By Village Missionary Movement
Wednesday, 23-Nov-2022ଆଜିର ବାକ୍ୟ (Oriya) 23-11-2022
ବାକ୍ୟ ହିଁ ଆଲୁଅ
“ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।“ - ଗୀତସଂହିତା 119:105
ହଠାତରେ ଘଟିଥିବା ଏକ ବିପଦ ଦ୍ଵାରା ବାବୁ ନାମକ ଜଣେ ବାଳକ ଅନ୍ଧ ହୋଇଗଲା !ସେହି ଦିନରୁ ଚାରିଆଡେ ଅନ୍ଧାର ହେବା ଯୋଗୁ ସବୁବେଳେ ଚିତ୍କାର କରି ହାତକୁ ଯାହା ମିଳିବ ତାହାସବୁ ଫିଙ୍ଗି ଦେଉଥାଏ !ଦିନେ ସେଠାକୁ ସୁସମାଚାର ପ୍ରକାଶ କରିବାକୁ ଆସିଥିବା ବ୍ୟକ୍ତି ସେହି ବାବୁଙ୍କ ସହ ଦୟାରେ, ଖୁସିରେ କଥା ହେଲା !ସେହି ସମୟରେ ବାବୁ ମଧ୍ୟ ଶାନ୍ତିରେ ରହିଥିବା ଦେଖି ପିତାମାତା, ସେହି ସେବକକୁ ପ୍ରତିଦିନ ଆସିବାକୁ କହିଲେ !ଏକ ସପ୍ତାହ ମଧ୍ୟରେ ହିଁ ବାବୁ ତାଙ୍କ ଅବସ୍ଥାକୁ ବୁଝିବାକୁ ଆରମ୍ଭ କଲା !ତାଙ୍କ ପିତାମାତା ପ୍ରଭୁଙ୍କର ସେବକକୁ ପଚାରିଲେ,କେବଳ ଗୋଟିଏ ସପ୍ତାହରେ ହିଁ ବାବୁଙ୍କୁ କେମିତି ପରିବର୍ତ୍ତନ କରି ପାରିଲ ? ସେତେବେଳେ ସେ କହିଲା, ମୁଁ ମଧ୍ୟ ଜଣେ ଅନ୍ଧ ଅଟେ, ଯୀଶୁଙ୍କର ବାକ୍ୟ ମୋତେ ଆଲୁଅ ଦେଲା, ମୋତେ କଢାଇଲା, ଏବଂ ମୋର ସମସ୍ତ ଆଘାତ ସୁସ୍ଥ କଲା, ବାବୁ ମଧ୍ୟ ଏବେ ସେହି ଆଲୁଅକୁ ଦେଖୁଛି, ତେଣୁକରି ସେ ଖୁସିରେ ଅଛି !
ଆଜିର ବ୍ୟସ୍ତବହୁଳ ଜୀବନରେ, ବାଇବଲକୁ ଗୃହର ଆଲମାରୀରେ, ସେଲଫୋନରେ ରଖିକି, ପଢିବାକୁ ସମୟ ନାହିଁ ବୋଲି କହୁଥାଉ !ସେଥିପାଇଁ ଛୋଟ ପ୍ରହେଳିକା, ଅଥବା କଷ୍ଟ ପରିସ୍ଥିତି ଆସିବା ବେଳେ, ଆଖିରେ ପଟିବାନ୍ଧି ଦେଇ, ଅରଣ୍ୟରେ ଛାଡିଦେଲା ପରି ଛଟପଟ ହେଉଥାଉ !ଆକାଶ ଏବଂ ପୃଥିବୀ ଲୋପ ହେବ, ମାତ୍ର ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ ଏବଂ ତାହା କଦାପି ବିଲୁପ୍ତ ହୁଏ ନାହିଁ, ବୋଲି ମୁଁ ତୁମ୍ଭଙ୍କୁ ନିଶ୍ଚିତ ରୂପେ କହୁଅଛି !ଛୋଟ ଅକ୍ଷର ଅବା ଅକ୍ଷରର ଛୋଟ ଅଂଶ ପୂର୍ଣ୍ଣ ହେବ, ଏହା ଯୀଶୁଖ୍ରୀଷ୍ଟ କହିଥିବା ବାକ୍ୟ ଜାଣିବା ବେଳେ, ଆମେ ତାହାକୁ ପଡ଼ୁ ନାହୁଁ !ଅବା ତାହା ପଡିଲେ ମଧ୍ୟ ତାହାକୁ ଆମେ ଧ୍ୟାନ କରୁ ନାହୁଁ !ଧନ୍ୟ ଯେଉଁମାନେ ସଦାପ୍ରଭୁଙ୍କର ବାକ୍ୟରେ ଆନନ୍ଦିତ ହୋଇ ଦିନରାତି ଧ୍ୟାନ କରନ୍ତି !କାହିଁକିନା, ତାହା ଆମ ସମସ୍ତ ପ୍ରଶ୍ନର ଉତ୍ତର ଏବଂ ଅନୁସରଣ କରିବା ମାର୍ଗକୁ ଆବଶ୍ୟକ ହେଉଥିବା ଆଲୋକ ପବିତ୍ର ବାଇବଲରୁ ଆମକୁ ଉପଲବ୍ଧ ଅଛି !ତେଣୁକରି ପବିତ୍ର ବାକ୍ୟରେ ଆନନ୍ଦିତ ଲୋକ ପତିତ ହେଲେବି,ଅଭାବ ଆସିଲେବି ସ୍ଥିର ହୋଇ ଆଗକୁ ବଢିବ !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଆମ ଯାତ୍ରା ପଥରେ ମାର୍ଗ ଦେଖାଇବାକୁ ଗୁଗଳ ମେପ ଏବଂ ଅନେକ ମାର୍ଗ ଥିବାବେଳେ, ଜୀବନରେ ଖ୍ରୀଷ୍ଟଙ୍କ ନିକଟକୁ ଯାଉଥିବା ଆମ ଯାତ୍ରାରେ ସଠିକ ମାର୍ଗଦର୍ଶୀ ହେଉଛି କେବଳ ବାଇବଲ ଅଟେ !ଆମେ ନିଃସହାୟ ହୋଇ ରହିଥିବା ଅବସ୍ଥାରେ ବାକ୍ୟ ଆମକୁ ମାର୍ଗ ଦେଖାଇବ !ଏବଂ ଜୀବନରେ ଆନନ୍ଦ ଦିଏ !ବାଇବଲକୁ ଆମ ହସ୍ତରେ ନୁହେଁ, ଆମ ହୃଦୟରେ ରଖିବା, ଆମ ଜୀବନକୁ ପ୍ରକାଶିତ କରିବା !ହାଲ୍ଲେଲୁ୍ୟା !
- ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ :-
ଉଜ୍ଜିବ ଆଶା କରୁଥିବା ସମାବେଶରେ ଅଂଶଗ୍ରହଣ କରିଥିବା ଲୋକେ ପ୍ରଭୁଙ୍କର ନିମନ୍ତେ କିଛି କରିବାକୁ ପରିବର୍ତ୍ତନ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.