Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-12-2022 (Christmas Special)
Share:

By Village Missionary Movement

Thursday, 22-Dec-2022

ଆଜିର ବାକ୍ୟ (Oriya) 22-12-2022 (Christmas Special)

 

ବିଜାତୀୟମାନଙ୍କ ସହିତ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

“ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।“ - ମାଥିଉ 5:16

 

ଜଣେ ପ୍ରଭୁଙ୍କର ଦାସ ଖ୍ରୀଷ୍ଟମାସ ବିଷୟରେ ଲେଖିଥିବା ଏକ କାହାଣୀ ପଡିଲି !ଗୋଟିଏ ଦେବାଳୟର ପୁଲପିଟରେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରୁଥିବା ଜଣେ ବ୍ୟକ୍ତିର ପ୍ରାର୍ଥନା ଶୁଣି,ଜଣେ ଦେବଦୂତ ତାହାଙ୍କ ନିକଟକୁ ଆସିଲା !ସେ କହିଲା,ପ୍ରଭୁ ଖ୍ରୀଷ୍ଟମାସ ଦିନରେ ରାନ୍ଧିବା ନିମନ୍ତେ ଏକ କୁକୁଡ଼ା ଦରକାର, ଆମ ପାଳକଙ୍କ ଗୃହରେ ଅନେକ କୁକୁଡ଼ା ଅଛି !ଦୁଇଟି ସାର୍ଟ ଥିବା ବ୍ୟକ୍ତି କିଛି ନ ଥିବା ବ୍ୟକ୍ତିଙ୍କୁ ଦେବା ଉଚିତ କହି ଉପଦେଶ ଦେଉଥିବା ସେ ମୋତେ ଗୋଟିଏ କୁକୁଡ଼ା ବି ଦିଅନ୍ତି ନାହିଁ !ତେଣୁକରି ତାଙ୍କ ଗୃହରୁ ଏକ କୁକୁଡ଼ା ଚୋର କରିବି କହି ପ୍ରାର୍ଥନା କଲା !ସେହି ପ୍ରାର୍ଥନା ଶୁଣି ଚକିତ ହୋଇଯାଇଥିବା ଦେବଦୂତ, ଏକ ସମାଧି ମଧ୍ୟରେ କାନ୍ଦିକାନ୍ଦି ପ୍ରାର୍ଥନା କରୁଥିବା ଆଉ ଜଣେ ବ୍ୟକ୍ତିଙ୍କ ନିକଟକୁ ଗଲେ ! ବନ୍ଧୁ ଗତ ବର୍ଷ ଖ୍ରୀଷ୍ଟମାସ ଦିନରେ ଆମେ ଦୁହେଁ ମିଶି ମଦ୍ୟପାନ କରି ଖୁସିରେ ଖ୍ରୀଷ୍ଟମାସ ପାଳନ କଲୁ !କିନ୍ତୁ ଏହି ଖ୍ରୀଷ୍ଟମାସରେ ତୁମେ ନାହଁ !ତେଣୁକରି ଏହି ମଦ ବୋତଲଟି ତୁମକୁ ଦେଉଛି ବୋଲି ସେହି ମଦ ବୋତଲଟି ସମାଧି ନିକଟରେ ରଖି ଚାଲିଗଲା !ପୁନର୍ବାର ଚକିତ ହୋଇ ଯାଇଥିନା ଦେବଦୂତ ଆଲୋକମାଳାରେ ଆଲୋକିତ ହେଉଥିବା ଏକ ଘର ଭିତରକୁ ଯାଇ ଦେଖିବା ବେଳେ, ଆଶାରେ ସେହି ଗୃହର ଅଳଙ୍କାର ଦେଖୁଥିବା ଗରିବ ପିଲାଙ୍କୁ,ସେହି ଗୃହର ମାଲିକ କ୍ରୋଧରେ ମାରିଲା !ମଣିଷମାନଙ୍କ ଖ୍ରୀଷ୍ଟମାସ ପର୍ବ ଦେଖିଥିବା ଦେବଦୂତ ଅତି ଦୁଃଖରେ ପୁନର୍ବାର ସ୍ବର୍ଗରାଜ୍ୟକୁ ଫେରିଗଲେ !

 

ମାଥିଉ :5:13-16 ବଚନରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବା ଉଚିତ ବୋଲି ଲେଖାଯାଇଛି !ତୁମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ ବୋଲି 1ମ ପିତର :-2:12 ରେ ଆମେ ଦେଖୁଛୁ !ତେଣୁକରି ଉପରେ ଶୁଣିଥିବା କାହାଣୀ ଅନୁଯାଇ ପ୍ରଭୁଙ୍କର ନାମକୁ ନିନ୍ଦା ଦେଲା ପ୍ରକାରେ ଖ୍ରୀଷ୍ଟମାସ ପାଳନ କରିବା ଉଚିତ ନୁହେଁ !ଅନେକ ଖ୍ରୀଷ୍ଟିଆନ ମାନେ ମଦପାନ କରି ଖ୍ରୀଷ୍ଟମାସ ପାଳନ କରୁଛନ୍ତି !କେତେ ଦୁଃଖର ବିଷୟ ଅଟେ !

 

ପ୍ରିୟ ବନ୍ଧୁଗଣ, ଯୀଶୁବାପାଙ୍କୁ ଜାଣି ନ ଥିବା ଅଣଯିହୂଦୀ ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦେଇ ଯୀଶୁଙ୍କ ପ୍ରେମକୁ ଦେଇ ପ୍ରକାଶିତ କରନ୍ତୁ !ଯୀଶୁବାପାଙ୍କୁ ଜାଣି ନ ଥିବା ତୁମ ସାଙ୍ଗସାଥୀ ମାନଙ୍କୁ ଭୋଜନକୁ ଆମନ୍ତ୍ରଣ କରି ସୁସମାଚାର ପ୍ରସାରଣ କର !ଖ୍ରୀଷ୍ଟମାସର ପତ୍ରିକା ଗୁଡିକ କାହାକାହାକୁ ଦେବା ଉଚିତ କି ସେମାନଙ୍କୁ ହିଁ ଦିଅ !ଦୁଃଖ, ରୋଗ ଓ ଏକଲାରେ ଜୀବନଯାପନ କରୁଥିବା ଲୋକଙ୍କ ନିକଟକୁ ଯାଇ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇ, ବିଶ୍ୱାସର କଥା କହି ସେମାନଙ୍କୁ ଉତ୍ସାହିତ କର !ଗୃହର ଅଳଙ୍କାର ଦ୍ୱୀପର ଆଲୋକରୁ ଆମ ସତକ୍ରିୟା ଦେବା ଆଲୋକ ମଣିଷମାନଙ୍କ ସାମ୍ନାରେ ପ୍ରକାଶିତ କରିବା !ତେବେ ପ୍ରଭୁଙ୍କର ନାମ ମହିମାନ୍ୱିତ ହେବ !ସ୍ବର୍ଗରାଜ୍ୟ ଆନନ୍ଦିତ ହେବ !ହାଲ୍ଲେଲୁୟା !

- ଶ୍ରୀମତୀ ଗୀତା ରିଚାର୍ଡ

 

ପ୍ରାର୍ଥନା ଅନୁରୋଧ:-

ଯୌବନ ମାନଙ୍କ ନିମନ୍ତେ ପ୍ରକାଶିତ ହେଉଥିବା ପତ୍ରିକା ଦ୍ଵାରା ଅନେକ ଯୌବନମାନେ ସ୍ବର୍ଶ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet