By Village Missionary Movement
Thursday, 15-Dec-2022ଆଜିର ବାକ୍ୟ (Oriya) 16-12-2022 (Christmas Special)
ଆହ୍ୱାନକୁ ଭୟ କରୁଛ କି ?
"...ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ” - ମାଥିଉ 2:11
ଯୋଶେଫ ଏବଂ ମାରିୟା ଦମ୍ପତିଙ୍କୁ ଏକ ସେବାର ଆହ୍ୱାନ ଦିଆଗଲା !ତାହା ହେଉଛି,ଏହି ପୃଥିବୀରେ ମୋଶୀହୋଙ୍କୁ ଲାଳନପାଳନ କରିବା ସେବାକାର୍ଯ୍ୟ ଅଟେ !
ଏହି ଦମ୍ପତି ଗରିବ ଅଟନ୍ତି !ଏପରି ଅବସ୍ଥାରେ ଗୋଟିଏ ସ୍ଥାନରେ ରହି, ବେପାର କରି ପରିବାରକୁ ପ୍ରତିପୋଷଣ କରିବା ବହୁତ କଷ୍ଟ ଥିଲା !କିନ୍ତୁ ଯୋଶେଫ ଗୋଟିଏ ସ୍ଥାନରେ ତାହାର ବଢ଼େଇ କାମ କରି ନ ପାରି, ସରକାରଙ୍କ ଜନଗଣନା ନିମନ୍ତେ ଜେରୁଶାଲେମର ବେଥେଲିହମ ଯିବାକୁ ପଡିଲା !ହେରୋଦଙ୍କୁ ଭୟଭୀତ ହୋଇ ମିଶରକୁ ଯିବା ପରିସ୍ଥିତି ଆସିଲା !ପୁନର୍ବାର ଇଶ୍ରାଏଲ ଦେଶକୁ ଆସି ନାଜରିତରେ ବାସ କରିବାର ପରିସ୍ଥିତି ହେଲା !ଏହା ଘଟିବା ସେ ଜାଣିଥିବା ବେଳେ, ଦାଇତ୍ୱବାନ ସ୍ୱାମୀ ସଦୃଶ୍ୟ, ତାପରେ ସେ କଣ କରିବା ଉଚିତ ବୋଲି ଆଲୋଚନା କରି ଯୋଶେଫ କୁଟିଳ ହୋଇଥାଇ ପାରେ,ମାରିୟା ମଧ୍ୟ ତାହାଙ୍କୁ ଥିବା ଆବଶ୍ୟକତା ବିଷୟରେ ଆଲୋଚନା କରିଥାଇ ପାରେ !ଆଜି ସେଵାକାର୍ଯ୍ୟ ନିମନ୍ତେ ଆହ୍ୱାନ ହୋଇଥିବା ଅନେକେ ସେବା କରିଲେ ମୋର ଆବଶ୍ୟକ ମିଳିବ କି ବୋଲି ଆଲୋଚନା କରି, ବିଚଳିତ ହୋଇ ସେବାକାର୍ଯ୍ୟକୁ ଆସିବା ନିମନ୍ତେ ଆଲୋଚନା କରୁଛନ୍ତି !ଅନେକ ଲୋକଙ୍କୁ ସେଵାକାର୍ଯ୍ୟ କରିବାକୁ ଇଚ୍ଛା ରହିଛି, ଆତ୍ମା ନିମନ୍ତେ ବୋଝ ଅଛି, ମାତ୍ର ସେମାନେ ସମ୍ପୂର୍ଣ୍ଣ ରୂପେ ସେଵାକାର୍ଯ୍ୟକୁ ଆସି ନ ପାରିବା ପାଇଁ ଗୁରୁତ୍ୱ ପୂର୍ଣ୍ଣ ବାଧା ହେଉଛି, ଏହାର ଏକ ପ୍ରଶ୍ନ, ଭବିଷ୍ୟତରେ ମୋର ଆବଶ୍ୟକତା ମିଳିବ କି ?ମାତ୍ର ଏହି ଦମ୍ପତି ଏ ପ୍ରଶ୍ନ ପଚାରି, ଭ୍ରମିତ ହୋଇ ଭବିଷ୍ୟତର ଭୟକୁ ମନରେ ରଖି, ଏହି ସେଵାର ଆହ୍ୱାନକୁ ନିରାକରଣ କରି ନାହାନ୍ତି !
"ତୁମ୍ଭର ଇଚ୍ଛା ସଫଳ ହେଉ "ବୋଲି ସେମାନେ ସେଵାକାର୍ଯ୍ୟରେ ସମର୍ପଣ ହେଲେ !ତାପରେ କଣ ହେଲା, ଶିଶୁଯୀଶୁ ଜନ୍ମ ନେବା କିଛି ସପ୍ତାହରେ କେଉଁଠି କି ରହିଥିବା ପଣ୍ଡିତମାନେ ଏକତ୍ରିତ ହୋଇ ଆସିଲେ !ଏମାନେ କିଏ ବୋଲି ଆଚର୍ଯ୍ୟନ୍ୱିତ ହେଲା ପରି, ସେମାନେ ଆସି ଶିଶୁଯୀଶୁଙ୍କୁ ପ୍ରଣାମ କଲେ !ସେଠାରେ କିଛିବି ଆକଳୋନ କରି ନ ପାରିବା ପ୍ରକାରେ ଏକ କାର୍ଯ୍ୟ ଘଟିଲା,ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ବୋଲି ଆମେ ଦେଖୁଛୁ !ଧନ କହିଲେ କେବଳ ସୁନା ହିଁ ନୁହେଁ, ଆଉ ବଳକା ଦୁଇଟି ମଧ୍ୟ ଧନ ଅଟଇ ବୋଲି ଆମେ ଜାଣିବା ଉଚିତ,ହାଲ୍ଲେଲୁୟା ! ଜନ୍ମ ନେଇଥିବା ଯୀଶୁଙ୍କୁ ଲାଳନପାଳନ କରିବାକୁ, ମିଶରକୁ ଯିବା ନିମନ୍ତେ ଯାତ୍ରା ଖର୍ଚ୍ଚ, ସେଠାରେ ଭଡା ନେଇଥିବା ଘରକୁ ଅଗ୍ରିମ ଦେବା ନିମନ୍ତେ ଏବଂ ସେଠାରେ ବଢ଼େଇ କାମ ଆରମ୍ଭ କରିବାକୁ ଟଙ୍କା, ଏପରି ସମସ୍ତ ଆବଶ୍ୟକ ପାଇବାକୁ ଉପହାର ସଦାପ୍ରଭୁ ଯୋଗାଇଲେ !
ସେଵାକାର୍ଯ୍ୟ ନିମନ୍ତେ ଆହ୍ୱାନ ହୋଇଥିବା ପ୍ରିୟ ବନ୍ଧୁଗଣ, ମୋର ଆବଶ୍ୟକତା ମିଳିବ କି ବୋଲି ଭାବନା କରି ସେଵାକୁ ନ ଆସି ପଛଘୁଞ୍ଚା ଦେଉଛ କି ? ବିଶ୍ୱାସରେ ପ୍ରଥମ ପାଦ ପକାଅ !ତୁମ୍ଭ ଜୀବନର ଆବଶ୍ୟକତା ଦେବାକୁ ତାହାଙ୍କ ଧନ ଦେଇ କୌଣସି ଅଭାବ ନ ଥାଇ ସଦାପ୍ରଭୁ ତୁମ୍ଭଙ୍କୁ କଢାଇ ନେବେ !ଆମେନ୍ !
- ଜେ . ସନ୍ତୋଷ
ପ୍ରାର୍ଥନା ଅନୁରୋଧ :-
ଆମେନ ଗ୍ରାମୀଣ ଦୂରଦର୍ଶନ ଦ୍ଵାରା ଗ୍ରାମ ଗୁଡିକରେ ଏବଂ ସେଵା ସ୍ଥାନରେ ସୁସମାଚାର ପ୍ରସାର ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.