Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-12-2022 (Christmas Special)
Share:

By Village Missionary Movement

Thursday, 08-Dec-2022

ଆଜିର ବାକ୍ୟ (Oriya) 09-12-2022 (Christmas Special)

 

ଭାତୃଗଣଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

"....ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ ।" - ୧ ଯୋହନ 4:20

 

ଆଜି ଆମେ ପବିତ୍ର ବାଇବଲର ଆଦିପୁସ୍ତକରେ ଥିବା ଦୁଇଜଣ ଭାଇଙ୍କ ବିଷୟରେ ଦେଖିବା !ଏମାନେ ହେଲେ ଏଷୌ ଏବଂ ଯାକୁବ !ତାହାକୁ ଠକି ତାହାର ଆଶୀର୍ବାଦ ଗୁଡିକ ନେଇ ଯାଇଥିବା ଯାକୁବ,ଏଷୌଙ୍କୁ ସ୍ୱାଗତ କରିବାକୁ ଚାରିଶହ ଲୋକଙ୍କ ସଙ୍ଗରେ ଯାଉଛନ୍ତି !ତାଙ୍କ ଭାଇଙ୍କ ଦ୍ଵାରା ଯାକୁବ ତାଙ୍କ ହୃଦୟରେ ଭୟରେ ଆଗରୁ ହିଁ ଉପହାର ଗୁଡିକ ପଠାଉଛି !କିନ୍ତୁ ଏଷୌ ପୁରୁଣା ଠକାମୀ ଗୁଡିକୁ ଭୁଲିଯାଇ ଥିବା ହେତୁ ଯାକୁବକୁ ଆଲିଙ୍ଗନ କରି ରୋଦନ କରୁଛି !ଯାକୁବ ଉପହାର ନେବାକୁ ବାଧ୍ୟତା କଲାବେଳେ,ତହୁଁ ଏଷୌ କହିଲା, “ମୋହର ଯଥେଷ୍ଟ ଅଛି; ଭାଇ, ତୁମ୍ଭର ଯାହା ଅଛି,ତାହା ତୁମ୍ଭର ଥାଉ !ହଁ ଆମେ ଆମର ସାଙ୍ଗରେ ଜନ୍ମ ନେଇଥିବା ଭାଇ ଓ ଭଉଣୀ ମାନଙ୍କୁ କ୍ଷମା କରି ଗ୍ରହଣ କଲାବେଳେ, ପରମେଶ୍ୱର ମଧ୍ୟ ଆମର ସମସ୍ତ ଦୋଷକୁ କ୍ଷମା କରି, ଗ୍ରହଣ କରି ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ !

 

ଦ୍ୱିତୀୟଟି କୟିନ ଓ ହେଵଲ !ସଦାପ୍ରଭୁ ପରମେଶ୍ୱର ହେଵଲଙ୍କ ନୈବେଦ୍ୟ ଉତ୍ସର୍ଗକୁ ଗ୍ରାହ୍ୟ କରିବା ଯୋଗୁ କୟିନଙ୍କ ଠାରେ କ୍ରୋଧ ଓ ହିଂସା ଜାତ ହେଲା !ହେଵଲଙ୍କ ଆଶୀର୍ବାଦକୁ ଗ୍ରହଣ କରି ନ ପାରି କୟିନ ହେଵଲଙ୍କୁ ଆକ୍ରମଣ କରି ବଧ କଲା !କେବଳ ସେତିକି ହିଁ ନୁହେଁ କୟିନ ପରମେଶ୍ୱରଙ୍କ ଠାରୁ ଶାପଗ୍ରସ୍ତ ହେଲା !ଦେଖନ୍ତୁ ଠକାମୀ କରିଥିବା ଯାକୁବକୁ କ୍ଷମା କରି ଆଶୀର୍ବାଦ କରିଥିବା ଭାଇ ଅନ୍ୟପଟେ, ଆଉ ଆରପଟେ କୟିନ ତାର ଭାଇକୁ ଗ୍ରହଣ କରି ନ ପାରି ତାଙ୍କୁ ବଧ କଲା !

 

ଯଦି ଆମେ ଏ ପୃଥିବୀରେ ଦେଖିବା, ଭାଇ ଭାଇମାନଙ୍କ ମଧ୍ୟରେ କ୍ରୋଧ, ହିଂସା, ଅହଂକାର, ପ୍ରତିକାର, ଅତ୍ୟଧିକ ହେଉଥିବା, ଘଟୁଥିବା ଘଟଣା ଗୁଡିକ ଦେଖି ଆମେ ଜାଣି ପାରୁଛୁ !ବିନାଶ ହେଉଥିବା,ଶାଶ୍ୱତ ବିହୀନ ଗୁଡିକୁ ନ୍ୟାୟ ବିଚାର କରିବାକୁ ଯାଉଛୁ !ଆମେ ଜଣେ ଜଣକର ଦୋଷକୁ କ୍ଷମା ନ ଦେବା ଅବସ୍ଥାରେ ରହିଅଛୁ !ଯେପରି କୟିନ ତାଙ୍କ ଭାଇ ହେଵଲକୁ ବଧ କଲା, ତଦ୍ରୁପ ଆଜି ଆମେ ଗୋଟିଏ ବାକ୍ୟରେ ଅନ୍ୟମାନଙ୍କୁ ବଧ କରୁଛୁ !ଭାଇ ମାନଙ୍କ ମଧ୍ୟରେ ସମାଧାନ ନ ଥାଇ କଳିକଜିଆରେ ଥିଲା ପରି ହେଲେ, ସେ ଆମର ଉପହାରକୁ ଗ୍ରହଣ କରିବେ ନାହିଁ !ଯୀଶୁ ଖ୍ରୀଷ୍ଟ କହନ୍ତି,ପ୍ରଥମେ ଯାଇ ତୁମ୍ଭ ଭାଇଙ୍କ ସହିତ କ୍ଷମା ମାଗ, ତାପରେ ଆସି ତୁମର ନୈବେଦ୍ୟକୁ ଉତ୍ସର୍ଗ କର !ହେଲେ ଆମେ ଭାବି ପାରିବା, ମୋର କିଛି ଭୂଲ ନାହିଁ, ସେ ହିଁ ଅନ୍ୟାୟରେ କଥା କହିଲା !ଯଦି ସେ ଆସି ମୋତେ କ୍ଷମା ମାଗେ ତେବେ ମୁଁ କ୍ଷମା କରିବି !ଏମିତି କିଏ ପ୍ରଥମେ କ୍ଷମା ମାଗିବା ଉଚିତ ବୋଲି ତୁମ ହୃଦୟରେ ପ୍ରଶ୍ନ ଆସିବା ବେଳେ ଗୋଟେ କଥା ମନେ ପକାଇବା ଉଚିତ, ଦୁଇଜଣଙ୍କ ମଧ୍ୟରେ ଯିଏ ଅଧିକ ଆତ୍ମିକ ସେ ହିଁ ପ୍ରଥମେ ସମାଧାନ ନିମନ୍ତେ ଚେଷ୍ଟା କରିବା ଉଚିତ !

 

ହଁ ଏହି ଖ୍ରୀଷ୍ଟମାସ ଦିନରେ ସମାଧାନ ନିମନ୍ତେ ଆମକୁ ଦ୍ଵାର ନିକଟରେ ଠିଆ କରାଇବା ଦିନ !ତେଣୁକରି ଏହା ନିମନ୍ତେ ଆବଶ୍ୟକ ମହାନ କୃପାକୁ ପ୍ରଭୁଙ୍କର ଠାରୁ ପାଇ, ଡେରି ନ କରି ଗମନ କରିବା !ଦାଇତ୍ୱରେ ବିବେଚନା କରି ମେସେଜକୁ ଆଗକୁ ନ ପଠାଇ ପ୍ରତ୍ୟକ୍ଷରେ ଯାଇ ପ୍ରେମକୁ ବଣ୍ଟନ କରିବା !ଏହି ଖ୍ରୀଷ୍ଟମାସ ଦିନରେ ଆମ ପରିବାରରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟିଆନ ଭାବେ ଜୀବନଯାପନ କରିବାକୁ ଆମକୁ ସାହାଯ୍ୟ କରନ୍ତୁ !ଆମେନ୍ !

- ଶ୍ରୀମତୀ ଆଇଢା କିଙ୍ଗ ଡେଭିଡ

 

ପ୍ରାର୍ଥନା ଅନୁରୋଧ :-

ଗୃହ ପ୍ରାର୍ଥନା କରିବାକୁ ତାଙ୍କ ଗୃହ ଗୁଡିକ ଖୋଲା କରୁଥିବା ପରିବାରର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş