୁଖ୍ରୀଷ୍ଟ ମଧ୍ୟ ଆମ ଆଗରେ ଗୋଟିଏ ଉଦାହରଣ ସଦୃଶ୍ୟ, ଶିଷ୍ୟମାନେ ଅବିଶ୍ୱାସ ହୋଇଥିଲେବି କେବଳ ସେ ବିଶ୍ୱାସ ଯୋଗ୍ୟ କଥା ହିଁ କହିଲେ !ସେଥିପାଇଁ ଦେଶକୁ ଦୋହରାଇବା ସଦୃଶ୍ୟ ଅଭିବୃଦ୍ଧି କରିବା !ହାଲ୍ଲେଲୁୟା !

- ଡାକ୍ତର. ବିଶାଳୀ

 

ପ୍ରାର୍ଥନା ଅନୁରୋଧ :-

ରାକଲାଣ୍ଡ ବାଇବଲ କଲେଜରେ ତାଲିମ ପାଉଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al