Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-12-2022 (Christmas Special)
Share:

By Village Missionary Movement

Tuesday, 20-Dec-2022

ଆଜିର ବାକ୍ୟ (Oriya) 20-12-2022 (Christmas Special)

 

ପାଶୋରି ଯିବାରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

"...ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି " - ଦ୍ୱିତୀୟ କରିନ୍ଥୀୟ 5:19

 

ରୁଷିଆରେ କମ୍ୟୁନିଷ୍ଟ ମାନେ ଖ୍ରୀଷ୍ଟିଆନ ମାନଙ୍କୁ ତାଡନା କଲାବେଳେ ଭାରି ଢେଙ୍ଗୁ ନାମକ ଜଣେ ମହିଳା ମଧ୍ୟ କାରାଗାରରେ ବନ୍ଧୀ ହୋଇ ଅତ୍ୟଧିକ ଭାବେ ତାଡନା ପାଇଲା !ଅନେକ ବର୍ଷ ପରେ ମୁକ୍ତି ପାଇଁ, ଖ୍ରୀଷ୍ଟଙ୍କ ସୁସମାଚାର କରି ଆସିଲା !ଏପରି ଦିନେ ଗୋଟିଏ ହଲରେ ପ୍ରସଙ୍ଗ କଲାବେଳେ ଆଗ ଧାଡିରେ ବସି ଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚକିତ ହୋଇଗଲା !ଏହାର କାରଣ ହେଉଛି, ସେହି ବ୍ୟକ୍ତି ଜଣକ ହିଁ ତାଙ୍କୁ କାରାଗାରରେ ବନ୍ଧୀ କରି ହିଂସା କରି ତାର ନିଜର ଭାଇକୁ ହତ୍ୟା କରିଥିବା କାରାଗାରର ଅଧିକାରୀ ଅଟେ !ସେହି ଦିନ ସଭା ସମାପ୍ତି ହେଲା ପରେ ସମସ୍ତେ କର ମର୍ଦ୍ଧନ କଲାବେଳେ, ସେହି ବ୍ୟକ୍ତି ମଧ୍ୟ ଆସି ସେକେହ୍ୟାଣ୍ଡ ଦେବାପାଇଁ ହାତ ବଢ଼ାଇଲା !ତାହାକୁ ସେ ହାରି ବୋଲି ନ ଜାଣି, ସେ ସେକେହ୍ୟାଣ୍ଡ ଦେଇ ପାରିଲା ନାହିଁ !ବାଧାଟି ତାର ତଣ୍ଟି ପର୍ଯ୍ୟନ୍ତ ଭର୍ତି ହୋଇଗଲା !ଯୀଶୁବାପା ତୁମ ପ୍ରେମର ଆତ୍ମାକୁ ମୋ ହୃଦୟରେ ଭରସାଅ ବୋଲି ପ୍ରାର୍ଥନା କରି, ମୁରିଖି ହସରେ ତାର ହାତକୁ ବଢ଼ାଇ କର ମର୍ଦ୍ଧନ କଲା !

 

ପବିତ୍ର ବାଇବଲରେ ତାର ଭାଇମାନଙ୍କ ଦ୍ଵାରା ହୋଇ ଥିବା ଦ୍ରୋହିକୁ ଏକମନରେ କ୍ଷମା କରି, ଭୁଲିଗଲା ଯୋଶେଫଙ୍କ ବିଷୟରେ ପଡୁଅଛୁ ! ହଁ କ୍ଷମା ଦେଇ ପାଶୋରି ଯାଇଥିବା ବେଳେ ହିଁ ପ୍ରକୃତ ଆନନ୍ଦ ଓ ଆଶୀର୍ବାଦ ହୁଏ !ଯୀଶୁଖ୍ରୀଷ୍ଟ କହିଥିବା' ଅପବ୍ୟୟ ପୁତ୍ର' ଉପମାରେ ପିତାଙ୍କୁ ପରିତ୍ୟାଗ କରି ସୁଦୂରକୁ ଚାଲିଯାଇଥିବା ସାନ ପୁଅକୁ ପୁନର୍ବାର ତାର ପିତା ଗ୍ରହଣ କରିବା ଆମେ ଦେଖୁଛୁ !ତାଙ୍କ ପୁଅର କଠିନ କଥା, ଅବିଧେୟତା ସବୁକିଛିକୁ କ୍ଷମା କରି, ପାଶୋରି ଯାଇ ପୁନର୍ବାର ପିତା ପ୍ରେମ କଲା !

          

ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ଏହି ଖ୍ରୀଷ୍ଟମାସ ଦିନରେ ଆମ ପରମପିତାଙ୍କ ମନ ଆମଠି ଅଛି କି ? ଆମ ଜୀବନରେ ଘଟିଥିବା କାର୍ଯ୍ୟ ଗୁଡିକ, ଆମକୁ ଆଘାତ ଦେଲା ସଦୃଶ୍ୟ, ଅନ୍ୟାୟ କଲା ପରି ଥିଲେ ମଧ୍ୟ, ମାର୍କ :-11:25 ରେ ପରମପିତା କହିଥିବା ସଦୃଶ୍ୟ, ଅନ୍ୟର ଦୋଷକୁ ପାଶୋରି, ପିତାଙ୍କ ସହିତ ସମ୍ବନ୍ଧ ରଖି, ଆମ ଜୀବନକୁ ମଧୁରରେ ପରିବର୍ତ୍ତନ କରୁଛୁ କି ? ଆମକୁ ହିଂସା କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ କି ?ଏପରି କରିଲା ବେଳେ ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ଆମ ହୃଦୟରେ ଭର୍ତି ହୋଇ ସବୁକିଛି ଦ୍ୱେଷକୁ ପାଶୋରି ପ୍ରତିଦିନ ଖୁସିରେ ପର୍ବ ପାଳନ କରି ପାରିବା, ଆମେନ୍ !

- ଏ. ବିହୁଲା

 

ପ୍ରାର୍ଥନା ଅନୁରୋଧ :-

ମୋକ୍ଷ ପ୍ରୟାଣାଂ ଦିନଧ୍ୟାନ ପତ୍ରିକା ଦ୍ଵାରା ଅନେକ ଲୋକଙ୍କ ଆତ୍ମିକ ଜୀବନର ମୂଲ୍ୟ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet