Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-12-2022 (Christmas Special)
Share:

By Village Missionary Movement

Thursday, 22-Dec-2022

ଆଜିର ବାକ୍ୟ (Oriya) 23-12-2022 (Christmas Special)

 

ଅର୍ଥହୀନ ଖ୍ରୀଷ୍ଟମାସ

 

"...ଅନ୍ୟ ଦେଶୀୟମାନଙ୍କର ତିରସ୍କାରକୁ ରୋକିବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କ’ଣ ତୁମ୍ଭମାନଙ୍କର ଉଚିତ୍ ନୁହେଁ ?” - ନିହିମୀୟା 5:9

 

ପ୍ରିୟ ବନ୍ଧୁଗଣ, ଆମେ ସବୁଦିନ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ବିଷୟରେ "ମୋକ୍ଷ ପ୍ରୟାଣାଂ "ପତ୍ରିକା ମାଧ୍ୟମରେ ଧ୍ୟାନ କରୁଛୁ !କିନ୍ତୁ ଅର୍ଥହୀନ ଖ୍ରୀଷ୍ଟମାସ କହିଲେ କଣ ? ଆମେ ଆଜି ଏହି ବିଷୟରେ ଆଲୋଚନା କରି ଦେଖିଲେ ଭଲ ଥିବ !

 

(1). ପଡୋଶୀ ଘରରୁ ଅଳିଆ ଅବା ପାଣି ଆମ ଅଗଣାକୁ ଆସିବା ବେଳେ କିଅବା ତାଙ୍କ ଯାହାନକୁ ଆମ ଗୃହ ସାମ୍ନାନାରେ ଥୋଇଲା ବେଳେ, ଆମେ ଚିଡିଚିଡ଼ି ହେଉ ଅବା ରାଗିଯାଉ !ଏପରି ଛୋଟଛୋଟ ବିଷୟରେ ହିଂସାରେ ଥିବାବେଳେ,କେବଳ ଖ୍ରୀଷ୍ଟମାସ ଦିନରେ ହିଁ ଘର ସାମ୍ନାନାରେ ଟଙ୍କାଇ ଥିବା ଷ୍ଟାର,ଖ୍ରୀଷ୍ଟଙ୍କୁ ମହିମା ଦେବ ଅଥବା ଅନ୍ୟକୁ ଖୁସି ଦେବ !

 

(2).ଆମେ ଚାକିରୀ କରିବା ସ୍ଥାନରେ ବର୍ଷ ସାରା ମୁହଁମୋଡି, ଅଣଖ୍ରୀଷ୍ଟିଆନ ବ୍ୟକ୍ତି ମାନଙ୍କ ବିଷୟରେ ଆମେ କଥାକଥାକୁ ରାଗିକି, କେବଳ ଖ୍ରୀଷ୍ଟମାସ ଦିନରେ ମୁରୁକି ହସର ମୁହଁରେ କେକ୍ ଦେବା ବେଳେ ତାହା କଣ ପ୍ରକୃତ ହାପି ଖ୍ରୀଷ୍ଟମାସ ହେବ କି ?

 

(3). ସରକାରୀ ଅଫିସରେ ଚାକିରୀ କରୁଥିବା ଖ୍ରୀଷ୍ଟିଆନ ମାନେ, ତାଙ୍କ କାମରେ ଲାଞ୍ଚ ନେବା, ସତ୍ୟକୁ ବେତୀରେଖ କରିବା କାମରେ ଅଂଶ ଗ୍ରହଣ କରି, ଖ୍ରୀଷ୍ଟମାସ ଦିନରେ ତଳ ଚାକିରିୟା ମାନଙ୍କୁ ବସ୍ତ୍ର ଏବଂ କେକ୍ ଗୁଡିକ ଦେବା ବେଳେ, ତାହା ଖ୍ରୀଷ୍ଟଙ୍କୁ ମହିମା ହୋଇ ଥିବ ନା, ଖ୍ରୀଷ୍ଟଙ୍କୁ ଅପମାନିତ ହୋଇଥିବ ?

 

(4). ମହାବିଦ୍ୟାଳୟରେ ଅଧ୍ୟୟନ କଲାବେଳେ ଖ୍ରୀଷ୍ଟିଆନ ସନ୍ତାନ ହୋଇଥାଇ ମଧ୍ୟ ବିଜାତୀୟ ମାନଙ୍କ ସଦୃଶ୍ୟ ପଡୋଶୀକୁ ହାସ୍ୟାସ୍ପଦ କରିବା, ଅଶୁଦ୍ଧ କଥା କହି ଆନନ୍ଦିତ ହେବା, ମନ୍ଦ ୱେବସାଇଡରେ ମିଳନ ହେବା, ଗାର୍ଲପ୍ରେଣ୍ଡ ଓ ବୟପ୍ରେଣ୍ଡ ବୋଲି କହି ମନ ଇଚ୍ଛାରେ ବୁଲାବୁଲି କରିବା, ଏପରି ରହି କେବଳ ଖ୍ରୀଷ୍ଟମାସ ଦିନ ହିଁ ସଚ୍ଚୋଟତାର ଖ୍ରୀଷ୍ଟିଆନ ସଦୃଶ୍ୟ ଅଭିନନ୍ଦନ ଜଣାଇବା ବେଳେ, ତୁମ୍ଭ ସାଙ୍ଗମାନଙ୍କ ସମୁଖରେ ଯୀଶୁଖ୍ରୀଷ୍ଟ ମହିମାନ୍ୱିତ ହେବେ କି ?

 

ପ୍ରିୟ ବନ୍ଧୁଗଣ, ଉପରେ କୁହାଯାଇଥିବା ପ୍ରତ୍ୟକ ସୂଚନାରେ ଅର୍ଥହୀନ ଖ୍ରୀଷ୍ଟମାସକୁ ଦେଖୁଛୁ !ହଁ ଆମେ ସଚ୍ଚୋଟତାର ଖ୍ରୀଷ୍ଟିଆନ ଭାବେ ରହିଥିବା ବେଳେ ହିଁ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସକୁ ପାଳନ କରି ପାରିବା !ନହେଲେ ଆମ ଖ୍ରୀଷ୍ଟମାସ ପର୍ବରେ ଆଡମ୍ବର ଓ ଚିତ୍କାର ହିଁ ଥିବ, ମାତ୍ର ତାହାର ଅର୍ଥ ନ ଥିବ !କେବଳ ଖ୍ରୀଷ୍ଟମାସ ଦିନ ହିଁ ନୁହେଁ ପ୍ରତ୍ୟେକ ଦିନ ଖ୍ରୀଷ୍ଟଙ୍କୁ ପ୍ରତିଫଳିତ ଖ୍ରୀଷ୍ଟିଆନ ରୂପେ ଜୀବନଯାପନ କଲେ, ଆମେ ଦେଉଥିବା ଖ୍ରୀଷ୍ଟମାସର ଉପହାର ଓ ଅଭିନନ୍ଦନ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ହୋଇଥିବ !ତାହା କେବଳ ଆମକୁ ହିଁ ନୁହେଁ ଆମ ଚାରିପଟେ ଥିବା ଲୋକଙ୍କୁ ମଧ୍ୟ ଆନନ୍ଦ ଦେବ !ଆମେନ୍ !

- କେ. ବେଞ୍ଜାମିନ

 

ପ୍ରାର୍ଥନା ଅନୁରୋଧ :-

ଗେତସମଣି କ୍ୟାମ୍ପସ ଚାରିଆଡେ ଥିବା ଗ୍ରାମର ଲୋକଙ୍କୁ ଆହ୍ୱାନ କରି ଖ୍ରୀଷ୍ଟାଜନ୍ମ ଦିନର ସୁସମାଚାର ପ୍ରକାଶ କରିବାକୁ ନିର୍ଣ୍ଣୟ କରିଥିବା ଚେଷ୍ଟାରେ ପ୍ରଭୁଙ୍କର ହସ୍ତ ସହଭର୍ତ୍ତୀ ହେବା ନିମନ୍ତେ ଏବଂ ଆବଶ୍ୟକତା ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al