Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-11-2022
Share:

By Village Missionary Movement

Friday, 25-Nov-2022

ଆଜିର ବାକ୍ୟ (Oriya) 26-11-2022

 

ଛଳନା

 

“କିନ୍ତୁ ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ । ପ୍ରଥମ ଜଣ ତାହାକୁ କହିଲେ, ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର ।“ - ଲୂକ 14:18

 

ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ବିନସେଣ୍ଟ ସର୍ଚିରଙ୍କ ଅଫିସରେ ତାଙ୍କୁ ସାହାଯ୍ୟକାରୀ ବ୍ୟକ୍ତି ସର୍ବଦା ମିଛ କହିବାରେ ଦକ୍ଷତା ଥିଲା !ପ୍ରଧାନ ମନ୍ତ୍ରୀ ଅଫିସକୁ ସଠିକ ସମୟରେ ଆସିଲେବି, ତାଙ୍କ ସାହାଯ୍ୟକାରୀ ଅନେକ ଥର ଡେରିରେ ଆସୁଥାଏ !ଆଉ ଡେରିରେ ଆସୁଥିବାର କାରଣ ମଧ୍ୟ ଧରିକି ଆସିବ !ଦିନେ ବିନସେଣ୍ଟ ସର୍ଚିର ତାଙ୍କ ସାହାଯ୍ୟକାରିଙ୍କୁ ଡାକିଲା,ମାତ୍ର ସେ ସେଠାକୁ ଆସିଲା ନାହିଁ !ଅଭ୍ୟାସଗତ ଭାବେ ଡେରିରେ ଆସିଲା !କାହିଁକି ଡେରି କଲ ବୋଲି ପଚାରିବାରୁ, ସେ କହିଲା, ପ୍ରଭୁ ମୋତେ କ୍ଷମା କର, ମୋ ହାତଘଣ୍ଟା ଅଳ୍ପ ଡେରିରେ ଚାଲୁଚି, ଏହି ବିଷୟରେ ମୁଁ ଏବେ ହିଁ ଜାଣିବାକୁ ପାଇଲି !ସଙ୍ଗେସଙ୍ଗେ ପ୍ରଧାନମନ୍ତ୍ରୀ କହିଲେ, ତୁମ୍ଭେ ହାତଘଣ୍ଟାକୁ ବଦଳାଅ, ନହେଲେ ମୁଁ ତୁମକୁ ବଦଳାଇବାକୁ ପଡ଼ିବ,ନିଷ୍ପତ୍ତି ତୁମର !ସେହି ଦିନରୁ ସେହି ସାହାଯ୍ୟକାରୀ ମିଛ କହିବା ବନ୍ଦ କରିଦେଲା !ସଠିକ ସମୟରେ ଆସିବାକୁ ଆରମ୍ଭ କଲା !

 

ପବିତ୍ର ବାଇବଲରେ ଅନେକ ସ୍ଥାନରେ 'ଛଳନା' ଅର୍ଥାତ ମିଛ କହିବା ବ୍ୟକ୍ତିମାନଙ୍କୁ ଆମେ ଦେଖି ପାରିବା !ଆଦମ, ହବା, ଶାଉଲ, ଏଫ୍ରିହିମ ଗୋତ୍ର ଏପରି ଏକ ବଡ଼ ତାଲିକା ବାଇବଲରେ ଦେଖାଯିବ !ଏପରି ଛଳନା କାରୀମାନେ ମିଛ କହିବାକୁ ବିଲକୁଲ ଭୟ କରନ୍ତି ନାହିଁ !ସେମାନେ ମିଛ କହି ପାରିବା ହେତୁ ଉଦାର ଭାବରେ ଛଳନା କରୁଥାନ୍ତି !ଯେଉଁଠି ମିଛ ଓ ଛଳନା ଦେଖାଯାଏ କି ସେଠାରେ ଶଇତାନର କାର୍ଯ୍ୟ ଥିବ !ଛଳନା ନାମକ ସ୍ଵଭାଵ ଅନ୍ୟ ପ୍ରକାର କହିବାକୁ ଗଲେ ତାହା ହେଉଛି " ଅଳସୁଆ "ଅଟେ !ଅଳସୁଆ ମାନେ ହିଁ ପ୍ରତ୍ୟେକଟିକୁ ଛଳନା କରନ୍ତି !ଗୋଟିଏ କାମକୁ ଡେରିରେ କରିବା, କିମ୍ବା ଭୁଲିଯିବା, ଏହି ଦୁଇଟିର କାରଣ ଅଳସୁଆ ଅଟଇ !ଅଳସୁଆକୁ ଏତେ ସହଜରେ ବିଲୋପ କରି ପାରିବା ନାହିଁ !ଏହା ମଧ୍ୟ ଏକ ପାପ ଅଟେ !ଲୁକ :-14:15-35 ବଚନରେ ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ଆମେ ପଡୁଛୁ !ପ୍ରଭୁ ଏମାନଙ୍କୁ, ତୁମେ ହିଁ ଏହି କାର୍ଯ୍ୟ କରିବା ଉଚିତ ବୋଲି ବାଧ୍ୟତା କରି ନାହାନ୍ତି !ତାହା ବଦଳରେ ସେମାନଙ୍କୁ ପରିତ୍ୟାଗ କରି ଅନ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟକୁ ହସ୍ତାନ୍ତର କରୁଛନ୍ତି !ମୁଁ ପ୍ରଭୁଙ୍କର କାମକୁ ଭୁଲିଗଲେ, ସେ ସ୍ଥାନରେ କିଛିବି ସମ୍ବନ୍ଧ ନ ଥିବା ଅଲଗା ବ୍ୟକ୍ତିକୁ ଆଣି ପ୍ରଭୁ ସେମାନଙ୍କୁ ବ୍ୟବହାର କରୁଛନ୍ତି !ମୋଶା, ଯିରୀମିୟଙ୍କ ସଦୃଶ୍ୟ ଦୁଇ ଜଣ ବ୍ୟକ୍ତି ବିନା, ଆଉ କାହାସହ ତୁମେ ହିଁ ଏହି କାମ କରିବା ଉଚିତ ବୋଲି ବାଧ୍ୟତା କରିବା ଆମେ ଦେଖି ପାରିବା ନାହିଁ !ଏହି ବାକ୍ୟ ମାଧ୍ୟମରେ ପ୍ରଭୁ ତୁମ୍ଭ ଦ୍ଵାରା ପ୍ରଭୁ ଆଶା କଲାପରି ହେଲେ, ସଙ୍ଗେସଙ୍ଗେ ଆଜ୍ଞାବହ ହୋଇ କରିବା ହିଁ ଆମକୁ ଆଶୀର୍ବାଦ ଯୁକ୍ତ ଅଟେ !ପ୍ରଭୁ ଆପଣଙ୍କୁ କଢାଇ ନିଅନ୍ତୁ !ଆମେନ୍ !

- ପି. ଜେକେବ ଶଙ୍କର

 

ପ୍ରାର୍ଥନା ଅନୁରୋଧ :-

ମିଡ଼ିଆ ସେଵା ଦ୍ଵାରା ପ୍ରାର୍ଥନାକୁ ଅନୁରୋଧ କରିଥିବା ବ୍ୟକ୍ତିମାନଙ୍କ ଜୀବନରେ ସଦାପ୍ରଭୁ ପରମେଶ୍ୱର ଅଦଭୂତ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al