Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-11-2022 (Youth Special)
Share:

By Village Missionary Movement

Sunday, 20-Nov-2022

ଆଜିର ବାକ୍ୟ (Oriya) 21-11-2022 (Youth Special)

 

ପଡିଲେ ମଧ୍ୟ ଉଠିବି

 

”...ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ।“ - ଗୀତସଂହିତା 32:5

 

ପାପ ପଙ୍କରେ ପତିତ ହୋଇଥିଲେ ମଧ୍ୟ ପ୍ରଭୁଙ୍କର ହସ୍ତରେ ବ୍ୟବହୃତ ହୋଇ ଖଡ୍ଗ ସଦୃଶ୍ୟ ଜୀବନଯାପନ କରିପାରିବା, ଏହାର ଉଦାହରଣ ହେଉଛି ରାହାଵ !ଏହି ରାହାଵ କିଏ ? ଯିରୀହୋ ନଗରରେ ସୁଖୀ ଭାବେ ଜୀବନଯାପନ କରି ଆସୁଥିବା ଜଣେ ବେଶ୍ୟା ଅଟଇ ବୋଲି ପବିତ୍ର ବାଇବଲ ଆମକୁ ପରିଚିତ କରାଉଛି !ଯୌବନ ସମୟରେ ତାହାର ଇଚ୍ଛାରେ ଜୀବନଯାପନ କରି, ସମସ୍ତେ ଦେଖି ଅବମାନନା କଲା ପାପ ରାହାଵ କଲା !ଇଶ୍ରାଏଲ ଲୋକଙ୍କୁ କଡ଼ାଇ ଆଣିଥିବା ଯିହୋଶୂୟ ଯିରୀହୋ ନଗରକୁ ନିରୀକ୍ଷଣ କରିବାକୁ ଦୁଇ ଜଣ ମନୁଷ୍ୟକୁ ପଠାଇଲା !ସେମାନେ ଏହି ରାହାଵଙ୍କ ଗୃହକୁ ଯିବେ !ଏହି ଘଟଣା ଯିରୀହୋର ରାଜା ଜାଣିବା ଦ୍ଵାରା ମଣିଷ୍ୟମାନଙ୍କୁ ପଠାଇ ବିଚାର କରିବ !ରାହାଵ ସେମାନଙ୍କୁ ସମର୍ପଣ ନ କରି ଲୁଚାଇ ରଖି ସୁରକ୍ଷା କଲା !ତୁମ୍ଭ ସଦାପ୍ରଭୁ ପରମେଶ୍ୱର ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳର ପରମେଶ୍ୱର ଅଟନ୍ତି ବୋଲି ପ୍ରଭୁଙ୍କର ଠାରେ ଅବଶୋଷର ରାହାଵ ସଦୃଶ୍ୟ ପରିବର୍ତ୍ତନ ହେଲା !ବିଭିନ୍ନ ପ୍ରକାର ଅଦଭୂତ ଗୁଡିକ ମନରେ ରଖି ସତ୍ୟ ପରମେଶ୍ୱରଙ୍କୁ ପାଇଲା !

 

ଯିରୀହୋ ନଗର ବିନାଶ ହେଲେ ମଧ୍ୟ ଆମ ପରିବାରକୁ ନିଶ୍ଚିତ ରୂପେ ପରମେଶ୍ୱର ଉଦ୍ଧାର କରିବେ ବୋଲି କେବଳ ବିଶ୍ୱାସ ହିଁ ନ କରି ପାପର ଜୀବନକୁ ଘୃଣା କରି, ପବିତ୍ର ଜୀବନଯାପନ କରିବାକୁ ସାହାଯ୍ୟ କରିବେ ବୋଲି ଆଶା, ବିଶ୍ୱାସ ତାଙ୍କ ହୃଦୟରେ ରହିଥିଲା !ଯିରୀହୋ ନଗର ଭୁଶୁଡି ପଡିବା ବେଳେ ସେହି ନଗରରେ ଥିବା ରାହାଵଙ୍କ ଗୃହ ନ ଭୁଶୁଡି ଠିଆ ହୋଇଥିଲା !ତାହାଙ୍କୁ ବିଶ୍ୱାସ କରି ଆସି ଥିବା କୌଣସି ଲୋକଙ୍କୁ ଠେଲି ନ ଦେବା ପରମେଶ୍ୱର ରାହାଵଙ୍କ ଜୀବନରେ ନୂତନ କାର୍ଯ୍ୟ କରାଇଲେ !

 

ଏବ୍ରୀ :-11:31 ରେ ଥିବା ବିଶ୍ୱାସୀ ବୀରମାନଙ୍କ ଠାରେ ରାହାଵ ମଧ୍ୟ ସ୍ଥାନ ସଂଗ୍ରହ କଲା !କେବଳ ସେତିକି ହିଁ ନୁହେଁ ମାଥିଉ 1:5 ରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ବଂଶାବଳୀରେ ସ୍ଥାନ ସଂରକ୍ଷଣ କଲା !ଏହା କିପରି ସାଧ୍ୟ ହେଉଛି ? ଆରମ୍ଭରେ ରାହାଵ ପାପରେ ବୁଡି ଥିଲା, ଏହା ସତ୍ୟ ଅଟେ !କିନ୍ତୁ ପବିତ୍ର ପରମେଶ୍ୱରଙ୍କୁ ଜାଣିବା ପରେ ତାହାଙ୍କ ଜୀବନ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇ ଯୀଶୁଙ୍କୁ ଜନ୍ମ ଦେଇଥିବା ରାହାଵଙ୍କ ସଦୃଶ୍ୟ ବଦଳିଲା !

 

ପ୍ରିୟ ଯୌବନ ଗଣ, ତୁମ୍ଭ ଯୌବନରେ ପାପରେ ପତିତ ହୋଇ ଆଉ ଉଠି ନ ପାରି ସଂଗ୍ରାମ କରୁଛ କି ? ଯୀଶୁଙ୍କ ଆଡକୁ ଅନାଅ !ସେ ହିଁ ତୁମ୍ଭଙ୍କୁ ରକ୍ଷା କରିବେ !ପରମାକୁମାରୀଙ୍କ ଠାରେ ତୁମ୍ଭ ଜୀବନକୁ ସମର୍ପିତ କଲା ପରି ହେଲେ, ଅନେକଙ୍କ ସାକ୍ଷୀ ସଦୃଶ୍ୟ ତୁମ୍ଭଙ୍କୁ ବଦଳାଇ ତୁମ୍ଭଙ୍କୁ ବୃଦ୍ଧି କରିବାକୁ ସଦାପ୍ରଭୁ ଜାଗି ଅଛନ୍ତି !

- ଶ୍ରୀମତୀ ଯିବା ବିଜୟ

 

ପ୍ରାର୍ଥନା ଅନୁରୋଧ :-

ତାମିଲନାଡୁରେ ଆସନ୍ତା ବର୍ଷ ମେ ମାସ ଏକ ତାରିଖରେ ହେବାକୁ ଥିବା ଯୌବନ ସମାବେଶରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଯୌବନକୁ ସଦାପ୍ରଭୁ ମହିମାନ୍ୱିତ ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al