By Village Missionary Movement
Thursday, 15-Dec-2022ଆଜିର ବାକ୍ୟ (Oriya) 15-12-2022 (Christmas Special)
ଷ୍ଟାର ନିଉସ
“ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ।“ - ଦାନିୟେଲ 12:3
ଖ୍ରୀଷ୍ଟମାସ କହିଲେ, ଗୃହକୁ ସଜାଇବା, ରଙ୍ଗୀନ କରିବା, ଶିଶୁଯୀଶୁଙ୍କ ଗୁହାଳ ଘର କରିବା, ଗୃହ ସାମନାରେ ଷ୍ଟାର ଟଙ୍ଗାଇବା, ନୁଆଁ ବସ୍ତ୍ର ଗୁଡିକ କ୍ରୟ କରିବା, ଏମିତି ଅନେକ ପ୍ରକାର ଖୁସିରେ ରହିବା !ଆଜିକାଲି କେବଳ ଖ୍ରୀଷ୍ଟିଆନ ମାନେ ହିଁ ନୁହେଁ, ବିଜାତୀୟ ମାନେ ମଧ୍ୟ ତାଙ୍କ ଘର ସାମନାରେ ଷ୍ଟାରକୁ ଟଙ୍ଗାଇବା ଦେଖିଲେ ଆନନ୍ଦିତ ଥାଏ !ଆମେ ଆମର ଘର ସାମନାରେ ଷ୍ଟାରକୁ ଟଙ୍ଗାଇ ଛାଡି ନ ଦେଇ, ସେହି ନକ୍ଷେତ୍ରର କାର୍ଯ୍ୟ କରିବା ନିମନ୍ତେ ଅତ୍ୟଧିକ ଦାଇତ୍ୱ ପାଇଅଛୁ !
ଖ୍ରୀଷ୍ଟଙ୍କ ଜନ୍ମରେ ଏହି ନକ୍ଷତ୍ରକୁ ପରମେଶ୍ୱର ତାହାକୁ ଯେଉଁ ଆଜ୍ଞା କରିଥିଲା, ସେହି କାର୍ଯ୍ୟକୁ ଉତ୍ତମ ରୂପେ ଆରମ୍ଭ କରି , ତାହା ପଣ୍ଡିତମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁଯୀଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା !ସେହି ନକ୍ଷେତ୍ର ପଣ୍ଡିତ ମାନଙ୍କୁ ଯୀଶୁ ଜନ୍ମ ନେଇ ଥିବା ସ୍ଥାନକୁ ଯେମିତି କଢାଇ ନେଲା, ତଦ୍ରୁପ ଆମେମାନେ ମଧ୍ୟ ଆମର ଦୈନନ୍ଦିନ ଜୀବନରେ, କଥା କହିବା ବାକ୍ୟରେ, ଗମନ କରିବା ଚାଲିଚଳନରେ, ଅନ୍ୟମାନଙ୍କୁ ଯୀଶୁଙ୍କ ନିକଟକୁ କଢାଇ ନେବାକୁ ନକ୍ଷେତ୍ର ସଦୃଶ୍ୟ ଜୀବନଯାପନ କରିବାକୁ ହିଁ ଖ୍ରୀଷ୍ଟିଆନ ଜୀବନ ଆମକୁ ଅନୁଗ୍ରହ କରାଯାଇଛି !
ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, ବୋଲି ଆମେ ପଡୁଛୁ !ଆଜି ଆମର ଜୀବନକୁ ଦେଖି, ଆମ ଚାରିପଟେ ଥିବା ବ୍ୟକ୍ତିଗଣ, ବନ୍ଧୁବାନ୍ଧବ, ପିତାମାତା ଆନନ୍ଦିତ ହେଉଛନ୍ତି କି ନାହିଁ ଅବା ଦୁଃଖ କରୁଛନ୍ତି !କେବଳ ଆମେ ମାର୍ଗ ଦର୍ଶକ ହିଁ ନୁହେଁ, ଜୀବନଯାପନ କରି ଦେଖାଇବା ପରି ଥିଲେ, ଅନ୍ୟମାନେ ଆମ୍ଭମାନଙ୍କୁ ଦେଖି, ଖୁସିରେ ଆମକୁ ଗ୍ରହଣ କରିବେ !ନାହିଁତ ଆମର ଗୁଣ ଗୁଡିକୁ ଦେଖି, ପାର୍ଶ୍ୱ ହୋଇ ଖସି ଚାଲିଯିବେ !
ଗୋଟିଏ ଗୋଟିଏ ନକ୍ଷେତ୍ର ଗୁଡିକୁ ଗମନ କରିବା ମାର୍ଗ ଗୁଡିକ ପରମେଶ୍ୱର ପ୍ରସ୍ତୁତ କରି ଦେଇଛନ୍ତି !କେତେକ ନକ୍ଷେତ୍ର ତାଙ୍କ ମାର୍ଗକୁ ପରିତ୍ୟାଗ କରି, ବାଟ ହଜିବା ବେଳେ ପୋଡ଼ିଯାଇ ତଳେ ଖସିଯିବା ଆମେ ଦେଖୁଅଛୁ !ଆମ୍ଭେମାନେ ମଧ୍ୟ ସଦାପ୍ରଭୁ ପରମେଶ୍ୱର ପ୍ରସ୍ତୁତ କରିଥିବା ମାର୍ଗକୁ ପରିତ୍ୟାଗ କରି ବାଟ ହଜି ନ ଯାଇ, ପରମେଶ୍ୱରଙ୍କ ଇଚ୍ଛାକୁ ପୂରଣ କରିବାକୁ ଆମେ ନିଜକୁ ସମର୍ପିତ ହେଲାପରି ହେଲେ, ପ୍ରକାଶିତ ନକ୍ଷେତ୍ର ସଦୃଶ୍ୟ ଏହି ପୃଥିବୀରେ ଆଲୋକିତରେ ରହିଆସେ !ଆମ ମନରେ ଦୃଢ଼ ଭାବେ ମୁଦ୍ରାଙ୍କିତ ହୋଇ ରହିଥିବା ଷ୍ଟାର ନିଉସ ଆମ ମସ୍ତିଷ୍କରେ ରହି, ଆମ୍ଭମାନଙ୍କୁ ପ୍ରଭୁଙ୍କର ଇଚ୍ଛାକୁ ସିଧାସଳଖରେ କଢାଇବାକୁ ଦେବା !ହାଲ୍ଲେଲୁୟା !
- ଶ୍ରୀମତୀ ପୁଷ୍ପା ସାଇମନ
ପ୍ରାର୍ଥନା ଅନୁରୋଧ :-
ଡାକ୍ତରଖାନା ସେବାକାର୍ଯ୍ୟ ମାଧ୍ୟମରେ ସାକ୍ଷାତ କରୁଥିବା ବ୍ୟକ୍ତିମାନଙ୍କ ସୁସ୍ଥତା ଏବଂ ପରିତ୍ରାଣ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.