By Village Missionary Movement
Saturday, 17-Dec-2022ଆଜିର ବାକ୍ୟ (Oriya) 18-12-2022 (Christmas Special)
ମନ ପରିବର୍ତ୍ତନରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ
"....ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ " - ଲୂକ 15:7
ପ୍ରିୟ ପିଲାମାନେ, କେମିତି ଅଛ, ତୁମ୍ଭେ ସମସ୍ତେ ଭଲରେ ରହିବା ନିମନ୍ତେ ମୁଁ ପ୍ରଭୁଙ୍କର ଠାରେ ଭିକ୍ଷା କରୁଅଛି !ଏହି ବର୍ଷଟି ଏବେଏବେ ଆରମ୍ଭ ହେଲା ପରି ଲାଗୁଛି, କିନ୍ତୁ ଗଢ଼ଗଢ଼ ହୋଇ ବିତିଗଲାଣି, ଦେଖିଲ କି ? ଏହି ମାସ ସାରା ଯୀଶୁ ବାପାଙ୍କୁ କୃତଜ୍ଞତା ଜଣାଉ ଥିବା !
ଖ୍ରୀଷ୍ଟମାସ ପର୍ବ କହିଲେ, କେକ୍, ବିରିୟାନୀ, ଖ୍ରୀଷ୍ଟମାସ ଟ୍ରୀ, ଖ୍ରୀଷ୍ଟମାସ ଅଜା, ଆଉ ବିଭିନ୍ନ ପ୍ରକାରର ଅଳଙ୍କାର ଗୁଡିକ, ଏମିତି ଅତି ବ୍ୟସ୍ତତାରେ ଥିଲେ ମଧ୍ୟ, ନୁଆଁ ପୋଷାକ କିଣିବାକୁ କେହି ଭୁଲିବ ନାହିଁ ତ !ତୁମେମାନେ ସମସ୍ତେ ନୂଆ ପୋଷାକ କିଣି ଦେଲ କି ? ହଁ... ସୁପର !କେନା ନାମକ ଜଣେ ଛୋଟ ବାଳିକାଙ୍କ ଗୃହରେ ଡ୍ରେସ କିଣିବାକୁ ଟଙ୍କା ନାହିଁ !ତାଙ୍କ ବାପା ଗୋଟିଏ ସପ୍ତାହ ସାରା କାମ କରି, ଆଣିଥିବା ଟଙ୍କାରେ ଅଳ୍ପ ଦାମର, ପୋଷାକ ଆଣି ସିଲେଇ କରିବାକୁ ଦେଲା !କେନା ବହୁତ ଖୁସି ହେଲା !ଦରଜୀ ସେହି ବାଳିକାର ମାପ ନେଇ କପଡ଼ାକୁ କଟିଙ୍ଗ କଲା !ଅନାବଶ୍ୟକ କ୍ଲତକୁ ଛାଡି, ଉତ୍ତମ ରୂପେ ସିଲେଇବାକୁ ଆରମ୍ଭ କଲା !ଏବେ କେନା ପରିଧାନ କରିବା ଡ୍ରେସ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଗଲାଣି !ହେଲେ ଦରଜୀକୁ ଫିସ ଦେବାକୁ ପଡ଼ିବ ତ !ସେହି ଫିସ ବାପା ଦେଇ କେନାକୁ ସେ ଡ୍ରେସ ଦେବାବେଳେ, ତାର ଖୁସିର ସୀମା ଆଉ ରହିଲା !
କପଡା ନେଇ ଦରଜୀ ଦେଲା ସଦୃଶ୍ୟ, ଆମେ ଆମ ଜୀବନକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରିବା !ଅନାବଶ୍ୟକ କପଡା ଗୁଡିକ ଦରଜୀ କଟିଙ୍ଗ କରିଲା ସଦୃଶ୍ୟ, ଆମ ଠାରେ ଥିବା କ୍ରୋଧ, ଝଗଡା, ଦ୍ୱେଷ, ମିଛ, ଚୋର ପରି ପାପ ଗୁଡିକୁ ପରିତ୍ୟାଗ କରି, ଯୀଶୁଙ୍କ ସଦୃଶ୍ୟ, ତାଙ୍କ ସନ୍ତାନ ସଦୃଶ୍ୟ ଜୀବନଯାପନ କରିବାକୁ ଆମକୁ ସଜାଡ଼ିବ !ଦରଜୀ ଡ୍ରେସ ସିଲେଇବାକୁ ଫିସ ନେଲା ସଦୃଶ୍ୟ,ସେ ଆମ ଠାରେ କୌଣସି ଫିସ ନିଅନ୍ତି ନାହିଁ !ତାହା ବଦଳରେ ସେ ଆମକୁ ତାହାଙ୍କ ପ୍ରାଣ ଆମକୁ ଫିସ ରୂପରେ ଦେବାକୁ ଏହି ପୃଥିବୀକୁ ଆସିଲେ !
କଣ ପିଲାମାନେ, ଯୀଶୁ ତୁମକୁ ଯାହା ପଚାରନ୍ତି ତାହା ପାପରେ ପୂରଣ ହୃଦୟ ଅଟେ !ପାପର ଅନ୍ଧକାରକୁ ଅପସାରଣ କରି,ସାଧୁ ଜୀବନଯାପନ କଲା ସଦୃଶ୍ୟ, ତୁମ୍ଭ ହୃଦୟ ଦେବାକୁ ତୁମେ ପ୍ରସ୍ତୁତ କି ? ପ୍ରସ୍ତୁତର ହୃଦୟରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ପାଳନ କରିବାକୁ ମୋର ଅଭିନନ୍ଦନ !
ଭଉଣୀ ଦେବୋର
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.