Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-12-2022 (Christmas Special)
Share:

By Village Missionary Movement

Monday, 26-Dec-2022

ଆଜିର ବାକ୍ୟ (Oriya) 26-12-2022 (Christmas Special)

 

ଆୟୁବ

 

“ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ । ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।“ - ଯାକୁବ 5:11

 

ଆଉ ସେ ସିଦ୍ଧ, ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଏହି ପୃଥିବୀରେ ତାଙ୍କ ପରି ଆଉ କେହି ନାହାନ୍ତି ବୋଲି ପରମେଶ୍ୱରଙ୍କ ଠାରୁ ପ୍ରସଙ୍ଗଶିତ ହୋଇ ଥିବା କେବଳ ଜଣେ ମାତ୍ର ସାଧୁ ବ୍ୟକ୍ତି ହେଉଛନ୍ତି ଆୟୁବ !ଇଏ ପବିତ୍ର ଜୀବନଯାପନ କରି ଧାର୍ମିକ ହୋଇଥିଲା !ଧାର୍ମିକ କହିଲେ, ସଦାପ୍ରଭୁଙ୍କର ଠାରେ ଉତ୍ତମ ରୂପେ ଜୀବନଯାପନ କରିବା ବ୍ୟକ୍ତି ତ !ତାର ପରିବାରରେ ଛୋଟଛୋଟ ଦୋଷ ଦେଖାଦେଲା କ୍ଷଣି, ପରମେଶ୍ୱରଙ୍କ ଠାରେ କ୍ଷମା ଭିକ୍ଷା ମାଗି ଦାନବଳି ସମର୍ପିତ କରିବା ବ୍ୟକ୍ତି ଅଟେ !ପ୍ରଭୁଙ୍କୁ ଆରାଧନା କରିବାରେ, ପାପ କ୍ଷମା ମାଗିବାରେ ଧାର୍ମିକ ବ୍ୟକ୍ତି ଅଟେ !ଏପରି ଅବସ୍ଥାରେ ପରମେଶ୍ୱର ଓ ଶଇତାନ ମଧ୍ୟରେ ବାର୍ତ୍ତାଳାପ ହେଲା ଏବଂ ତାହା ଦ୍ଵାରା ହୋଇଥିବା ପରିଣାମ ମଧ୍ୟରେ ସେ ରହିଥିବା ଆୟୁବ ଜାଣି ପାରିଲା ନାହିଁ !କେବଳ ଗୋଟିଏ ଦିନରେ ହିଁ ତାହାର ଦଶଜଣ ସନ୍ତାନ, ବିସ୍ତାରିତ ହୋଇଥିବା ସମ୍ପତ୍ତିକୁ ହରାଇ ଥିଲେ ମଧ୍ୟ, ପରମେଶ୍ୱରଙ୍କୁ ହରାଇ ନ ଥିଲା !ସେ ମୋତେ ହତ୍ୟା କଲେ ସୁଧା ମୁଁ ତାହାଙ୍କୁ ସନ୍ଧାନ କରୁଥିବି ବୋଲି କହେ !ତାହାକୁ ଆସିଥିବା ବାଧାକୁ ସହନଶୀଳରେ ସମ୍ଭାଳିଲା !ଯେତେ କଷ୍ଟ ଆସିଲେ ମଧ୍ୟ ତାହାକୁ ପ୍ରେମ କରୁଥିବା ବ୍ୟକ୍ତି ଧାର୍ମିକ ଅଟନ୍ତି ବୋଲି ସତ୍ୟତାକୁ ପ୍ରମାଣିତ କରିବାକୁ ପରମେଶ୍ୱର ଆୟୁବକୁ ପସନ୍ଦ କଲେ !

 

ସ୍ତ୍ରୀଙ୍କର ଅଟହାସ୍ୟ କଥା ଗୁଡିକ ସାଙ୍ଗସାଥୀଙ୍କ ମିଥ୍ୟା ସାକ୍ଷ୍ୟକୁ ସହ୍ୟ କରି, ଯାହା ଘଟିଲେ ମଧ୍ୟ ପରମେଶ୍ୱରଙ୍କୁ ଅନୁସରଣ କରିବି ବୋଲି ବିଶ୍ୱାସରେ ଠିଆ ହେଲା !ସେହି ବନ୍ଧୁମାନଙ୍କ ନିମନ୍ତେ ପ୍ରାର୍ଥନା କରି ପ୍ରଭୁଙ୍କର ଅନୁଗ୍ରହ ପାଇଲା !ହଜାରହଜାର ବର୍ଷ ପୂର୍ବେ ଦ୍ୱିତୀୟ ଆଗମନ ବିଷୟରେ, ପୁନରଜୀବନ ବିଷୟରେ ସ୍ୱଷ୍ଟତା ପାଇଲା !ଶେଷରେ ଶଇତାନର ଆଲୋଚନାକୁ ଠେଲି ଦେଲା ଏବଂ ଶଇତାନ ହାରିଗଲା !

 

ହେ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭମାନଙ୍କୁ ପରମେଶ୍ୱର କଷ୍ଟର ମାର୍ଗ ବିଷୟରେ ଶିକ୍ଷା ଦେଉଛନ୍ତି ଏହି ବିଷୟଟି ପ୍ରକୃତ ଅଟେ !କିନ୍ତୁ କେବଳ ଶିକ୍ଷା ଗ୍ରହଣ କରିବାକୁ ହିଁ କଷ୍ଟକୁ ଅନୁମତି ଦେଉଛୁ ବୋଲି କହି ପାରିବା ନାହିଁ !ଆମେ ଏହି ବିଷୟଟି ଆୟୁବଙ୍କ ଜୀବନ ମାଧ୍ୟମରେ ଜାଣି ପାରୁଛୁ !ତେଣୁକରି ଆମ ବ୍ୟାଧି,ବାଧା,କଷ୍ଟ, ନଷ୍ଟ ବୋଲି ସବୁକିଛିର କାରଣ ଜାଣିବାକୁ ଚେଷ୍ଟା ନ କରି ଧୌର୍ଯ୍ୟର ସହିତ ରହିବା !ଗୁପ୍ତ ସବୁ ଆମ ସଦାପ୍ରଭୁ ପରମେଶ୍ୱରଙ୍କୁ ପହଞ୍ଚିବ !ଯଦି ଏପରି ଅବସ୍ଥା ଚାଲିଲା ବେଳେ, ତୁମ ବିଷୟରେ ଅପମାନିତ କରୁଥିବା ତୁମ ସାଙ୍ଗସାଥୀଙ୍କୁ କ୍ଷମା କରି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଚେଷ୍ଟା କରନ୍ତୁ !ତୁମେ ହରାଇ ଥିବା ସୁସ୍ଥତା, ସମାଧାନ, ଆନନ୍ଦ ପରି ସବୁ ଉପକାର ଆସନ୍ତା ନୂତନ ବର୍ଷରେ ତୁମକୁ ପରମେଶ୍ୱର ଦ୍ଵିଗୁଣିତ ଦେଇ ତୁମକୁ ଆଶୀର୍ବାଦ କରିବେ !ଆମେନ୍ !

- ଶ୍ରୀମତୀ ସାରୋଜା ମୋହନ ଦାସ

 

ପ୍ରାର୍ଥନା ଅନୁରୋଧ :-

ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ପାଳନ କରିବାକୁ ସାହାଯ୍ୟ କରିଥିବା ପ୍ରଭୁଙ୍କର ସ୍ତୁତି କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al