Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-11-2022
Share:

By Village Missionary Movement

Saturday, 12-Nov-2022

ଆଜିର ବାକ୍ୟ (Oriya) 12-11-2022

 

ଅଭିଶାପ 

 

“ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି।“ - ହିତୋପଦେଶ 3:33

       

ପ୍ରାୟ କୋଡିଏ ବର୍ଷ ପୂର୍ବେ ଜଣେ ବୃଦ୍ଧା ଖ୍ରୀଷ୍ଟିଆନ ମାଆ ଜଣେ ସେବକକୁ ପ୍ରାର୍ଥନା ନିମନ୍ତେ ଗୃହକୁ ଆହ୍ୱାନ କଲା !ସନ୍ଧ୍ୟା ସାତ ଘଣ୍ଟା ସମୟରେ ସେ ସେବକ ପ୍ରାର୍ଥନା କରିବାକୁ ଗଲା !ସେହି ମାଆଙ୍କ ଆଗଛମାରେ ଏକ ବଡ଼ ମିଠା ଦୋକାନ ଥାଏ !ତାପରେ ସେ ଗୋଟିଏ ବଖରାରେ ଥିବା ଖଟରେ ଜଣେ ଯୁବକ ବାଳକକୁ ବାନ୍ଧି ରଖିଥିବା ଦେଖିଲା !ସେହି ବାଳକର ମୁହଁ ସାରା ନିଶଦାଢ଼ି, ଛିଣ୍ଡା ପୋଷାକରେ ପାଗଳ ଲୋକ ସଦୃଶ୍ୟ ଅଛି !ତାପରେ ଆଉ ଏକ ବଖରାର କବାଟ ଖୋଲିଲେ, ସେଠାରେ ବଧିର ବାଳିକାକୁ ଦେଖିଲା !ସେହି ମାଆ ଲୁହ ଝରାଇ କହିଲା, ମୋ ବୟସ ପ୍ରାୟ ଷାଠିଏ ବର୍ଷରୁ ଉର୍ଦ୍ଧ ହୋଇଗଲାଣି !ମୋ ପରେ କିଏ ଏହି ପିଲାଙ୍କୁ ଦେଖାସାକ୍ଷାତ କରିବେ ? ଆମର ଗୃହ, ଦୋକାନ, ଟଙ୍କାପଇସା, ଧନସମ୍ପତି ସବୁକିଛି ଅଛି !କିନ୍ତୁ ଆନନ୍ଦ ଓ ଶାନ୍ତି ନାହିଁ !ଆମେ କରିଥିବା ପାପ କି ଅଭିଶାପ ମୁଁ ଜାଣିନି !ପ୍ରତ୍ୟେକ ଦିନ ନର୍କ ଦେଖୁଛି !ତୁମ୍ଭେ ଆମ୍ଭ ନିମନ୍ତେ ପ୍ରାର୍ଥନା କର, କହିଲା !ସେହି ସେବକ ପ୍ରାର୍ଥନା କରି ଫେରି ଆସି, ଅନ୍ୟ ଦାସଙ୍କ ସହ ସମସ୍ତ ଘଟଣାଟି କହିବା ବେଳେ, ସେହି ଦାସଟି କହିଲା, ଭାଇ ଏହା ଏକ ଅଭିଶାପ ଅଟେ !

 

ଅଭିଶାପ କହିଲେ କଣ ? ଅଭିଶାପର ଅର୍ଥ " ଯେଉଁ ପାପ କ୍ଷମା ହୁଏ ନାହିଁ ଏବଂ ସଦାପ୍ରଭୁଙ୍କର କ୍ରୋଧ ଅଟେ" !ଅର୍ଥାତ ଆମେ କରିଥିବା ପାପ ଗୁଡିକ, ଆମେ ଜୀବନରେ ବଞ୍ଚି ଥିବା ବେଳେ ହିଁ ପ୍ରଭୁଙ୍କର ଠାରେ କ୍ଷମା ମାଗିବା ଉଚିତ !ଯଦି କ୍ଷମା ମାଗିବା ନାହିଁ, ତେବେ ତାହା ତାଙ୍କ ସନ୍ତାନମାନଙ୍କୁ ଅଭିଶାପ ସଦୃଶ୍ୟ ବଦଳି ଯିବ !ପବିତ୍ର ବାଇବଲ ଯାତ୍ରା ପୁସ୍ତକ :34:7 ରେ ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞା-ଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ରପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା।”ବୋଲି ମୋଶାଙ୍କ ଦ୍ଵାରା ଇଶ୍ରାଏଲମାନଙ୍କୁ ପ୍ରକାଶିତ କରାଯାଇଛି !ଦ୍ୱିତୀୟ ବିବରଣୀ :-11:26 ରେ ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି ବୋଲି ଲେଖା ହୋଇଛି !ଆମେ କଣ ପାଉଛୁ !ଯଦି ଆମେ ପାପରେ ଦୁର୍ମାର୍ଗରେ ଜୀବନଯାପନ କଲାବେଳେ, ଅଭିଶାପ ଆମ ଗୃହକୁ ଅକ୍ତିଆର କରେ !ଆମେ ଆମର ସନ୍ତାନ ନିମନ୍ତେ ଧନ ସଞ୍ଚୟ କରୁଛୁ କି ନାହିଁ ମାତ୍ର ଅଭିଶାପ ଆଣିବା ଉଚିତ ନୁହେଁ !

 

ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ଥିବା ଅଭିଶାପ ବଦଳାଇବାକୁ ଯୀଶୁଖ୍ରୀଷ୍ଟ ଅଭିଶାପର ଚି଼ହ୍ନ ସଦୃଶ୍ୟ ବଳି ହେଲେ !ତାହାଙ୍କ ମସ୍ତକରେ କଣ୍ଟାର ମୁକୁଟ ଲଗାଇ ଦିଆଗଲା !ସେହି କଣ୍ଟା ଅଭିଶାପକୁ ସୂଚାଉଛି !ଆମ ପରିବାରରେ ଅଭିଶାପ ଥିଲା ପରିହେଲେ ଆମ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଠାରେ କ୍ଷମା ମାଗି, ତାହାଙ୍କ ରକ୍ତ ଦ୍ଵାରା ଧୌତ ହେବା ବେଳେ, ଅଭିଶାପ ବିଲୋପ ହେବ !ଯେକୌଣସି ପ୍ରକାର ଅଭିଶାପରୁ ମଧ୍ୟ ସଦାପ୍ରଭୁ ତୁମ୍ଭଙ୍କୁ ମୁକ୍ତ କରିବେ !ତାହାଙ୍କ କୃଶ ଆଡକୁ ଅନାଅ ନିଶ୍ଚୟ ମୁକ୍ତି ହେବ !ଆମେନ୍ !

- ଭାଇ ବର୍ଣବସ 

 

ପ୍ରାର୍ଥନା ଅନୁରୋଧ :-

ଯୌବନ ବାଳିକା ଯୀଶୁଙ୍କ ନିମନ୍ତେ ନାମକ ପ୍ରାର୍ଥନାରେ ଅଂଶଗ୍ରହଣ କରୁଥିବା ପିଲାମାନଙ୍କ ଭବିଷ୍ୟତ ଆଶୀର୍ବାଦ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al