By Village Missionary Movement
Tuesday, 27-Dec-2022ଆଜିର ବାକ୍ୟ (Oriya) 27-12-2022 (Christmas Special)
ଅଦଦ୍ଭୁତରେ ମହାନ ଅଦଦ୍ଭୁତ
“ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ।“ - ଗୀତସଂହିତା 139:14
ପରମେଶ୍ୱର ତାଙ୍କ ସଦୃଶ୍ୟ ମନୁଷ୍ୟକୁ ସୃଷ୍ଟି କରି ତାର ଜୀବନ ବାୟୁ ପୁଙ୍କି ଆଶ୍ଚର୍ଯ୍ୟ ରୂପେ ଗଢିଲେ !ଆମ ଶରୀର ଅନୁସାରେ ତାହାଙ୍କ ସୃଷ୍ଟିକୁ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବା !ଆମ ଶରୀରରେ 37.2 ଟ୍ରିଳୀୟାନ କଣିକା ଅଛି , ସେଥିମଧ୍ୟରୁ 200ପ୍ରକାର କଣିକା ଅଟେ !ଆମ ମସ୍ତିସ୍କରେ 100 ମିଲିୟନ ସ୍ନାୟୁ ଅଛି !ଆମକୁ ପ୍ରତ୍ୟେକ ଦିନ 50 ହଜାରରୁ ଉର୍ଦ୍ଧ ଆଲୋଚନା ଗୁଡିକ ଆସିବ !ଆମ ମସ୍ତିସ୍କ ଏକ କ୍ୱାଡିଲିୟାନ ସମାଚାରକୁ ନିର୍ମାଣ କରି ପାରିବ !ଆମ ଶରୀରରେ 60 ମିଲିୟନ ଇନ୍ଦ୍ରୀୟ ଗ୍ରହ ଅଛି !ଆମ ଚକ୍ଷୁ 10 ମିଲିୟନ ବିଭିନ୍ନ ରଙ୍ଗୀନ ତଫାତ ଦେଖି ପାରିବ !ଆମେ 50 ହଜାର ବାସନା ଶୁଙ୍ଘି ପାରିବା ! ଆମେ ପ୍ରତ୍ୟେକ ଦିନ 23,040 ନିଶ୍ଵାସପ୍ରଶ୍ୱାସ କରିବା !ଆମ ହୃଦୟ 1,15,200 ଥର ସ୍ଵନ୍ଧନ ହୁଏ !ଆମ ହୃଦୟକୁ ଶରୀର ଠାରୁ ପୃଥକ କଲେ, ସେଥିରେ ବିଦ୍ୟୁତ ପ୍ରେରଣା ଯୋଗୁ ଅଳ୍ପ ସମୟ ସ୍ଵନ୍ଧନ ହୁଏ !ପିଲାମାନଙ୍କ ଶରୀରରେ 300 ହାଡ଼ ଏବଂ ବଡ଼ମାନଙ୍କ ଶରୀରରେ 206 ଗୋଟି ହାଡ଼ ଥିବ !ଆମ କିରଣ 13 ନାନ ମିଟରର ଛୋଟ ଦ୍ରବ୍ୟକୁ ଆନୁମାନିକ କରି ପାରିବ !
ଏପରି ପରମେଶ୍ୱର ସୃଷ୍ଟି କରିଥିବା ମନୁଷ୍ୟ ଶରୀରରେ ଅଂଶର କାର୍ଯ୍ୟକ୍ଷମକୁ ବିଚାରକୁ ନେବା କେତେ ମହାନ ଅଦଦ୍ଭୁତ ହୋଇଥିବ !ତାହାଙ୍କ ବିନା ସଂକଳ୍ପରେ ଆମ ମୁଣ୍ଡର କେଶ ଝଡିବ ନାହିଁ !କେତେ ମହାନ ପ୍ରେମ !ମୁଁ ତୁମକୁ ଛାଡ଼ିବି ନାହିଁ କି ପରିତ୍ୟାଗ କରିବି ନାହିଁ ବୋଲି ପ୍ରତିଜ୍ଞା କରିଥିବା ପରମେଶ୍ୱର, ମୃତ୍ୟୁର ଅନ୍ଧାରରେ, ଲୁହର ଗଭୀରତାରେ, ଆଶୀର୍ବାଦର ଅବସ୍ଥାରେ ଆମ ସହିତ ରହି କଢାଇ ନେଉଛନ୍ତି !
ଯଦି ଆମେ ଏହି ବର୍ଷର ଟିକେ ପଛକୁ ଫେରି ଚାହିଁବା ପରି ହେଲେ, ଆମର ପ୍ରତ୍ୟେକ ଗତିଶୀଳରେ ସେ ଆମ ସହିତ ଅଛନ୍ତି ବୋଲି ହୃଦୟଙ୍ଗମ କରି ପାରିବା କି ? ଅବା ଛୋଟଛୋଟ ସମସ୍ୟାକୁ ମଧ୍ୟ, ମୋତେ ହିଁ କାହିଁକି ଏ ଅବସ୍ଥା, କେବଳ ମୁଁ ହିଁ କାହିଁକି ଏପରି ଅଛି, ବୋଲି ବିଳାପ କରୁଛ କି ? ଅଳ୍ପ ଆଲୋଚନା କରି ଦେଖନ୍ତୁ !ଆମ ଶରୀରର ଅଂଶ ଗୁଡିକ ଉତ୍ତମ ରୂପେ କାର୍ଯକ୍ଷମ ହେଲେ ହିଁ ଆମେ କୋଟିପତି ଅଟୁ !ହଁ ଲକ୍ଷଲକ୍ଷ ଟଙ୍କା ଡାକ୍ତରକୁ ଦେବା ଆବଶ୍ୟକତା ନାହିଁ !ଆମ୍ଭମାନଙ୍କୁ ତାହାଙ୍କ ହସ୍ତରେ ସେ କେବଳ ତାଙ୍କ ସଦୃଶ୍ୟ ସୃଷ୍ଟି କରି ଥିବାହିଁ ନୁହେଁ, ଆମ ଶରୀରରେ କେତେ ଅଦଦ୍ଭୁତ ରଖିଥିବାକୁ ମନେ କଲେ, ତାହାଙ୍କୁ ସ୍ତୁତି ନ କରି ରହି ପାରିବା ନାହିଁ !ଏତେ ଅଦଦ୍ଭୁତରେ ପରିପୂର୍ଣ୍ଣ ହୋଇଥିବା ଆମ ଶରୀର ଏବଂ ଆମ ଜୀବନ ପ୍ରଭୁଙ୍କର ଦ୍ଵାରା ଆମକୁ ଦିଆ ଯାଉଥିବା ଉପହାର ଅଟେ ବୋଲି ହୃଦୟଙ୍ଗମ କରି ପାରିବା !ରୋଗ, ସମସ୍ୟା, ସଂଗ୍ରାମ ଆସିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଜୀଵରେ ରଖିଲା ତ !ହଁ ଏହି ସମସ୍ତ ବିଷୟରେ ମନେ ପକାଇ ତୁମ ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ କର !ଆସନ୍ତା ନୂତନ ବର୍ଷରେ କୃତଜ୍ଞତା ପୂର୍ବକ ଆହ୍ୱାନ କରିବା !ହାଲ୍ଲେଲୁୟା !
- ଶ୍ରୀମତୀ ଆଣଭୁ ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ :-
ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ ନାମକ ରାଜ୍ୟରେ ହେଉଥିବା ସେବାକାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.