Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-02-2021
Share:

By Village Missionary Movement

Friday, 19-Feb-2021

ଆଜିର ବାକ୍ୟ (Oriya) 19-02-2021

କାହିଁକି ତାଡନା କରୁଅଛ? 

"...ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ ?" - ପ୍ରେରିତ 9:4

ଗୋଟିଏ ଗ୍ରାମରେ ପ୍ରଭୁ ନାହାନ୍ତି ବୋଲି କହୁଥିବା ଜଣେ ନାସ୍ତିକ ଥିଲେ !ସେ ଖ୍ରୀଷ୍ଟିଆନମାନଙ୍କୁ ଦୋଷୀ ଭାବରେ , ତାଙ୍କର କାର୍ଯ୍ୟଗୁଡିକୁ  ହାସ୍ୟାସ୍ପଦ କରି ଆସୁଥାଏ !ଏହିପରି ପରିସ୍ଥିତିରେ ହଠାତରେ ତାଙ୍କୁ ପକ୍ଷାଘାତ ରୋଗରେ ପୀଡିତ ହୋଇ ତାଙ୍କର ହାତ ଓ ଗୋଡ଼ ଅକାମି ହୋଇପଡିଲା !ତାଙ୍କ ପରିସ୍ଥିତି ବୁଝି ପାରି ବହୁତ ଭାଙ୍ଗି ପଡିଲେ !ତାଙ୍କର ଯିଦିଆ ଯୋଗୁ ଚାଲିପାରୁନାହିଁ ବୋଲି ବହୁତ ଦୁଃଖିତ ହେଲେ !ଚିକିତ୍ସା ନିମନ୍ତେ କେତେ ସମ୍ପତି ଖର୍ଚ୍ଚ କରିବାରୁ ମଧ୍ୟ କିଛି ବି ଲାଭ ହେଲା ନାହିଁ !ଆଉ ଆପଣଙ୍କର ହିଁ ଚେଷ୍ଟା ବୋଲି ଚିକିତ୍ସକମାନେ କହିଦେଲେ !ସେତେବେଳେ ଜଣେ ପ୍ରଭୁଙ୍କର ସେବକ ତାଙ୍କ ନିକଟକୁ ଯାଇ ଖ୍ରୀଷ୍ଟଙ୍କର ପ୍ରେମ  ବିଷୟରେ ତାଙ୍କୁ ବୁଝାଇ ପ୍ରାର୍ଥନା କଲେ !ତାଙ୍କର ପରିସ୍ଥିତି ଯୋଗୁ ସେ ପ୍ରଭୁଙ୍କୁ ଗ୍ରହଣ କଲେ !ମୁଁ ଖ୍ରୀଷ୍ଟଙ୍କୁ ବ୍ୟତିରେଖ ହୋଇ କାର୍ଯ୍ୟ କଲି ବୋଲି  ଜାଣି  ଅନୁତାପ କରି ନିଜକୁ ସେ ସମର୍ପିତ ହେଲେ !ତାଙ୍କର ଦୁର୍ବଳ ଧୀରେ ଧୀରେ କମିବାକୁ ଲାଗିଲା !ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଅନେକଙ୍କ ସାକ୍ଷ ହୋଇ ପ୍ରଭୁଙ୍କର ମହିମା କରିବା ଆରମ୍ଭ କଲା !

ବାଇବଲରେ ମଧ୍ୟ ସାଉଲ ନାମକ ଯୁବକ ଘର ଘରକୁ ଯାଇ ଖ୍ରୀଷ୍ଟିଆନମାନଙ୍କୁ ଟାଣିନେଇ କାରାଗାରରେ ବନ୍ଦୀ କରୁଥିଲା !ଟାଣିନେବା କହିଲେ, ଏଠାରେ ଆମେ ଦେଖୁ କି ଯେ ବାଧ୍ୟ କରି ଉଠାଇ ନେଇ ତାଙ୍କୁ ତାଡନା ଦେବାକୁ  ବୁଝାଏ !ଏହିପରି ତାଙ୍କର ଗୋଟିଏ ପ୍ରାନ୍ତରେ ନୁହେଁ, ତାଙ୍କର ଦେଶ ସାରା ଏହିପରି କାରାଗାରରେ ବନ୍ଦୀ କରିବା ନିମନ୍ତେ ଅଧିକାରୀମାନଙ୍କ ଠାରୁ ଅନୁମତି ମାଗି,  ଦାମସ୍କା ଯାଉଥିବା ରାସ୍ତାରେ ପ୍ରଭୁ ସାଉଲଙ୍କୁ ଦର୍ଶନ ଦେଲେ !ସାଉଲ, ସାଉଲ କାହିଁକି ତୁମେ ମୋତେ ତାଡନା କରୁଛ ? ସାଉଲ ପଚାରିଲେ, ପ୍ରଭୁ ଆପଣ କିଏ ? ପ୍ରଭୁ କହିଲେ, ତୁମେ ଯାହାକୁ ତାଡନା ଦେଉଛ ସେହି ଯୀଶୁ ହିଁ ମୁଁ !ସଂଗେ ସଂଗେ ସେ ଭୂମିଷ୍ଠ ହୋଇ ଯୀଶୁଙ୍କ ନିକଟରେ ସମର୍ପିତ ହେଲା !ଅନାନିଆ ଦ୍ଵାରା  ନିଜେ କରିଥିବା କାର୍ଯ୍ୟକୁ ବୁଝି ପାରି ସଂଗେ ସଂଗେ ମଣ୍ଡଳୀରେ ମିଶି ଖ୍ରୀଷ୍ଟଙ୍କ ପ୍ରେମକୁ, ସେ ଯୀଶୁଙ୍କୁ ପାଇଥିବା ଦର୍ଶନ ବିଷୟରେ ପ୍ରକାଶ କଲା !

ହଁ ମୋର ପ୍ରିୟଗଣ, ପରମେଶ୍ୱରଙ୍କର ସୃଷ୍ଟିକୁ ଯଦି ଆମେ ଯେ କୋଣସି ଲୋକଙ୍କୁ ତାଡନା କରିଲେ ତାହା ପ୍ରଭୁଙ୍କୁ ତାଡନା ଦେବା ସହିତ ସମାନ ଅଟେ !ତେଣୁ କାହାକୁ ମଧ୍ୟ ହାସ୍ୟାସ୍ପଦ ଭାବରେ ଆଲୋଚନା କରି କଥାରେ କି କାର୍ଯ୍ୟରେ  ସେମାନଙ୍କୁ ଆଘାତ କରନ୍ତୁ ନାହିଁ !ଆପଣଙ୍କର ପରିବାର ସଦସ୍ୟଙ୍କୁ, ଆପଣଙ୍କ ସହିତ କାର୍ଯ୍ୟ କରୁଥିବା ସାଙ୍ଗ ସାଥୀଙ୍କୁ କିମ୍ବା ବନ୍ଧୁବାନ୍ଦବ ମାନଙ୍କୁ ଯେକୋଣସି ସମୟରେ ତାଡନା କରିଛନ୍ତି  କି  ? ତାହା ହେଲେ ଆପଣ ସେମାନଙ୍କୁ ନୁହେଁ ସେମାନଙ୍କୁ ସୃଷ୍ଟି କରିଥିବା ପରମେଶ୍ୱରଙ୍କର ସୃଷ୍ଟିକୁ ଭୁଲିଯିବେ ନାହିଁ !ପ୍ରେମିକ ପରମେଶ୍ୱର ତାଙ୍କୁ ତାଡନା ଦେଇ ଥିବା ସାଉଲ ଏବଂ ଉପରେ ଲିଖିତ ନାସ୍ତିକଙ୍କୁ ପ୍ରେମ କରି, ନିକଟକୁ ଫେରାଇଲା ସଦୃଶ୍ୟ ଆପଣଙ୍କର ସକାଶେ ସେ  ଅପେକ୍ଷାରେ ଅଛନ୍ତି !ଆପଣଙ୍କର ଦୋଷ ସବୁକୁ ତାଙ୍କ ନିକଟରେ ସମର୍ପଣ କରି ପରମେଶ୍ୱରଙ୍କ ଠାରେ ସମାଧାନ ହୋଇ ଯୀଶୁଙ୍କର ଶକ୍ତିରେ ସେମାନଙ୍କୁ ପ୍ରେମ କରନ୍ତୁ !ଅନେକଙ୍କ ନିମନ୍ତେ ଆଶୀର୍ବାଦ ଯୁକ୍ତ ହୋଇ ବଂଚନ୍ତୁ !
-    ଭାଇ ସି. ପାଉଲ ଯବାଷ୍ଟିନ 

ପ୍ରାର୍ଥନା କରନ୍ତୁ :-ମୋକ୍ଷ ପ୍ରୟାଣମ ନାମକ ପ୍ରତିଦିନ ଉପାସନା ପ୍ରସ୍ତୁତ କରୁଥିବା ପ୍ରତି ସେବକକୁ ପରମେଶ୍ୱରଙ୍କର ଜ୍ଞାନ ଉଦୟ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş