Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-12-2022 (Christmas Special)
Share:

By Village Missionary Movement

Friday, 09-Dec-2022

ଆଜିର ବାକ୍ୟ (Oriya) 10-12-2022 (Christmas Special)

 

ଅଣଯିହୂଦୀମାନଙ୍କୁ ଆଲୋକ

 

"ଅଣଯିହୂଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୁପ କରିଅଛ !” - ଲୂକ 2:32

 

ଆମେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନକୁ ମନେପକାଇ ଏହି ମାସରେ ଖ୍ରୀଷ୍ଟମାସକୁ ପାଳନ କରୁଛୁ !ଆମେ ଏହି ବିଷୟରେ କିପରି ମନେ ପକାଉଛୁ ? ଏହା ଅଳ୍ପ ଆଲୋଚନା କରିକି ଦେଖିବା !ନୂତନ ବସ୍ତ୍ର ପରିଧାନ କରିବା, ଭିନ୍ନଭିନ୍ନ ପ୍ରକାରର କେକ୍ ଗୁଡିକ, ମିଠା, ଫଳମୂଳ ଖାଇବା, ବିଭିନ୍ନ ପ୍ରକାର ବିରିୟାନୀ ଖାଇବା, ଆମ ଆନନ୍ଦକୁ ସାଙ୍ଗସାଥୀମାନଙ୍କ ସହ ବଣ୍ଟନ କରିବା ହିଁ ଏହି ଯୁଗରେ ଖ୍ରୀଷ୍ଟମାସ ହେଇଯାଉଛି !ଏହା ହିଁ ଖ୍ରୀଷ୍ଟମାସ ପର୍ବ କି ? ଅଣଯିହୂଦୀ ମାନଙ୍କୁ ଏହି ପ୍ରକାରେ ଖ୍ରୀଷ୍ଟ ଜନ୍ମଦିନ ଅଭିନନ୍ଦନ ଜଣାଇବା କି ? ଏହା ହିଁ ସଦାପ୍ରଭୁଙ୍କର ଇଚ୍ଛା କି ?

 

ଅଣଯିହୂଦୀମାନେ ପର୍ବ ପାଳନ କଲାବେଳେ ନୂତନ ପୋଷାକ ପରିଧାନ କରି, ଭୋଜନ ପ୍ରସ୍ତୁତ କରି, ଖାଦ୍ୟ ପଦାର୍ଥ ଭୋଜନ କରି, ବିଭିନ୍ନ ମଜାମସ୍ତି, ଉଲ୍ଲାସରେ ଭରପୂର ହୋଇ, ମଦ୍ୟ ପାନ କରି, ଦିନ ଗୁଡିକ ବିତାନ୍ତି !ଆମେମାନେ ମଧ୍ୟ ଖ୍ରୀଷ୍ଟ ଜନ୍ମଦିନ ପର୍ବକୁ ଏହି ପ୍ରକାରରେ ହିଁ ପାଳନ କରୁଅଛୁ !ସେମାନଙ୍କୁ ଓ ଆମକୁ ଥିବା ପାର୍ଥକ୍ୟ କଣ ?

 

ସଦାପ୍ରଭୁଙ୍କର ରାଜ୍ୟ ଭୋଜନ ଓ ପାନ କରିବା ନୁହେଁ,ନ୍ୟାୟ, ଧାର୍ମିକତା , ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦିତ ହୋଇଅଛି ବୋଲି ପବିତ୍ର ବାଇବଲ କହୁଛି !ଯେ ତାହାଙ୍କ ଧାର୍ମିକତା ଏବଂ ନ୍ୟାୟ ଜାଣି ନାହାନ୍ତି ତାଙ୍କୁ ପ୍ରକାଶ କରୁଅଛୁ କି ? ସେ ଜଗତର ଜ୍ୟୋତି ହୋଇ ଅଛନ୍ତି !ତାହାଙ୍କ ଆଲୋକକୁ ନ ଜଣାଇବା ଲୋକଙ୍କୁ ପରିଚିତ କରାଉଛୁ କି ? ଆମେ ମଧ୍ୟ ଅନ୍ୟମାନଙ୍କ ସଦୃଶ୍ୟ କେବଳ ଆମୋଦପ୍ରମୋଦରେ ବୁଡି ନ ଯାଇ ଅନ୍ୟମାନଙ୍କୁ ଖ୍ରୀଷ୍ଟମାସକୁ ଉପହାର ଦେବା !ଏହା ହିଁ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ଅଟେ !

         

ଖ୍ରୀଷ୍ଟମାସକୁ କେମିତିକା ପୋଷାକ, ଲୁଗାପଟା, ଗହଣା କିଣିବାକୁ ହେବ ବୋଲି ଆଲୋଚନା ନ କରି, କାହା କାହାକୁ ଖ୍ରୀଷ୍ଟମାସକୁ ପରିଚୟ କରାଇବା ଉଚିତ ବୋଲି ଆଲୋଚନା କରି ଗମନ କରିବା !ଆମକୁ ସୁଦୂରରେ ଦେଖା ନ ଦେଇ ରହିଥିବା ଗରିବ ପିଲାମାନଙ୍କୁ, ଉତ୍ତମ ଖାଦ୍ୟ, ଉତ୍ତମ ବସ୍ତ୍ର ଦେଇ ପାରିବା !ଏପରି କରିବା ଦ୍ଵାରା ଖ୍ରୀଷ୍ଟଙ୍କ ନିଃସ୍ୱାର୍ଥପର ପ୍ରେମକୁ ସେମାନଙ୍କୁ ଜଣାଇ ପାରିବା !ଏହା ହିଁ ଯୀଶୁଖ୍ରୀଷ୍ଟଙ୍କ ଇଛାର ଖ୍ରୀଷ୍ଟମାସ ପରବ !ଏହିପରି କରିବାକୁ ଆମେ ନିଜକୁ ସମର୍ପଣ କରିବା !

- ଶ୍ରୀମତୀ ଭୁବାନା ଧାନାବାଲାନ୍

 

ପ୍ରାର୍ଥନା ଅନୁରୋଧ :-

ଗୋଟିଏ ଗାଁରେ ଖ୍ରୀଷ୍ଟମାସ ପର୍ବ ପାଳନ କରିବାକୁ ୫000 ହଜାର ଟଙ୍କା ଆବଶ୍ୟକ, ଏପରି ୩000 ଗାଁରେ ପାଳନ କରିବାକୁ ଯୋଜନା କରୁଅଛୁ, ଏହାକୁ ସଦାପ୍ରଭୁ ଦାଇତ୍ୱ ବହନ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş