By Village Missionary Movement
Saturday, 19-Nov-2022ଆଜିର ବାକ୍ୟ (Oriya) 20-11-2022 (Kids Special)
ଯଖୀୟ ମାମୁଁ
“ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ ।“ - ପ୍ରକାଶିତ 3:20
ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ତୁମକୁ ବାଇବଲର କାହାଣୀ ବହୁତ ଇଚ୍ଛା ତ !ତୁମ ମାଆ କହି ଥିବତ !ସନଡେ ସ୍କୁଲ ଶିକ୍ଷକ ଦ୍ଵାରା ମଧ୍ୟ ଅନେକ ବାଇବଲ କାହାଣୀ ଶୁଣି ଥିବତ !ଆଜି ମଧ୍ୟ ବାଇବଲରେ ଥିବା ଯଖୀୟ ନାମକ ମାମୁଁଙ୍କ ବିଷୟରେ କାହାଣୀ ଶୁଣିବା କି ?
ଯିରୀହୋ ନାମରେ ବହୁତ ବଡ଼ ସହର ଥିଲା !ସେହି ସହରରେ ଯଖୀୟ ନାମକ ଜଣେ ଧନୀକ ଥିଲେ !ସେ ଜଣେ ସରକାରୀ କର୍ମଚାରୀ ଅଟେ !ତେଣୁକରି ଲୋକମାନେ କୁହାକୁହି ହେବା କଥା, ସହରରେ ଘଟୁଥିବା ସମସ୍ତ ଘଟଣା ସେ ଭଲ ରୂପେ ଜାଣି ପାରେ !ତଦ୍ରୁପ ସେ ଯୀଶୁବାପାଙ୍କ ବିଷୟରେ ମଧ୍ୟ ଶୁଣିବାକୁ ପାଇଲା !ଯଖୀୟ ମାମୁଁ ସହିତ ସମସ୍ତେ ଯୀଶୁଙ୍କ ବିଷୟରେ କହିଲେ !ସେଥିପାଇଁ ଯଖୀୟ ମାମୁଁଙ୍କୁ ଯୀଶୁବାପାଙ୍କୁ ଦେଖିବାକୁ ଇଚ୍ଛା ହେଲା !
ଦିନେ ଅନେକ ଲୋକ ଏକାଠି ହୋଇ ଦୋଳ ଭାବେ ଯିରୀହୋ ସହରକୁ ଆସିଲେ !ଯଖୀୟ ମାମୁଁ ପଚାରିଲା, କଣ ବିଷୟ ? ସେତେବେଳେ ସେଠାରେ ଥିବା ଲୋକମାନେ କହିଲେ , ଯୀଶୁବାପା ଏହି ସହରକୁ ଆସୁଛନ୍ତି !ଏହି ମାମୁଁଙ୍କର ଯୀଶୁବାପାଙ୍କୁ ଦେଖିବାକୁ ବହୁତ ଇଚ୍ଛା ଅଛି !କିନ୍ତୁ ଇଏ ଅତି ବାଙ୍ଗର ଥିବ !ସେଥିପାଇଁ ଲୋକଙ୍କ ଗହଳିରେ ଯୀଶୁଙ୍କୁ ଦେଖି ନ ପାରି କଣ କରିବାକୁ ପଡ଼ିବ ବୋଲି ଆଲୋଚନା କଲା !ଏହି ମାର୍ଗରେ ତ ଯୀଶୁବାପା ଆସିବେ, ତେଣୁକରି ମୁଁ ପୂର୍ବରୁ ଯାଇ ସେହି ମାର୍ଗରେଥିବା ଗୋଟିଏ ଡିମ୍ବିରି ଗଛରେ ଚଡି ବସିଥିବି ଭାବି,ଦୌଡ଼ିଯାଇ ସେହି ଡିମ୍ବିରି ଗଛରେ ଚଡି ବସିଲା !ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ଯଖୀୟ ମାମୁଁକୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ । ସଙ୍ଗେସଙ୍ଗେ ମୋ ନାମ ଯୀଶୁଙ୍କୁ କିପରି ଜଣା ଭାବି ଶୀଘ୍ର ଆନନ୍ଦରେ ଓହ୍ଲାଇ ଆସିଲେ ଯଖୀୟ ମାମୁଁ ।ଜଖିୟ ମାମୁଁ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।ଯୀଶୁବାପା ମଧ୍ୟ ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି ବୋଲି ବହୁତ ଖୁସି ହେଲେ !କଣ ପିଲାମାନେ, ତୁମେ ମଧ୍ୟ ଯୀଶୁଙ୍କ ସହିତ ମୋ ଗୃହକୁ ଆସ, କହି ହୃଦୟ ପୂର୍ବକ ପ୍ରାର୍ଥନା କରିବ କି ? ସେହିପରି ପ୍ରାର୍ଥନା କଲେ ତୁମ୍ଭେମାନେ ମଧ୍ୟ ଅତି ଆନନ୍ଦରେ ଥିବ !ଠିକ ଅଛି ତ !ଓକେ ପିଲାମାନେ ବାଇ !
- ଏ. ବିହୁଲା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.