Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-12-2022 (Kids Special)
Share:

By Village Missionary Movement

Saturday, 10-Dec-2022

ଆଜିର ବାକ୍ୟ (Oriya) 11-12-2022 (Kids Special)

 

ପ୍ରେମରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16

 

ହାଲୋ ପିଲାମାନେ,ସମସ୍ତେ କେମିତି ଅଛ ? ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ କେମିତି ପାଳନ କରୁଛ ? ଖୁସିରେ ଅଛ କି, ଓକେ !ଆଜି ପକ୍ଷୀ ଏବଂ ଜୀବଜନ୍ତୁ ଗୁଡିକ, ଆମେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ କେମିତି ପାଳନ କରିବା ଉଚିତ ବୋଲି ଶିକ୍ଷା ଦେଉଛି !ଠିକ ଅଛି, କାହାଣୀ ଶୁଣିବା କି ?

 

ସିଂହ ଅକସ୍ମାତରେ ଏକ ମିଟିଙ୍ଗ ରଖିଲା !ପ୍ରଭୁଙ୍କ ଭୟ ଉତ୍ତମ ହେଲେ ସୁଧା ପ୍ରେମର ରାଜା କହିବା କ୍ଷଣି ସବୁ ଜୀବଜନ୍ତୁ ଆଜ୍ଞାବହ ହୋଇ ଏକ ସ୍ଥାନରେ ଏକାଠି ହେଲେ !ସେଠାରେ ଥିବା ହାତୀ ପଚାରିଲା,ଏହି ସଭା କାହିଁକି ?ସେବେ ହରିଣ କହିଲା, ଦୁଇ ବର୍ଷ ହେବ ପକ୍ଷୀମାନଙ୍କୁ ଏବଂ ଆମକୁ ଝଗଡା ହେତୁ ଖ୍ରୀଷ୍ଟମାସ ପାଳନ ହୋଇନାହିଁ !ଏହି ବର୍ଷ ହେଲେ ସମସ୍ତେ ମିଳିମିଶି ଖ୍ରୀଷ୍ଟମାସ ପାଳନ କରିବା ଉଚିତ ବୋଲି ରାଜା ଭାବନା କରିଛି !ସଙ୍ଗେସଙ୍ଗେ କଇଛ, ମାଙ୍କଡ଼, ହରିଣ ସବୁ ଜୀବଜନ୍ତୁ ହଁ କହିଲେ !ସିଂହ ଆସିବା କ୍ଷଣି ପ୍ରାରମ୍ଭିକ ପ୍ରାର୍ଥନା, ସ୍ୱାଗତ ସମ୍ବୋଧନ ସବୁକିଛି ସମାପ୍ତି ପରେ, ସିଂହ କଥା ହେବାକୁ ଆରମ୍ଭ କଲା !ସିଂହ କହିଲା, ଆଜିଠାରୁ ଅରଣ୍ୟରେ ଝଗଡା, ମତାନ୍ତର ଆସିବା ଉଚିତ ନୁହେଁ, ସମସ୍ତେ ଜଣକୁ ଜଣେ ସହଯୋଗ କରି ପ୍ରେମରେ ରହିବା ଉଚିତ !ସବୁ ଜୀବଜନ୍ତୁ ଏକାଥରକେ କହିଲେ,ଠିକ ଅଛି !

 

ସେହି ସମୟରେ ଉଡି ଯାଉଥିବା କାଉ ପାରାକୁ କହିଲା,ସଭା ହେଉଛି, କିନ୍ତୁ ଆମକୁ ଆମନ୍ତ୍ରଣ କରି ନାହାନ୍ତି !ପାରା କହିଲା,ଠିକ ଅଛି, ସମସ୍ତ ପକ୍ଷୀକୁ ଡାକିବା କହି, ପକ୍ଷୀମାନଙ୍କୁ ଆମନ୍ତ୍ରଣ କଲା !କାଉ ପଚାରିଲା, ରାଜା, ସଭା ଅଛି ବୋଲି କାହିଁକି ଆମକୁ ଜଣାଇଲ ନାହିଁ ? ତେବେ ଭାଲୁ କହିଲା, ଯଦି ତୁମେ ଆସିବ ସବୁକିଛି ଗୋଳମାଳ ହୋଇଯିବ !ଆମେ କଣ କଲୁ କହି ସବୁ ପକ୍ଷୀ ଗୁଡିକ ଚିତ୍କାର କଲେ !ସଙ୍ଗେସଙ୍ଗେ ସିଂହ ଗର୍ଜନ କରିବାରୁ ସମସ୍ତେ ନିଃଶବ୍ଦ ହୋଇଗଲେ !ଖ୍ରୀଷ୍ଟମାସ କହିଲେ, ପିତା ପରମେଶ୍ୱର ଆମ ପ୍ରତି ରଖିଥିବା ପ୍ରେମ ନିମିତ୍ତ, ତାଙ୍କ ପୁତ୍ରଙ୍କୁ ଏହି ପୃଥିବୀକୁ ପ୍ରେରଣ କରିଥିବା ଦିନ ଅଟେ !ମାତ୍ର ଆମେ ଏମିତି ଝଗଡା ହୋଇ, କ୍ରୋଧ ଓ ହିଂସାରେ ଖ୍ରୀଷ୍ଟମାସକୁ ପାଳନ କରିବା ଉଚିତ କି ? ଆମ୍ଭେ ସମସ୍ତେ ଏକତାରେ ଏକତ୍ରିତ ହୋଇ, ପ୍ରେମରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ପାଳନ କରିବାକୁ ଯାଉଛୁ ବୋଲି କହି ରାଜାଙ୍କ ଗର୍ଜନ ଶୁଣିବା କ୍ଷଣି ସମସ୍ତ ପଶୁପକ୍ଷୀ ଗୁଡିକ ଆମେ ମଧ୍ୟ ତଦ୍ରୁପ କରିବୁ କହିଲେ !

 

ହେ ମୋର ପ୍ରିୟ ଛୋଟ ଭାଇ ଓ ଭଉଣୀ ଗଣ, ତୁମ୍ଭେମାନେ ଖ୍ରୀଷ୍ଟମାସକୁ କିପରି ପାଳନ କରୁଛ ? କାହା ସହିତ ଝଗଡା ହୋଇ, ସେମାନଙ୍କ ସହିତ କଥାବାର୍ତ୍ତା ନ କରି, ସେମାନଙ୍କୁ କ୍ଷମା ନ କରିପାରି ରହୁଛ କି ? ସଙ୍ଗେସଙ୍ଗେ କ୍ଷମା ମାଗି ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ପାଳନ କରି ଦେଖନ୍ତୁ !ପ୍ରେମିକ ପରମେଶ୍ୱର ତୁମ୍ଭ ଉତ୍ସବରେ ଆନନ୍ଦିତ ହେବେ, ଓକେ ପିଲାମାନେ !ଠିକ ଅଛି ପିଲାମାନେ,ଆଡ଼ଭାନ୍ସ ହାପି ଖ୍ରୀଷ୍ଟମାସ , ବାଇ !

 

ଶ୍ରୀମତୀ ଆଣଭୂ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al