By Village Missionary Movement
Friday, 25-Nov-2022ଆଜିର ବାକ୍ୟ (Oriya) 25-11-2022
ଉଠ ଏବଂ ପ୍ରଜ୍ଜଳିତ କର
“ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ଜ୍ୱଳିତ କର ।“ - ୨ ତୀମଥି 1:6
ଥରେ ଗୋଟିଏ ବିଦ୍ୟାଳୟ ଦେଖିବାକୁ ଜଣେ ପ୍ରସିଦ୍ଧ ବ୍ୟକ୍ତି ସେଠାକୁ ଗଲେ !ସେଠାରେ ଥିବା ପ୍ରଧାନ ଶିକ୍ଷକ ଜଣେ ଛାତ୍ରକୁ ଦେଖାଇ କହିଲା, ଆମ ସ୍କୁଲରେ ଇଏ ହିଁ ଜଣେ ବୋକା ବୋଲି କହିବା ବେଳେ ଅନ୍ୟ ବିଦ୍ୟାର୍ଥୀ ଏବଂ ବଳକା ଶିକ୍ଷକ ମାନେ ସମସ୍ତେ ହସିଲେ !ଅଳ୍ପ ସମୟ ପରେ ସେହି ପ୍ରସିଦ୍ଧ ବ୍ୟକ୍ତି ପୁନର୍ବାର ଘରକୁ ଫେରି ଯାଉଥିବା ବେଳେ ସେ କହିଲା, ସେହି ନିର୍ବୁଦ୍ଧି ଛାତ୍ରକୁ ସ୍କୁଲର କମ୍ପାଉଣ୍ଡ ପର୍ଯ୍ୟନ୍ତ ନେଇକି ଯିବି ବୋଲି ପ୍ରଧାନ ଶିକ୍ଷକଙ୍କ ଠାରେ ଅନୁମତି ମାଗି, ସେହି ବିଦ୍ୟାର୍ଥୀଙ୍କ କାନ୍ଦରେ ହାତ ରଖି ଧରିକି ନେଲା !ସେହିପରି ଯିବାବେଳେ ସେ କହିଲା, ବାବୁ ଅନ୍ୟମାନେ କହିବା କଥାକୁ ତୁମେ ଧର ନାହିଁ, ତୁ ପୃଥିବୀରେ ପ୍ରସିଦ୍ଧ ବ୍ୟକ୍ତି ହୋଇ ପାରିବୁ !ତେଣୁକରି ଭଲ ରୂପେ ପାଠ ପଢେ କହି ସେହି ଛାତ୍ରଙ୍କୁ ଉତ୍ସାହିତ କଲା !ସେହି କଥାଟି ବିଦ୍ୟୁତ ସଦୃଶ୍ୟ ସେହି ବିଦ୍ୟାର୍ଥଙ୍କ ହୃଦୟରେ ସ୍ବର୍ଶ କଲା !ସେ ଭଲ ରୂପେ ପାଠ ପଡି, ପ୍ରସିଦ୍ଧ ବେଦ ପଣ୍ଡିତ ହେଲା !ସେ ହିଁ ଜର୍ଜ ଆଡାମ ସ୍ମିତ ଅଟେ !ସେହି ପ୍ରସିଦ୍ଧ ବ୍ୟକ୍ତିର ଉତ୍ସାହିତ କଥା ହିଁ ସେହି ବିଦ୍ୟାର୍ଥୀଙ୍କୁ ବେଦପଣ୍ଡିତ କଲା !
ପ୍ରେରିତ ପାଉଲଙ୍କ ଉତ୍ସାହିତ ବାକ୍ୟ ହିଁ ଶକ୍ତିହୀନ ଏବଂ ଭୟଭୀତତା ହୋpଇଥିବା ତୀମଥିଙ୍କୁ ମଣ୍ଡଳୀ ପରିଚାଳନା କରିବାନିମନ୍ତେ ଅଧିକାରୀ କଲା ! ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି, ତୁମ୍ଭର ସେହି ଅକପଟ ବିଶ୍ୱାସ ବିଷୟରେ ମନେ ପକାଇ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଇଥାଏ ବୋଲି ପାଉଲ କହନ୍ତି !ସେହି ବିଶ୍ୱାସ ତୁମ ଜେଜେମା, ମାଆ ଠାରେ ବାସ ହୁଏ !ସେଥିରେ ସ୍ଥିର ହୋଇ ରୁହ ବୋଲି କହନ୍ତି !ତୀମଥିଙ୍କ ଠାରେ ଥିବା ପ୍ରଭୁଙ୍କର ଉପହାର, ଶିକ୍ଷା ଦେବା ଉପହାର,ନ୍ୟାୟବିଚାର, ସୁସମାଚାର ପ୍ରଚାର କରିବାକୁ ଆସକ୍ତକୁ ଡେରି ନ କରିବା,ଇଶ୍ୱରଙ୍କ ଅନୁଗ୍ରହ ଦାନ ପ୍ରଜ୍ଜଳିତ କରିବା, ପ୍ରତ୍ୟେକ ଦିନ ବାକ୍ୟକୁ ଧ୍ୟାନ କରନ୍ତୁ ବୋଲି ମନେ ପକାନ୍ତି !ଏହିରୂପେ ଉତ୍ସାହିତ କରି, ପାଉଲ ତାହାଙ୍କୁ ଅତିଉତ୍ତମ ନେତା କଲେ !
ହଁ ପ୍ରିୟ ବନ୍ଧୁଗଣ, ଆମକୁ ମଧ୍ୟ ଉତ୍ତମ ଭାବେ ଅଭିବୃଦ୍ଧି କରିବା ଦ୍ରବ୍ୟ କଣ ?ଆମ ଠାରେ ଥିବା ଚି଼ହ୍ନ ବିହୀନ ବିଶ୍ୱାସ ଆମ ମାଆଙ୍କ ଠାରୁ ଅବା ଜେଜେମାଙ୍କ ଠାରୁ ଶିକ୍ଷା ପାଇଥିବାଟା !ଅବା ଶୁଦ୍ଧଚିତ ହୃଦୟ ସହିତ ପ୍ରଭୁଙ୍କୁ ଠାରେ ପ୍ରାର୍ଥନା କରିଥିବା ଲୋକଙ୍କ ଠାରୁ ଶିଖି ଥିବାଟା !ସେହି ବିଶ୍ୱାସ ଏବେ ଆମଠାରେ ଅଛି କି ? ପ୍ରଜ୍ଜଳିତ କରୁଛୁ କି ? ଗୋଟିଏ ଦିନରେ ଏକ ଘଣ୍ଟା ସମୟ ହେଲେ ସୁସମାଚାର ପ୍ରକାଶ କରିବାକୁ ସମୟ କାଢି ଯେକୌଣସି ମାର୍ଗରେ ଯୀଶୁଙ୍କ ବିଷୟରେ ଜଣାଇବା !ଯଦି ଆପଣ ବିଦ୍ୟାମନ୍ତୀ ହେଲେ ଟିଉସନ ମାଧ୍ୟମରେ ଛୋଟପିଲାମାନଙ୍କୁ ପ୍ରଭୁଙ୍କର ବିଷୟରେ ଜଣାଇ ପାର !ଅବା ସୁସମାଚାର ପତ୍ରିକା ବଢ଼ାଇ ଦେଇ ଅନେକଙ୍କୁ ସୁସମାଚାର ପ୍ରକାଶ କରିଆସେ !ଏହିପରି କରି,ଉଠ ଏବଂ ପ୍ରଜ୍ଜଳିତ ହୁଅ !ହାଲ୍ଲେଲୁୟା !
- ଏ. ବିହୁଲା
ପ୍ରାର୍ଥନା ଅନୁରୋଧ:-
ପୁନଃଜାଗରଣ ଯୁବକ ସମାବେଶରେ ଯୁବକମାନେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.