By Village Missionary Movement
Saturday, 20-Feb-2021ଆଜିର ବାକ୍ୟ (Oriya) 20-02-2021
ମନ ବଳ ନା ପରମେଶ୍ୱରଙ୍କର ବଳ?
“କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।" - ପ୍ରେରିତ 1:8
ଗୋଟିଏ କଲମ ମୁଁ ସବୁ ଜାଣିଛି, ମୁଁ ବଡ଼ିଆ କରି ଜ୍ଞାନ ସହ ଲେଖି ପାରେ କହିଲେ କିପରି ଥିବ ? ବହୁତ ହସ ଆସେ ତ ! ମାତ୍ର ତାହା ସେହି ଲେଖକଙ୍କୁ ନିଜେ ସମର୍ପିତ ହେଲେ ଅନେକଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ବଦଳେ !ସେହିପରି ଆମ୍ଭେ ମଧ୍ୟ ଏକଲା ପ୍ରଭୁଙ୍କର ପାଇଁ କିଛି କରିପାରିବା ନାହିଁ, ଏହା ବୁଝିପାରି ପବିତ୍ର ଆତ୍ମାଙ୍କର ଛାମୁରେ ରହିଲେ, ଆମ ଦ୍ଵାରା ପରମେଶ୍ୱର ମହାନ କାର୍ଯ୍ୟ କରିପାରିବେ !
ଏହିପରି ରୂପେ ଯୀଶୁଙ୍କର ଶିଷ୍ୟ ପିତରଙ୍କର ଜୀବନୀକୁ ଧ୍ୟାନ କରିବା !କଲମ ସଦୃଶ୍ୟ ଯୀଶୁଙ୍କ ଠାରେ କହିଲେ, ସମସ୍ତେ ତୁମକୁ ଛାଡି ଚାଲିଗଲେ ମଧ୍ୟ ମୁଁ ତୁମକୁ ଛାଡ଼ିବି ନାହିଁ !କିଏ ତୀରସ୍କାର କଲେ ବି ମୁଁ ତୀରସ୍କାର କରିବି ନାହିଁ ସଦୃଶ୍ୟ କଥା କହିଲେ !ଏହା ସମସ୍ତ ଶୁଣି ଦୂତମାନେ ବହୁତ ହସି ଥାଇପାରନ୍ତି !ଯୀଶୁ ପିତରକୁ କହିଲେ, ତୁମେ ମୋତେ ତିନି ଥର ଅସ୍ୱୀକାର କରିବ, ମାତ୍ର ତାହା ପିତର ଗ୍ରହଣ କଲେ ନାହିଁ, ତାହାର ଫଳ ଯୀଶୁକୁ ଜାଣିନି ବୋଲି କୁକୁଡ଼ା ଡାକିବା ପୂର୍ବରୁ ଅସ୍ୱୀକାର କଲେ ବୋଲି ଲେଖା ଯାଇଛି !ତାଙ୍କର ମନ ବଳ ଆଉ କିଛି ରହିଲା ନାହିଁ !ମାତ୍ର ଯେତେବେଳେ ପବିତ୍ର ଆତ୍ମାକୁ ଗ୍ରହଣ କରି, ପବିତ୍ର ଆତ୍ମାର ବଶ ହୋଇ , ପବିତ୍ର ଆତ୍ମାଙ୍କ ଠାରେ ସମର୍ପିତ ହେଲା, ସେହି ଦିନ ଠାରୁ ପିତର ନୂତନ ବଳ ପାଇଲେ !ଯେଉଁ ଜନତାଙ୍କ ସମୁଖରେ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଥିଲେ, ସେହି ଜନତାଙ୍କ ମଧ୍ୟରେ ଯୀଶୁଙ୍କ ବିଷୟରେ ସାକ୍ଷୀ ହୋଇ ଠିଆ ହେଲେ !ତାଙ୍କର ଜୀବନ ବଞ୍ଚାଇବାକୁ ଯେଉଁମାନେ ପଛକୁ ଫେରିଲେ ସେହି ଯିହୂଦିଙ୍କ ମଧ୍ୟରେ ତାଙ୍କ ଜୀବନକୁ ଆଶା ନ ହୋଇ ପ୍ରଭୁଙ୍କର ନାମକୁ ପ୍ରଚାର କଲେ !ଏହି ସମସ୍ତ କଣ ପିତର ନିଜ ବଳରେ କଲେ କି ? ନୁହେଁ ପବିତ୍ର ଆତ୍ମାଙ୍କର ବଳ ହିଁ ଏହାର କାରଣ !
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ କରିପାରିବି, ମୁଁ ଏହା କରିପାରିବି ବୋଲି ଆପଣଙ୍କ ନିଜର ବଳ ଦ୍ଵାରା ଚେଷ୍ଟା କରି ଓହରି ଯାଇଥିବା ଦିନ ଯଥେଷ୍ଟ !ଆମ ହସ୍ତର କଲମ ଯେପରି ସମ୍ପୂର୍ଣ ଭାବରେ ସମର୍ପିତ ହେବାରୁ ସେହି କଲମ ଆମକୁ ଓ ଅନ୍ୟମାନଙ୍କୁ ପ୍ରୟଜୋନ ହୋଇ ଥିଲା, ସେହିପରି ଆମେ ଓ ଆମର ଜୀବନକୁ ପବିତ୍ର ଆତ୍ମାର ବଶ ହେଲେ, ଆମକୁ ଏକ ନୂତନ ବଳ ଆଛାଦନ କରିବ !ସେହି ବଳ ଦ୍ଵାରା ଆମେ ପ୍ରଭୁଙ୍କର ନାମ ମହିମା ସହ ଖ୍ରୀଷ୍ଟଙ୍କର ନାମକୁ ପ୍ରକାଶ କରି ତାଙ୍କର ସାକ୍ଷୀ ହୋଇ ନୀଚୀତ ବଂଚି ପାରିବା !
- ଶ୍ରୀମତୀ ଜେସି ଆଲେକ୍ସ
ପ୍ରାର୍ଥନା କରନ୍ତୁ :-
ମୋକ୍ଷ ପ୍ରାୟାନାମ ପ୍ରତିଦିନ ଉପାସନା ମୁଦ୍ରଣ ନିମନ୍ତେ ଆବଶ୍ୟକ ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରିବା!
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.