Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-12-2022 (Christmas Special)
Share:

By Village Missionary Movement

Saturday, 17-Dec-2022

ଆଜିର ବାକ୍ୟ (Oriya) 17-12-2022 (Christmas Special)

 

ମଣ୍ଡଳୀରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

“ବିଶ୍ୱାସରେ ଯେ ଦୁର୍ବଳ, ତାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ ।“ - ରୋମୀୟ 14:1

 

ଗୋଟିଏ ମହାବିଦ୍ୟାଳୟର କ୍ୟାମ୍ପସରେ ସେବକମାନଙ୍କ ନିମନ୍ତେ ଏକ ସମାବେଶର ଆୟୋଜନ କରାଗଲା !ସେହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା କ୍ୟାଥଲିକ ବିଦ୍ୟାର୍ଥୀ ମାନେ ସମାବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛା ହୋଇ ସେଥିରେ ଅଂଶ ଗ୍ରହଣ କଲେ !ସେଠାରେ ପ୍ରସଙ୍ଗକ ସେବକ କ୍ୟାଥଲିକ ବିଷୟରେ ଏବଂ ସେମାନଙ୍କ ଚାଲିଚଳନର ମାର୍ଗ ଭୂଲ ଅଟେ ବୋଲି କହିଥିବା କଥା, ସେଠାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଦୁଃଖ ଲାଗିଲା !କାହିଁକିନା ଏହି ବିଦ୍ୟାର୍ଥୀ ମାନେ ତାଙ୍କ ବୋଝର ଜୀବନରେ ପୁନଃରଜୀବନ ହେବ ବୋଲି ଆଶାରେ ଅଂଶଗ୍ରହଣ କରିଥିଲେ ମଧ୍ୟ, ସେମାନଙ୍କୁ ଦ୍ୱେଷ ହିଁ ବଳକା ହେଲା !ଆତ୍ମୀୟ ବିଷୟରେ ଏବଂ ପବିତ୍ର ଆତ୍ମା ବିଷୟରେ ସେ ପ୍ରଚାର କରିଥିଲେ ମଧ୍ୟ ତାହାକୁ ସେହି ବିଦ୍ୟାର୍ଥୀ ମାନେ ଗ୍ରହଣ କରି ପାରି ନ ଥିଲେ !ମୂର୍ତ୍ତିପୂଜା ବାଇବଲ ବିରୋଧୀ ହେଲେ ସୁଧା, ପ୍ରସଙ୍ଗ କରିବା ବିଧାନ ଖ୍ରୀଷ୍ଟଙ୍କ ଆଲୋଚନା ନ ଥିବା ହିଁ ଏହାର କାରଣ ଅଟେ !

 

ପବିତ୍ର ବାଇବଲରେ ପିତର କର୍ଣ୍ଣଳୀୟଙ୍କ ସହିତ ସାକ୍ଷାତ କରିବା ପୂର୍ବରୁ, ତାହା ଠାରେ ଥିବା ଶାରୀରିକ ଆଲୋଚନା ହେଉଛି, ବିଜାତିୟ ମାନଙ୍କ ସହିତ ବସବାସ କରିବା,ସେମାନଙ୍କୁ ଛୁଆଁଛୁଇ କରିବା, ଯିହୂଦୀ ମାନଙ୍କୁ ଅଧର୍ମ ଅଟେ!କିନ୍ତୁ ସଦାପ୍ରଭୁ ଯାହା ପବିତ୍ର କରିଛନ୍ତି ତାହାକୁ ତୁମେ ନିଷିଦ୍ଧ ରୂପେ ପସନ୍ଦ କରନ୍ତୁ ନାହିଁ ବୋଲି ଦର୍ଶନ ଦ୍ଵାରା ଜାଣିବା ପରେ, ପିତର ତାଙ୍କ ଆଲୋଚନାକୁ ବଦଳାଇ ଦେଲା !ତାପରେ ବିଜାତୀୟ ହୋଇଥିବା କର୍ଣ୍ଣଲିୟଙ୍କ ଗୃହକୁ ଯାଇ, ସେଠାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ସୁସମାଚାର ପ୍ରଚାର କଲେ !

 

କର୍ଣ୍ଣଲିୟ ଯିହୂଦୀ ମାନଙ୍କ ସହିତ ଉତ୍ତମ ସାକ୍ଷୀ ପାଇଁ ଅନେକଙ୍କୁ ଧର୍ମ କରି ଯିହୂଦୀୟ ମାନଙ୍କ ପରିଚିତ ବ୍ୟକ୍ତି !ଯଦି ପିତରଙ୍କ ବିଷୟରେ ଆମେ ଦେଖିବା, ସେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରସଙ୍ଗ କଲେ, କିନ୍ତୁ ପିତର ଯିହୂଦୀ ମାନଙ୍କ ସଂସ୍କାର ଅନୁସାରେ ବିଜାତିୟ ମାନଙ୍କ ଗୃହକୁ ଯାଏ ନାହିଁ !ବିଜାତିୟ ମାନଙ୍କୁ ତାଙ୍କ ଗୃହକୁ ଆହ୍ୱାନ କରେ ନାହିଁ !

 

ପ୍ରିୟ ବନ୍ଧୁଗଣ, ଆତ୍ମତୁଲ୍ୟ ତୁମ ପଡୋଶୀକୁ ପ୍ରେମ କର, ବୋଲି ଆଜ୍ଞା ପାଇଁଥିବା ଆମ୍ଭେ ମଣ୍ଡଳୀରେ କେତେ ବିଭାଗରେ ବିଭକ୍ତି ହୋଇଅଛୁ ? ଆମ ପରି ଅନ୍ୟମାନଙ୍କୁ ପ୍ରେମ କରି ମନ ଆମର ଅଛି କି ? ଅନ୍ୟ ସହିତ କଥା ହେଲା ବେଳେ ତାହାଙ୍କ କଥା ସେମାନେ ଅନୁତପ୍ତ ହେବା ଉଚିତ ନୁହେଁ ବୋଲି ଆମେ କେତେ ଚେଷ୍ଟା କରୁଛୁ !ଅନ୍ୟ ନିମନ୍ତେ ଆଉ ଜଣକୁ ନେହୁରା ହୋଇ କଥା ହେବା ମନ ଆମକୁ ଅଛି କି ? ଅଣଖ୍ରୀଷ୍ଟିଆନ ମାନେ ମଣ୍ଡଳୀକୁ ଆସିଲେ, ସେମାନଙ୍କୁ ଆପଣା ସହିତ ମିଳନ କରିବା ଚେଷ୍ଟା ତୁମଠାରେ ଅଛି କି !ଏପରି ଆମେ ନିଜକୁ ନିଜେ ଅନେକ ପ୍ରଶ୍ନ ପଚାରି, ବାକ୍ୟ ଅନୁଯାୟୀ ନିଜକୁ କିପରି ସଠିକ କରିବା, ଏହି ବିଷୟକୁ ଆଲୋଚନା କରି, ଜାଣି ଗମନ କରିବା ନିମନ୍ତେ ଆମେ ଆହ୍ୱାନ ହୋଇଅଛୁ !ଏହି ଖ୍ରୀଷ୍ଟମାସ କ୍ୟାଥଲିକ ବିଦ୍ୟାର୍ଥୀ ମାନଙ୍କ ଖ୍ରୀଷ୍ଟଙ୍କ ନିମନ୍ତେ ଜାଣିବାକୁ ବାଧା ଥିଲା ପରି ନ ରହି ପିତର ଓ କର୍ଣ୍ଣାଲିୟ ସଦୃଶ୍ୟ, ବିଜାତିୟ ମାନଙ୍କୁ ପ୍ରେମ କରି, ଆଦର କରିବା ସଦୃଶ୍ୟ ରହୁ !ଆମେନ୍ !

- ଶ୍ରୀମତୀ ଏଞ୍ଜେଲିନ

 

ପ୍ରାର୍ଥନା ଅନୁରୋଧ :-

ୟୁଟ୍ୟୁବ ଦ୍ଵାରା ପ୍ରସାରଣ ହେଉଥିବା ପାହାନ୍ତିଆ ଆରାଧନା ଏବଂ ସୁସ୍ଥତା ଦେଉଥିବା ଆରାଧନା ମାଧ୍ୟମରେ ଅନେକେ ପ୍ରଭୁଙ୍କ ପ୍ରେମର ସ୍ୱାଦକୁ ଚାଖିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al