Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-12-2022 (Christmas Special)
Share:

By Village Missionary Movement

Wednesday, 28-Dec-2022

ଆଜିର ବାକ୍ୟ (Oriya) 28-12-2022 (Christmas Special)

 

କ’ଣ ବାଛିବା ଉଚିତ୍ ?

 

“ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।“ - ମାଥିଉ 6:34

 

ଜଣେ ରାଜା ସେ ମୃତ୍ୟୁ ପରେ ତାର କବର ସ୍ଥାନ ମହାନ ହୋଇ ରହିବା ଉଚିତ ବୋଲି ଇଚ୍ଛା କଲା !ସେଥିପାଇଁ ସେ ଅତିଉତ୍ତମ କାରିଗର ଦ୍ଵାରା ସୁନ୍ଦର ସୁନ୍ଦର ଶିଳ୍ପ ଗୁଡିକ ନିର୍ମାଣ କଲା !ସେହି ସମାଧିର ସୌନ୍ଦର୍ଯ୍ୟତା ଓ ମହାନତା ଦେଖି ବହୁତ ଖୁସି ବ୍ୟକ୍ତ ହେଲା !ଦୁଇ ସପ୍ତାହ ବିତିଗଲା !ଯେବେ ସମାଧି ଦେଖିବା ବେଳେ ସେ ମୃତ୍ୟୁ ବରଣ କରି ଏହି ସ୍ଥାନରେ କବର ହେବି ବୋଲି ଆଲୋଚନା ଥିଲା !ସଦାବେଳେ ମରଣ ବିଷୟରେ ଆଲୋଚନା କରି, ନିଦକୁ ହଜାଇ ଦେଲା !ଏହି ବିଷୟରେ ଜାଣି ପାରି ମନ୍ତ୍ରୀ କହିଲା, ରାଜା ଆସନ୍ତା କାଲିକି କଣ ଘଟିବ ବୋଲି ଆଲୋଚନା କରି ବିଚଳିତ ହେବା ବଦଳରେ ଆମେ ଆଜି ଜୀବନଯାପନ କରୁଥିବା ଜୀବନରେ ଆଶ୍ଵାଦନ କରିବା ହିଁ ଜ୍ଞାନର କାର୍ଯ୍ୟ ଅଟେ, ଯେ କୌଣସି ଗୋଟିଏ ଦିନ ଆପଣ କବର ପାଇବା ବିଷୟରେ ମନେ ପକାଇ ଆଜି ଅନୁଭବ କରିବାକୁ ଥିବା ଖୁସିକୁ ସମାଧି କରିଦେଲ !

 

ଆମ ମଧ୍ୟରେ ଅନେକେ ଆସନ୍ତା ଦିନକୁ ଚିନ୍ତା କରି ଆଜି ଖୁସିରେ ରହିବାକୁ ଭୁଲି ଯାଉଛୁ !ମଣିଷ ହୋଇଥିବା ଆମେ ଏମିତି ସ୍ଵଭାଵରେ ବଞ୍ଚୁଅଛୁ ବୋଲି ଏହି ବିଷୟରେ ଜାଣିଥିବା ଆମ ପ୍ରଭୁଯୀଶୁଖ୍ରୀଷ୍ଟ ତାହାଙ୍କ ପାର୍ବତ୍ୟ ଉପଦେଶରେ ଆସନ୍ତା କାଲି ପାଇଁ ଚିନ୍ତିତ ହୁଅ ନାହିଁ ବୋଲି ମାଥିଉ :-6:25-34 ର ଦଶଟି ବଚନ ମାଧ୍ୟମରେ କହିଛନ୍ତି !ଆମେ ଏହା ଅନେକ ଥର ପଢିଅଛୁ !ଆମେ ଶୂଆ ସଦୃଶ୍ୟ ମୁଖସ୍ଥ କରି କହୁଛୁ !କିନ୍ତୁ ଆମେ ଯେକୌଣସି ଗୋଟିଏ ବିଷୟରେ ସନ୍ଧାନ କରି, ଖୋଜିଖୋଜି ତାହାପାଇଁ ଚିନ୍ତା କରୁଥାଉ !ଚିନ୍ତା କରିବା ହେଉଛି ଆମର ସାଧାରଣ ସ୍ଵଭାଵ ହୋଇଗଲାଣି !

 

ମୁଁ ଆଜିଯାଏ ନିଜର ବୋଲି ଘର ତୋଳି ନାହିଁ ବୋଲି ଚିନ୍ତିତ ହୋଇ ଭଡାଘରରେ ଥିବାବେଳେ ପ୍ରତିଦିନର ଛୋଟଛୋଟ ଖୁସିକୁ ଅନୁଭବ କରୁ ନାହୁଁ !ଆଉ ତିନି ବର୍ଷରେ ମୋର ଝିଅର ବିବାହ କରିବାକୁ ପଡ଼ିବ ବୋଲି ଚିନ୍ତିତ ହୋଇ ଝିଅଟି ଆମ ସହିତ ଥିବା ଦିନରେ, ତାହାଙ୍କ ସହିତ ବିତାଇ, ମିଳାମିଶା ହୋଇ ସାଙ୍ଗସାଥୀ ସଦୃଶ୍ୟ ରହିବା ଆନନ୍ଦରୁ ବଞ୍ଚିତ ହେଉଛୁ !ଚିନ୍ତା କରିବା ଦ୍ଵାରା କିଛି ବଢ଼ାଇ ପାରିବା ନାହିଁକି କମ କରି ପାରିବା ନାହିଁ, ଏହି ବିଷୟ ଆମକୁ ଭଲ ରୂପେ ଜଣା !ସେହି ସମୟରେ ଏହି ଅନାବଶ୍ୟକ ଚିନ୍ତା କାହିଁକି ?

             

ପ୍ରିୟ ବନ୍ଧୁଗଣ, କାଉ ଓ ଘରଚଟିଆକୁବି ଖାଦ୍ୟ ଯୋଗାଉ ଥିବା ପରମେଶ୍ୱର, ତାହାଙ୍କ ଦୃଷ୍ଟିରେ ବିଶେଷତ୍ୱ ହୋଇଥିବା ତୁମକୁ ଅଣଦେଖା କରି ରହିବେ କି ? ରହିବ ନାହିଁତ, ତେଣୁକରି ଆସନ୍ତା ବର୍ଷ ନିମନ୍ତେ ଓ ବୋଝ ଗୁଡିକ ପରମେଶ୍ୱରଙ୍କ ପ୍ରତି ଭରସା ରଖି, ଆଜି ସଦାପ୍ରଭୁ ଅନୁଭବ କରିବାକୁ ଆମକୁ ଯାହା ଦେଇଛନ୍ତି ତାହା ସହିତ ଆନନ୍ଦରେ ରହିବା !ଛଲ୍ଲେଲୁୟ !

- ଶ୍ରୀମତୀ ଖ୍ରୀସ ଜିୱାମାଣି

 

ପ୍ରାର୍ଥନା ଅନୁରୋଧ :-

ଆମ କ୍ୟାମ୍ପସରେ ବାସ କରି ଉତ୍ତର ଭାରତରୁ ତାଲିମ ନେଉଥିବା ସେବକ ମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al