By Village Missionary Movement
Sunday, 04-Dec-2022ଆଜିର ବାକ୍ୟ (Oriya) 04-12-2022 (Kids Special)
ଦେବାରେ ଏକ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ
“ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ।“ - ମାଥିଉ 25:40
ହାଇ ପିଲାମାନେ ସମସ୍ତେ କେମିତି ଅଛ ? ଭଲ ଅଛ କି ? ଖ୍ରୀଷ୍ଟମାସ ଆସୁଅଛି !ନୁଆଁ ପୋଷାକ କ୍ରୟ କରିଦେଲ କି ? ଖ୍ରୀଷ୍ଟମାସ କାର୍ଯକ୍ରମକୁ ତୁମେ ସମସ୍ତେ ପ୍ରସ୍ତୁତ ହୋଇ ଅଛ କି ? ଛୁଟି ଦିନରେ ଖୁସି ମନାଉଛ କି ? ଠିକ ଅଛି, ଠିକ ଅଛି !
ତୁମ ପରି କେଟି ଓ ସେଲ୍ବୀ ନାମକ ଦୁଇ ଜଣ ପିଲାମାନେ ଖ୍ରୀଷ୍ଟମାସ ଛୁଟିରେ ଗୃହକୁ ସଫା କରିବା, ସନ୍ଦ୍ୟାରେ ଖେଳିବା, ସାଇକେଲ ଚଳାଇବା ଏପରି ଖୁସିରେ ଥାନ୍ତି !କେଟି ପଚାରିଲା, ସେଲ୍ବୀ ତୁମେ ବାପାଙ୍କୁ ଖ୍ରୀଷ୍ଟମାସରେ କେଉଁ ଉପହାର ମାଗିବ ? ମୁଁ ରେଡ଼ିମେଡ଼ ପୋଷାକ ମାଗିବି କହିଲା !ଆଉ ସେଲ୍ବୀ ପଚାରିଲା,ତୁମେ କଣ ମାଗିବ, ମୁଁ କି କୀବୋର୍ଡ ମାଗିବି କହିଲା !ଠିକ ଅଛି ବାପା ଆସିବା ପର୍ଯ୍ୟନ୍ତ ସାଇକେଲ ଚଲାଇ ଏମିତି ଯାଇକି ଆସିବା କହି ଯାଉଥାନ୍ତି !ସେତିକି ବେଳେ ଅତି ଦରିଦ୍ରତା ଅବସ୍ଥାରେ ଥିବା ରାବର୍ଟ ମାମୁଁ ଅଳିଆ ଗାଡି ଚଲାଇ ଆସୁଥାଏ !କେଟି ଏବଂ ସେଲ୍ବୀ ପଚାରିଲେ, ମାମୁଁ ତୁମେ ତୁମ ପୁଅ ରୋହିତଙ୍କୁ ଖ୍ରୀଷ୍ଟମାସକୁ କେଉଁ ଉପହାର କିଣି ଦେବ ? ରୋହିତର ବାପା କହିଲା, ସେ ଏକ ଛୋଟ ସାଇକେଲଟି ମାଗିଲା, ମୋ ଠାରେ ଟଙ୍କା ନାହିଁ !ସେଥିପାଇଁ ମୁଁ କିଣି ଦେଇ ପାରିଲି ନାହିଁ !ସନ୍ଧ୍ୟାରେ କେଟି ଓ ସେଲ୍ବୀକୁ ତାଙ୍କ ବାପା ଆସି ପଚାରିଲା, ତୁମର କେଉଁ ଉପହାର ଦରକାର ? ଆଉ ତୁମର କେଉଁ ଉପହାର ଦରକାର କୁହନ୍ତୁ ମୁଁ କିଣି ଦେବି !ସଙ୍ଗେ ସଙ୍ଗେ କେଟି ଧାଇଁ ଯାଇ ତାଙ୍କ ବାପାଙ୍କ କାନରେ ତାର ଆବଶ୍ୟକତାର ଉପହାରକୁ କହିଲା !ସେଲ୍ବୀ ମଧ୍ୟ ତଦ୍ରୁପ ହିଁ ମାଗିଲା !କଣ ଦୁଇଜଣ ଯାକ ଛୋଟ ସାଇକେଲ ଦରକାର ବୋଲି ମାଗୁଛ ବୋଲି ବାପା ଚକିତ ହୋଇଗଲେ !ସଙ୍ଗେସଙ୍ଗେ ସେହି ଦୁଇଜଣ କହିଲେ, ଆମ ପଡୋଶୀ ସାହିରେ ଥିବା ରୋହିତର ସାଇକେଲ ଆବଶ୍ୟକ !ବାପାଙ୍କୁ ସବୁକିଛି ବୁଝିଗଲା !ରୋହିତର ପରିବାରକୁ ଖ୍ରୀଷ୍ଟମାସ ନିମନ୍ତେ ଆମନ୍ତ୍ରଣ କଲେ !ତାଙ୍କ ସହ ମିଶିକି ଖୁସିରେ ଖ୍ରୀଷ୍ଟମାସଟି ପାଳନ କଲେ !ରୋହିତକୁ ସାଇକେଲ ମଧ୍ୟ କ୍ରୟକରି ଦେଲେ !ସେତେବେଳେ ଅସୀମ ଆନନ୍ଦ ତାଙ୍କ ହୃଦୟରେ ପୂରଣ ହେଲା !
ପ୍ରିୟ ପିଲାମାନେ ଆମେ ଆନନ୍ଦରେ ରହିବା ଉଚିତ କହି ପରମେଶ୍ୱର ତାଙ୍କ ପୁତ୍ରଙ୍କୁ ହିଁ ଆମ୍ଭ ନିମନ୍ତେ ଦେଲେ !ଆମ୍ଭେମାନେ ମଧ୍ୟ ଏହି ଖ୍ରୀଷ୍ଟମାସ ଦିନରେ ଗରିବ, ଅନାଥ ପିଲାମାନଙ୍କୁ ମନେ ପକାଇ, ସେମାନଙ୍କ ଆବଶ୍ୟକକୁ ପୂରଣ କରି ଅର୍ଥପୂର୍ଣ ଖ୍ରୀଷ୍ଟମାସ ପାଳନ କରି ପ୍ରଭୁଙ୍କର ନବଜାତ ଶିଶୁ ତୁଲ୍ୟ ବଦଳିବା !ଠିକ ଅଛି କି ? କଣ ପିଲାମାନେ ଡବାରେ ଥିବା ଟଙ୍କା, ପକେଟମୋନିକୁ ଦରିଦ୍ରକୁ ଦେଇକି ଦେଖନ୍ତୁ, ସ୍ୱର୍ଗ ରାଜ୍ୟରେ ଆପଣଙ୍କ ଫଳ ଅଧିକ ହେବ !ଓକେ ପିଲାମାନେ, ଅର୍ଥପୂର୍ଣ ଖ୍ରୀଷ୍ଟମାସ ପାଳନ କରି, ତୁମ୍ଭଙ୍କୁ ମୋର ଖ୍ରୀଷ୍ଟମାସର ଅଭିନନ୍ଦନ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.