Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-11-2022 (Youth Special)
Share:

By Village Missionary Movement

Monday, 14-Nov-2022

ଆଜିର ବାକ୍ୟ (Oriya) 14-11-2022 (Youth Special)

 

ବିଶ୍ୱାସଯୁକ୍ତ ପ୍ରାର୍ଥନା

 

"ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ..." - ଯାକୁବ 5:15

 

ସେଲବମ ନାମକ ଜଣେ ଏଗାର ବର୍ଷ ଅନାଥ ବାଳକ ଥିଲା !ସେ ଅପରିଷ୍କାର ସାହିରେ ବାସ କରିବା ଦ୍ଵାରା,ସେ ଭୟଙ୍କର ରୋଗରେ ଆକ୍ରାନ୍ତ ହେଲା !ରୋଗଟି ଅତ୍ୟଧିକ ହେତୁ ଡାକ୍ତର କହିଲା,ତାଙ୍କ ଶରୀରର ଏକ ଅଙ୍ଗକୁ ଅସ୍ତ୍ରୋପ୍ରଚରା କଲେ ହିଁ ବଞ୍ଚିବ !ସେଲବମ ପ୍ରାର୍ଥନା ଅଭ୍ୟାସଗତ ଥିଲା, ସଦଗୁଣ ବାଳକ ଅଟଇ !ଡାକ୍ତରମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଲେ !ଚିକିତ୍ସା ପୂର୍ବରୁ ସେହି ବାଳକ କରିବା କାର୍ଯ୍ୟ ନୈପୁଣ୍ୟତାର ଏକ ମହାନ ବାଜି ଅଟେ ବୋଲି ଡାକ୍ତରମାନେ ଜାଣିବାକୁ ପାଇଲେ !ସେଲବମ ବିଶ୍ୱାସରେ ଆଣ୍ଠୁପାତି ପ୍ରାର୍ଥନା କଲା,"ପ୍ରଭୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସାହାଯ୍ୟ କର, ଆମେନ୍ !ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ (ପ୍ରଥମ କରନ୍ତିୟ :-2:4) ରେ ଲେଖା ଯାଇଥିବା ବାକ୍ୟଟି ଡାକ୍ତରଙ୍କ ଚିକିତ୍ସାକୁ ବିଜୟୀଭାବରେ ଶେଷ କରିବାକୁ କାରଣ ହେଲା !ସେଲବମଙ୍କ ବିଶ୍ୱାସଯୁକ୍ତ ପ୍ରାର୍ଥନା ହିଁ ଚିକିତ୍ସାକୁ ସମାପ୍ତି କଲା କହି ଡାକ୍ତରମାନେ ସଦାପ୍ରଭୁଙ୍କର ସ୍ତୁତି କଲେ !

 

ପବିତ୍ର ବାଇବଲରେ ମଧ୍ୟ ଦାନିଏଲ ନାମକ ପ୍ରାର୍ଥନା ବୀରଙ୍କ ବିଷୟରେ ଦେଖୁଅଛୁ !ରାଜାଙ୍କ ଆଜ୍ଞା ସର୍ବଦା ଆଣ୍ଠୁପାତି ପରମେଶ୍ୱରଙ୍କ ପ୍ରାର୍ଥନା କର, ତାହାଙ୍କ ସ୍ତୁତି କର !ଦାନିଏଲଙ୍କୁ ସିଂହ ଗର୍ତ୍ତରେ ପକାର ଦିଆଗଲେ ମଧ୍ୟ କୌଣସି କ୍ଷତି ନ ହୋଇ ମୁକ୍ତି ପାଇଲା !କାହିଁକିନା ଦାନିଏଲ ପ୍ରତ୍ୟେକ ଦିନ ସ୍ତୁତି କରୁଥିବା ପରମେଶ୍ୱର ହିଁ ତାହାକୁ ଉଦ୍ଧାର କଲା ବୋଲି ରାଜା ସାକ୍ଷୀ ଦେଲା !

 

ପ୍ରିୟ ବନ୍ଧୁଗଣ, ଏହା ପଡ଼ୁ ଥିବା ତୁମ୍ଭ ଠାରେ କେମିତିକା ବିଶ୍ୱାସ ଅଛି ? ସମସ୍ତ ବିଷୟରେ ତାଙ୍କୁ ହିଁ ଭରସା କରି, ତାଙ୍କ ପ୍ରତି ବିଶ୍ୱାସ ରଖିଲୁ କି ? ଅବା ପ୍ରଭୁଙ୍କୁ ଏବଂ ମୋତେ କୌଣସି ସମ୍ପର୍କ ନାହିଁ କହି, ଏହା ହୁଏ ନାହିଁ, ଏହା ଘଟିବା ଅସମ୍ଭବ ବୋଲି ଅବିଶ୍ୱାସୀ ସଦୃଶ୍ୟ ରହିଛୁ ? ଆଲୋଚନା କରିକି ଦେଖିବା, ସେଲବମଙ୍କ ସଦୃଶ୍ୟ ଆମେ ମଧ୍ୟ ପ୍ରଭୁଙ୍କ ପ୍ରତି ରଖିଥିବା ବିଶ୍ୱାସକୁ ଅନ୍ୟକୁ ପରୋସିବା, ବିଶ୍ୱାସର ଶକ୍ତିରେ ଆନନ୍ଦିତ ହେବା !ହାଲେଲୁ୍ୟା !

- ଶ୍ରୀମତୀ ଜସ୍ମିନ ପାଉଲ

 

ପ୍ରାର୍ଥନା ଅନୁରୋଧ:-

ଗ୍ରାମଗୁଡିକରେ ଟିଉସନ କେନ୍ଦ୍ର ମାଧ୍ୟମରେ କରାଯାଉଥିବା ପ୍ରତ୍ୟେକ ଛୋଟ ପିଲାମାନେ ପ୍ରଭୁଙ୍କର ପ୍ରେମକୁ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet