By Village Missionary Movement
Wednesday, 16-Nov-2022ଆଜିର ବାକ୍ୟ (Oriya) 17-11-2022
ବସରେ ଶିଖିଥିବା ପାଠ
“ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମା କୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ ।“ - ଯାକୁବ 5:20
ମୁଁ ଦିନେ ବସରେ ଯାତ୍ରା କରୁଥିଲି !ଜାଗା ନ ଥିବା ଯୋଗୁ ବସର ପାହାଚ ଉପରେ ଠିଆ ହୋଇ, ସେହି ପାହାଚ ଉପରେ ମୋ ମୁଣାଟି ରଖିଲି !ତାହା ଧ୍ୟାନ କରିଥିବା ଜଣେ ଭଦ୍ରଲୋକଟି ମୋତେ ଡାକି କହିଲା, ତୁମ ମୁଣାକୁ ବସର ଭିତରେ ରଖ, ତାହା ତଳେ ପଡ଼ିଯିବ !ମୁଁ ତାକୁ ଏହା ପୂର୍ବରୁ କେବେ ଦେଖି ନାହିଁ !କିନ୍ତୁ ସେ କରିଥିବା କାର୍ଯ୍ୟ ଅଭିମାନ ପୂର୍ଣ୍ଣ ଅଟେ !ମୁଁ କିଏ ସେ ଜାଣି ନ ଥିଲେବି ତାହାଙ୍କ ସ୍ନେହ ମୋଠାରେ ଦେଖାହେଲା !ସଙ୍ଗେସଙ୍ଗେ ମୁଁ ଅନୁଭବ କଲି, ତାହା ହେଉଛି ମୋ ଚାରିପଟେ ବିନଷ୍ଟ ହେଉଥିବା ଆତ୍ମା ଗୁଡିକୁ ମୁଁ ଏହିପରି କିଛି କରୁଛି କି ବୋଲି ଆଲୋଚନା କଲି !
ଆଜି ମଧ୍ୟ ଆମ ଆଖି ସାମ୍ନାରେ କେତେ ଲୋକ ବିନଷ୍ଟ ହୋଇ ଯାଉଛନ୍ତି !ମଦ ପିଇବା, ବ୍ୟାବିଚାର, ବେଶ୍ୟାବୃତ୍ତି, ନିଶା ଏପରି ଅନେକ ପ୍ରକାର ପାପରେ ଛନ୍ଦି ହୋଇ ବିନାଶ ପଥେ ସିଧାସଳଖ ଯାଉଛନ୍ତି !ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ଆମ ଦୃଷ୍ଟି କିପରି ଅଛି ?ମୃତ୍ୟୁ ପର ଜୀବନ, ନ୍ୟାୟ ବିଚାର, ଅନନ୍ତ ଜୀବନ, ନର୍କ ଏହି ସବୁକୁ ଜାଣିଥିବା ଆମେ, ତାଙ୍କ ନିମନ୍ତେ କଣ କରୁଛୁ ? ସେମାନଙ୍କୁ ଉଦ୍ଧାର କରିବା ଉଚିତ ବୋଲି ଆଲୋଚନା ଆମ ଠାରେ ଅଛି କି ?
ଯୀଶୁଖ୍ରୀଷ୍ଟ ପୃଥିବୀରେ ଜୀବନଯାପନ କଲାବେଳେ ଏକ ଉପମା କହିଥିଲେ,ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ । ଘଟଣା ପରେପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ ।ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ । କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ !ହଁ ଏହି ଉପମା ଆମକୁ କହୁଥିବା ଅନ୍ୟ ଏକ ସତ୍ୟ ହେଉଛି ନିତ୍ୟ ମୃତ୍ୟୁ ମୁଖକୁ ଯାଉଥିବା ଲୋକଙ୍କ ପ୍ରତି ବିଚଳିତ ହୋଇ ତାହାଙ୍କ କ୍ଷତକୁ ପଟିବାନ୍ଧି ପ୍ରଭୁଙ୍କର ନିକଟକୁ କଡ଼ାଇ ନେବା ହିଁ ଆତ୍ମାର ରୋଜଗାର ଅଟେ !ତାହା କରିବା ଆମ ଦାୟିତ୍ୱ ଅଟେ !
ସେ କିଏ ମୁଁ ଜାଣି ନ ଥିବା ଜଣେ ଭଦ୍ର ଲୋକ ମୋ ଜିନିଷ ପ୍ରତି ଜାଗ୍ରତ କରିବା ହେଉଛି ଅଭିମାନ ବୋଲି ଆମେ କହିବା ବେଳେ, ଖ୍ରୀଷ୍ଟିଆନ ବୋଲି ଆମେ ନାମିତ ହୋଇଥିବା ଆମ ହୃଦୟରେ ଆତ୍ମାର ବୋଝ ନ ଥିବା କଣ ? ପ୍ରଭୁଙ୍କୁ ପ୍ରେମ କରୁଥିବା ଜଣେ ଲୋକ ଆତ୍ମା ରୋଜଗାର ନ କରି ରହି ପାରିବ ନାହିଁ !ସୁସମାଚାର ପ୍ରକାଶ କରିବା ଆମ ଦାୟିତ୍ୱ, ପ୍ରକାଶ ନ କଲେ ଆମକୁ ଶ୍ରମ ଅଟେ !ତେଣୁକରି ଆତ୍ମା ଗୁଡିକ ରୋଜଗାର କରିବା ନର୍କ ଜୀବନରୁ ଲୋକମାନଙ୍କୁ ଉଦ୍ଧାର କରି ଖ୍ରୀଷ୍ଟଙ୍କ ନିକଟକୁ ପହଞ୍ଚାଇବା !ହଲେଲୁ୍ୟା !
- ଭାଇ ବିଲିୟମସ
ପ୍ରାର୍ଥନା ଅନୁରୋଧ :-
ପ୍ରତ୍ୟେକ ଦିନ ଏକଶହ ସୁସମାଚାର ପତ୍ରିକା ଆମ ମିଶିନାରୀମାନେ ପହଞ୍ଚାଉଛନ୍ତି, ଏହା ପାଉଥିବା ବ୍ୟକ୍ତି ଯୀଶୁ ବାପାଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.