Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-11-2022 (Kids Special)
Share:

By Village Missionary Movement

Saturday, 26-Nov-2022

ଆଜିର ବାକ୍ୟ (Oriya) 26-11-2022 (Kids Special)

 

ଚଗଲା ପକ୍ଷୀ

 

“ପ୍ରାଚୀନମାନଙ୍କଠାରେ ଜ୍ଞାନ ଅଛି ଓ ଦୀର୍ଘାୟୁରେ ବୁଦ୍ଧି ଥାଏ।“ - ଆୟୁବ 12:12

 

ହାଲୋ... ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଆଜି ଏକ କାହାଣୀ କହିବାକୁ ତୁମ୍ଭ ପାଖକୁ ଆସିଲି !ଠିକ ଅଛି କାହାଣୀ ଶୁଣିବା କି ?

 

ଏକ ଘୋର ଅରଣ୍ୟରେ ଦଶଟି ପକ୍ଷୀ ଗୁଡିକ ମିଳାମିଶା ହୋଇ ଜୀବନ ଯାପନ କରୁଥାନ୍ତି !ସେଥିରେ ଗୋଟିଏ ପକ୍ଷୀ ବୟସ୍କ ଅଟେ !ଆଉ ଅନ୍ୟ ସବୁ ଯୁବପକ୍ଷୀ ଅଟନ୍ତି !ଏହି ସବୁ ପକ୍ଷୀ କଥା ହେଉଥାନ୍ତି କି ଦିନେ ନା ଦିନେ ଆମେ ସମସ୍ତେ କିଛି ସାହାସର କାର୍ଯ୍ୟ କରିବା ଉଚିତ !ସେତେବେଳେ ସେହି ବୃଦ୍ଧ ପକ୍ଷୀ କହୁଥାଏ କି, ତୁମର ଅନାଆବଶ୍ୟକ ସ୍ଥାନରେ ତୁମେ ଧୌର୍ଯ୍ୟ ଓ ସାହାସ ଦେଖାଇଲେ ତାହା ବିପଦର ମାର୍ଗ ହୁଏ, ତେଣୁକରି ଜାଗ୍ରତରେ ରୁଅ !ସଙ୍ଗେସଙ୍ଗେ ଅନ୍ୟ ପକ୍ଷୀ ଗୁଡିକ ହସିହସି କହିଲେ, ଆଇର କିଛି କାମ ନାହିଁ, ଯେକୌଣସି କିଛି କହି ସମୟ ବିତାଉ ଥାଏ !

 

ଦିନେ ସେମାନେ ସମସ୍ତେ ମିଶିକି ବିଶାଳ ଆକାଶରେ ଉଡ଼ୁ ଥାନ୍ତି !ସେମାନଙ୍କ ମଧ୍ୟରେ ଗୋଟିଏ ପକ୍ଷୀ ଭୂମିରେ ଜାଲ ବିଛାଇ ଥିବା ଦେଖିଲା !ସଙ୍ଗେସଙ୍ଗେ ବଳକା ପକ୍ଷୀ ଗୁଡିକୁ ଡାକି କହିଲା,ତଳେ ଦେଖ ଶିକାରୀ ଜାଲ ବିଚାଇଛି !ଆମେ ସମସ୍ତେ ଯାଇ ସେହି ଜାଲକୁ ଧରି ଆସିବା କି ?ଆଉ ଅନ୍ୟ ପକ୍ଷୀଟି ପଚାରିଲା , କଣ ଜାଲକୁ ଆଣିବାକୁ ହେବ କି ?ସଙ୍ଗେସଙ୍ଗେ ଆଉ ଏକ ପକ୍ଷୀ କହିଲା, କଣ ଏହା ବି ତୁମକୁ ଜଣା ନାହିଁକି ? ସେବର ଯୁଗରେ କିଛି ପକ୍ଷୀ ଗୁଡିକ ମିଳାମିଶା ହୋଇ ଜୀବନଯାପନ କରୁଥାନ୍ତି !ଦିନେ ହଠାତରେ ଶିକାରୀଙ୍କ ଜାଲରେ ଛନ୍ଦି ହୋଇଗଲେ !ତାପରେ ସେମାନେ ସମସ୍ତେ ମିଶିକି ଜାଲକୁ ଧରି ଉଡି ଚାଲିଗଲେ !ସେ ବୟସ୍କ ବୃଦ୍ଧ ପକ୍ଷୀ କହିଲା, ନାହିଁ ସମସ୍ୟାକୁ ଟଙ୍କା ଦେଇ କ୍ରୟ କର ନାହିଁ ବୋଲି ସତର୍କ କରାଇଲା !ସଙ୍ଗେସଙ୍ଗେ ଆଉ ଏକ ପକ୍ଷୀ କହିଲା, ଦୟା କରି ତୁମେ ନୀରବ ରହିବ କି ? ତୁମର ଯୁଗ ଶେଷ ହୋଇଗଲାଣି, ଏଥର ଆମେ କହିଲେ, ତୁମେ ଶୁଣିବା ଉଚିତ ଅବା ଘର ଭିତରେ ହି ରୁହ !ସମସ୍ତ ପକ୍ଷୀ ଗୁଡିକ ଜାଲ ଆଡକୁ ଉଡିଉଡି ଯାଇ ସେହି ଜାଲରେ ଛନ୍ଦି ହୋଇଗଲେ !ମାତ୍ର ବୟସ୍କ ପକ୍ଷୀଟି ଇଚ୍ଛା ନ ଥାଇ ସେହି ଜାଲରେ ଛନ୍ଦି ହୋଇଗଲା !ଅଳ୍ପ ସମୟରେ ଗୋଟିଏ ଯୁବପକ୍ଷୀଟି ୱାନ, ଟୁ, ତ୍ରି, ବୋଲି କହିବାରୁ ବଳକା ପକ୍ଷୀ ଗୁଡିକ ଉଡିବାକୁ ଚେଷ୍ଟା କଲେ !କିନ୍ତୁ ଜାଲ ନ ଆସିବାରୁ ଆଉ ଉଡି ପାରିଲେ ନାହିଁ !ସେତିକିବେଳେ ଶିକାରୀ ଜଣକ ଆସିଗଲା !ସମସ୍ତ ପକ୍ଷୀ ଗୁଡିକୁ ଦେଖି କହିଲା, ସେ ଦିନ ଠକି ଥିବା ଶିକାରୀଙ୍କ ସଦୃଶ୍ୟ ମୋତେ ମଧ୍ୟ ଠକିବାକୁ ଚେଷ୍ଟା କରୁଛ କି ? ତୁମେ ସମସ୍ତେ ଆଜି ମୋତେ ଭୋଜନ ହୋଇ ଯିବ କହି ଗୋଟେଗୋଟେ ପକ୍ଷୀକୁ ହତ୍ୟା କରୁଥାଏ !ତାଙ୍କ ମଧ୍ୟରେ ଗୋଟିଏ ପକ୍ଷୀ କହିଲା, ଆମ ଆଇଙ୍କ କଥାକୁ ଆମେ ଆଜ୍ଞାବହ ହୋଇଥିଲେ ଏପରି ଘଟଣା ଘଟି ନ ଥାନ୍ତା ବୋଲି କହିକହି ବହୁତ ଦୁଃଖଭୋଗ କଲା !

 

ହେ ମୋର ପ୍ରିୟ ଭାଇ ଓ ଭଉଣୀ ଗଣ,ତୁମେମାନେ ମଧ୍ୟ ତୁମକୁ ଉତ୍ତମ ଉପଦେଶ ଦେଇ ପ୍ରାଚୀନ ମାନଙ୍କ କଥାକୁ ଆଜ୍ଞାବହତା ନ ହେଲେ, କୌଣସି ବିପଦରେ ଛନ୍ଦି ହୋଇଯିବ !ତେଣୁକରି ଗୃହରେ ଥିବା ଆଇ, ଅଜା, ପିତାମାତା କହିବା କଥାକୁ ଅଣଦେଖା କରନ୍ତୁ ନାହିଁ !ଠିକ ଅଛି ତ !

- ଜୀବେ ଭିଜେୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al