Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-02-2021
Share:

By Village Missionary Movement

Thursday, 18-Feb-2021

ଆଜିର ବାକ୍ୟ (Oriya) 18-02-2021

ଏକମନ :-

“ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ ।“ - ପ୍ରେରିତ 2:1

ଗୋଟିଏ ଗ୍ରାମର ଚର୍ଚ୍ଚରେ କୋଣସି ଯୁବକମାନେ ଆରାଧନାକୁ ଯାଉ ନ ଥାନ୍ତି !ଏହି ପରିସ୍ଥିତିରେ କେବଳ ଜଣେ ମାତ୍ର ଯୁବକକୁ ଯୀଶୁ ପରିତ୍ରାଣ କଲେ !ତାଙ୍କୁ ଅନ୍ୟ ଯୁବକଗଣ କରୋନା ଉପଦେଷ୍ଟା ଭାବେ ଦେଖୁଥାନ୍ତି, ପାଖକୁ ଆସୁ ନ ଥାନ୍ତି !ତାପରେ ଆଉ ଜଣେ ଯୁବକ ପରିତ୍ରାଣ ପାଇଲା !ତାପରେ ଦୁଇ ଜଣ ମିଶି ପ୍ରତିଦିନ କିଛି ସମୟ ବାହାର କରି ପ୍ରାର୍ଥନା କରୁଥାନ୍ତି !ଦିନ ଗଡୁ ଥିବା ବେଳେ ସେମାନଙ୍କର ଅଜଣାତରେ ଅନ୍ୟ ଯୁବକମାନଙ୍କ ନିମନ୍ତେ ବୋଝ ହେବାରୁ ଦୁଇ ଜଣ ଏକ ମନରେ ଲୁହ ଝରାଇ ପ୍ରାର୍ଥନା କଲେ !ପବିତ୍ର ଆତ୍ମା ପରମେଶ୍ୱର କର୍ମ କରିବାକୁ ଆରମ୍ଭ କଲେ !ତାପରେ ଅନେକ ଯୁବକମାନେ ପରିତ୍ରାଣ ପାଇଲେ !ମଣ୍ଡଳୀରେ ମହାନ ପୁନଃଜାଗରଣ ହେଲା !ସାଣ୍ଡେ ସ୍କୁଲ ପରିଚାଳନା କରିବାକୁଏବଂ ସୁସମାଚାର କରିବାକୁ ଆଗକୁ ଆସିଲେ !ଅନେକ ବର୍ଷ ହେଲା ଦେଖା ଯାଇ ନ ଥିବା ପରିବର୍ତ୍ତନ ଆସିବାକୁ ସେହିଁ ଦୁଇ ଜଣ ଯୁବକଙ୍କର ଏକମନ ହୋଇ କରିଥିବା ପ୍ରାର୍ଥନା ହିଁ ମୂଳ କାରଣ, ଏହା ତିଳେ ମାତ୍ର ସନ୍ଦେହ ନାହିଁ !

ପ୍ରେରିତ ପୁସ୍ତକରେ ପ୍ରାୟ ଦଶ(10)ଥର ଏକମନ କଥା ପବିତ୍ର ଆତ୍ମା ଲେଖିଛନ୍ତି !ସେଥିରେ ଛ(6)ଥର ଉତ୍ତମ କାର୍ଯ୍ୟ ନିମନ୍ତେ, ଚାରି(4)ଥର ମନ୍ଦ କାର୍ଯ୍ୟ ନିମନ୍ତେ ଏକମନ ହୋଇ ରହିବାକୁ ହେବ ବୋଲି ଆମେ ପଡୁଛୁ !ଯେତେବେଳେ ପ୍ରେରିତମାନେ ପ୍ରଭୁଙ୍କର ନାମରେ ମହିମା କରିବାକୁ ଏକମନ ହୋଇ ରହିଲେ ସେତେବେଳେ ପ୍ରାର୍ଥନାର ଦୃଢ଼  ହେଲା !ବହୁଳ ଭାବରେ ଆତ୍ମୀୟ ବର ପ୍ରତ୍ୟୋକ୍ଷ ହୋଇ,  ସେବାକୁ ମଣିଷକୁ ପଠେଇ ଦିଆ ଗଲା !ଏହି ପ୍ରକାରେ ପବିତ୍ର ଆତ୍ମା କ୍ରିୟା କରିବାକୁ ଆରମ୍ଭ କଲା !ମହାନ ପୁନଃଜାଗରଣ ଆରମ୍ଭ ହେଲା !ମନ୍ଦ କାର୍ଯ୍ୟକୁ ଲୋକମାନେ ଏକତା ହେବା ବେଳେ,  ପବିତ୍ରଆତ୍ମା ପରମେଶ୍ୱର ଦୁଃଖିତ ହେଲେ !ଆନାନିଆଁ ସାଫିରା ଏକମନ ହୋଇ ଜମି ବିଷୟରେ ପବିତ୍ରଆତ୍ମା ପରମେଶ୍ୱରଙ୍କର ନିକଟରେ ମିଛ କହି ତାଙ୍କୁ ଦୁଃଖିତ କଲେ ଯିହୂଦିମାନେ ଏକମନ ହୋଇ ଷ୍ଟିଫେନଙ୍କର ଉପରେ ପଥର ଫୋପାଡ଼ିବା ବେଳେ ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସେ କହି ଥିବା କଥାକୁ ଯିହୂଦିମାନେ ନ ଶୁଣି ତାଙ୍କ ହୃଦୟର କଠିନତା  ଦେଖି ପବିତ୍ରଆତ୍ମା ଦୁଃଖିତ ହେଲେ !

ଏହା ପାଠ କରୁଥିବା ଆପଣମାନଙ୍କ ସହିତ ମଧ୍ୟ ପବିତ୍ରଆତ୍ମା କଥା ହୁଅନ୍ତି !ଆପଣ କାହା ସହିତ, କାହିଁକି ଏକମନ ହୋଇଅଛ !ଆପଣମାନେ ଏକମନ ହୋଇ କରୁ ଥିବା କାର୍ଯ୍ୟ ପବିତ୍ରଆତ୍ମା ବଳବାନ ରୂପେ କାର୍ଯ୍ୟ କରିବାକୁ ପଥ କଢ଼ାଉଛି କି ? ନା ତାଙ୍କୁ ଦୁଃଖିତ କରୁଛି କି? ଅନାନିୟାଙ୍କ ପରିବାର ପରି ଗୌରବ ସକାଶେ, ଅବା ଖ୍ୟାତି ବିଖ୍ୟାତ ସକାଶେ, ସ୍ୱାର୍ଥ ସକାଶେ, ଏକମନ ହୋଇଥିଲେ ଆପଣଙ୍କୁ ମଧ୍ୟ ତାଙ୍କୁ ହୋଇଥିବା ପରି ହୁଏ ଏହା କେତେ ଦୁଃଖର କାରଣ !ସଦାସର୍ବଦା ପ୍ରଭୁଙ୍କର କାର୍ଯ୍ୟ କରିବାକୁ, ଦେବାକୁ, ସେବକମାନଙ୍କୁ ପଠେଇବା ପାଇଁ ଏକମନ ହୋଇରହିଥିଲେ ଭାରତ ଦେଶ ସାରା ପୁନଃଜାଗରଣ ନିମନ୍ତେ ସ୍ୱର୍ଗରେ ଲେଖାଯିବ !ସେଠାରେ ଆପଣଙ୍କର ନାମ ମଧ୍ୟ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଏ, ସେଥିରେ କିଛି ମାତ୍ର ସନ୍ଦେହ ନାହିଁ !ତେଣୁ ଏକମନ ହୋଇ ରୁହନ୍ତୁ, ବିବେଦତା ତ୍ୟାଗ କରନ୍ତୁ, ଜଗତରେ ଆଲୋକିତ ହୁଅନ୍ତୁ !
-    ଭାଇ ଗାନ୍ଧୀ ରାଜନ 

ପ୍ରାର୍ଥନା କରନ୍ତୁ :-ମିଶିନାରିମାନଂକୁ ସାହାଯ୍ୟ କରିଥିବା ପରିବାରମାନଙ୍କୁ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al