Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-11-2022
Share:

By Village Missionary Movement

Thursday, 10-Nov-2022

ଆଜିର ବାକ୍ୟ (Oriya) 11-11-2022

 

ପରିଶ୍ରମର ସଠିକ ଫଳ 

 

“ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ।“ - କରିନ୍ଥୀୟ 15:58

 

ଦିନେ ରବିବାର ଆରାଧନା ଆରମ୍ଭ ପୂର୍ବରୁ ସେହି ମଣ୍ଡଳୀର ମୁଖ୍ୟ ପାଳକ ବୃଦ୍ଧକୁ ଦେଖି କହିଲା, ପାଳକ ତୁମ୍ଭ ସେଵାକାର୍ଯ୍ୟରେ କିଛି ଦୋଷତ୍ରୁଟି ଅଛି !ଏହି ବର୍ଷ ଏହି ମଣ୍ଡଳୀକୁ କେବଳ ଜଣେ ମାତ୍ର ଆସିଲା !ସେଥିରେ ସେ ଜଣେ ଛୋଟ ବାଳକ ବୋଲି କଷ୍ଟ ଦେଲା ପରି କଥା କହିଲା !

 

ସେ ଦିନ ପାଳକ ଭଗ୍ନମନରେ ତାଙ୍କ ମଣ୍ଡଳୀର ବିଶ୍ୱାସୀଙ୍କୁ ବାକ୍ୟ ପ୍ରଧାନ କଲା !ଆରାଧନା ସମାପ୍ତି ହେଲା !ସେ ସେବାକାର୍ଯ୍ୟ ପରିତ୍ୟାଗ କରିବାକୁ ମନସ୍ତ ହେଲା !ସମସ୍ତେ ଚାଲିଯିବା ପରେ ନୂତନ ଭାବେ ଆସି ଥିବା ସେହି ଛୋଟ ବାଳକ ପାଳକ ନିକଟକୁ ଆସି ପଚାରିଲା, ମୁଁ ଅତି କଷ୍ଟରେ ପାଠପଢି ଗୋଟିଏ ପାଳକ ଅବା ପ୍ରଚାରକ ଭାବେ ରହି ପାରିବି କି ? ପାଳକ ଲୁହଭରା ଆଖିରେ ସେହି ଛୋଟ ବାଳକକୁ ଦେଖି କହିଲା, ରବଟ ପ୍ରଭୁଙ୍କର ହସ୍ତ ମୁଁ ଏବେ ହିଁ ଦେଖିଲି !ତୁମ୍ଭଙ୍କୁ ସଦାପ୍ରଭୁ ଆଶୀର୍ବାଦ କରନ୍ତୁ !ହଁ ତୁମ୍ଭେ ଜଣେ ପାଳକ ହେବ !

 

ଅନେକ ବର୍ଷ ପରେ ବୃଦ୍ଧ ହୋଇଥିବା ଜଣେ ପ୍ରଚାରକ ଆଫ୍ରିକା ଠାରୁ ଲଣ୍ଡନ ଆସିଲା !ତାଙ୍କ ବିଷୟରେ ଲୋକମାନେ ଏମିତି କଥା ହେଲେ !ଆଫ୍ରିକାର ସର୍ବଦା ଘୋର ସ୍ବଦେଶ ନେତାମାନେ ତାଙ୍କ ଅଧିନସ୍ଥ ଅନେକ ଆତ୍ମାକୁ ମଣ୍ଡଳୀରେ ଅନ୍ତର୍ଭୁକ୍ତ କଲେ !ତାହାଙ୍କ ନାମ ରବଟ ମଫଟ ଅଟେ !ଅନେକ ବର୍ଷ ପୂର୍ବେ ସ୍କଟଲାଣ୍ଡର ଏକ ରବିବାର ଆରାଧନାରେ ସେହି ପାଳକଙ୍କ ସହିତ କଥା ହୋଇଥିବା ସେହି ଛୋଟ ବାଳକ ହିଁ ଏହି ରବଟ ମଫଟ ଅଟେ ବୋଲି କଥପତନ ହେଲେ !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ନିମନ୍ତେ ପରିଶ୍ରମ କରି ସେବା କରି ହାଲିଆ ହୋଇ ଯାଇଅଛ କି ? ତୁମ୍ଭ ପରିଶ୍ରମକୁ କାର୍ଯ୍ୟକୁ ଅଭୁଲା ପରମେଶ୍ୱର ଆମ ପ୍ରଭୁଯୀଶୁଖ୍ରୀଷ୍ଟ ଅଟନ୍ତି !ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ (ମାଥିଉ :-10:42)ରେ ଲେଖା ହୋଇଛି !ଆମେ କରୁଥିବା କାର୍ଯ୍ୟରେ ସଙ୍ଗେ ସଙ୍ଗେ ମହାନ ସଫଳତା ହୋଇ ନ ପାରେ !ଅବା ଅନ୍ୟମାନଙ୍କ ଦୃଷ୍ଟିରେ ଆମେ କ୍ଷୁଦ୍ର ହୋଇ ଥାଇ ପାରୁ !ଏହି ସବୁ ଦେଖି କୁଟିଳ ହେବା ଉଚିତ ନୁହେଁ !ବୁଣିବାକୁ ବିହନ,ଭୋଜନ କରିବାକୁ ଖାଦ୍ୟ ଦୟା କରୁଥିବା ପରମେଶ୍ୱର ତୁମ୍ଭଙ୍କୁ ବିହନ ଦୟା କରି ବିସ୍ତାରିତ କରି ତୁମ୍ଭେ ପ୍ରତ୍ୟେକ ବିଷୟରେ ପୂର୍ଣ୍ଣ ମନରେ ଭାଗ୍ୟବାନ ହେବାକୁ, ତୁମ୍ଭଙ୍କୁ ଉତ୍ତମ ଫଳ ଦିଆଯିବ ବାକ୍ୟ ଅନୁସାରେ ପ୍ରଭୁ ତୁମ୍ଭଙ୍କୁ ଅଭାବ ନ କରି କଢାଇ ନେବ !ବିଶ୍ୱାସ କରନ୍ତୁ,ତୁମେ ଭଲ ଅମଳ ଦେଖିବ !ସଫଳତା ପାଇବ !ପରମେଶ୍ୱର ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ !ଆମେନ୍ !

- ପି ଜେକାଵ ଶଙ୍କର 

 

ପ୍ରାର୍ଥନା ଅନୁରୋଧ :-

ଯୌବନ ବାଳକମାନଙ୍କ ନିମନ୍ତେ ତାମିଲିରେ "ଯିହୋସୂୟ ଉଠ "ନାମକ ପତ୍ରିକା ଅନେକଙ୍କୁ ଉପକୃତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al