Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-11-2022
Share:

By Village Missionary Movement

Monday, 07-Nov-2022

ଆଜିର ବାକ୍ୟ (Oriya) 08-11-2022

 

ଆମ୍ଭେମାନେ 

 

“ଆହେ, ମୋ’ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର, ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ।“ - ଗୀତସଂହିତା 34:3

 

ଜଣେ ଆନ୍ଥ୍ରୋପୋଲୋଜି ଆଫ୍ରିକା ଆଦିବାସୀ ବାଳକ ମାନଙ୍କ ନିମନ୍ତେ ଏକ ପ୍ରତିଯୋଗିତା ପ୍ରସ୍ତୁତ କଲା !ଗୋଟିଏ ଚାଙ୍ଗୁଡ଼ିରେ ଫଳ ପୂର୍ଣ୍ଣ କରି, ତାହାକୁ ଗୋଟିଏ ଗଛ ତଳେ ରଖି, ସେଠାରୁ ଗୋଟିଏ ଏକଶହ ମିଟର ଦୂରରେ ସେହି ବାଳକମାନଙ୍କୁ ଠିଆ କରାଇଲା !କିଏ ପ୍ରଥମେ ସେହି ଗଛକୁ ଛୁଇବ ତାହାକୁ ସବୁ ଫଳ ଉପହାର ରୂପେ ଦିଆ ଯିବ କହିଲେ !ପ୍ରସ୍ତୁତ ହୋଇଥିବା ବାଳକମାନଙ୍କୁ ବିଶିଳ ଦିଆ ଗଲା !ସେମାନେ ସମସ୍ତେ ଜଣକ ହାତକୁ ଜଣେ ଧରି ଏକାଥରକେ ସେହି ଗଛକୁ ଛୁଇ, ସେହି ଫଳକୁ ବଣ୍ଟନ କରି ଖାଉଥାନ୍ତି !ଏହି ଘଟଣାକୁ ଦେଖି ଆଚର୍ଯ୍ୟ ହୋଇଯାଇ ଥିବା ଆନ୍ଥ୍ରୋପୋଲୋଜି ପଚାରିଲା, କାହିଁକି ଏମିତି କଲ ? ତାହାଙ୍କୁ ଏକାଥରକେ ସମସ୍ତେ ମିଶିକି କହିଲେ, "ଉବୁଣ୍ଟୁ" !ଉବୁଣ୍ଟୁ କହିଲେ 'ମୁଁ ମାନେ ତାହା ମୁଁ ନୁହେଁ ତାହାର ଅର୍ଥ 'ଆମ୍ଭେମାନେ' ଅଟୁ !ଆଉ ସେମାନେ କହିଲେ, ଅନ୍ୟମାନେ କଷ୍ଟ ପାଉଥିବା ବେଳେ କେବଳ ଜଣେ ମାତ୍ର କିପରି ଆନନ୍ଦିତ ହେବ ? 

 

ଜେରୁଶଲମରୁ ବାବିଲକୁ କିଛି ଯୁବକ ମାନଙ୍କୁ ଦାସତ୍ଵରେ ଅଣାଗଲା !ସେଥିରେ ଦାନିୟେଲ, ଶଦ୍ରକ୍‍, ଅବେଦ୍‍ନଗୋ ମୈଶକ୍‍ ଏହି ଚାରିଜଣ ସେମାନେ ଖାଇବା ଖାଦ୍ୟରେ ମଧ୍ୟ ଅପବିତ୍ର ହେବା ଉଚିତ ନୁହେଁ ବୋଲି ଏକତାରେ ନପୁଂସକାଧିପତିଙ୍କୁ ନିବେଦନ କଲେ !ଏମାନଙ୍କ ନିମନ୍ତେ ଅଲଗା ଭୋଜନ ଦିଆଗଲା !କେବଳ ସେତିକି ନୁହେଁ ନବୂଖଦ୍‍ନିତ୍ସରକୁ ଆସିଥିବା ସ୍ବପ୍ନ ଏବଂ ତାହାର ଭାବ ନ କହିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଆଜ୍ଞା କଲାବେଳେ, ଦାନିୟେଲ ତାଙ୍କ ବନ୍ଧୁମାନଙ୍କ ସହ ମିଶିକି ପରମେଶ୍ୱରଙ୍କ ଦୟା ନିମନ୍ତେ ପ୍ରାର୍ଥନା କଲେ !ଆମ୍ଭ ପରମେଶ୍ୱର ସ୍ବପ୍ନକୁ ଏବଂ ତାହାର ଅର୍ଥକୁ ଦାନିୟେଲଙ୍କୁ ଜଣାଇ ଦିଆଗଲା !ରାଜାଙ୍କ ଠାରେ ସେ ଦେଖିଥିବା ସ୍ବପ୍ନକୁ ଏବଂ ତାହାର ଭାବକୁ କହିବା ବେଳେ, ଦାନିୟେଲଙ୍କୁ ଅନେକ ମହାନ ଦାନ ଦେଇ ତାହାଙ୍କୁ ଅଧିପତିରୂପେ ପ୍ରଧାନ ଭାବେ ନିଯୁକ୍ତି କଲେ !ଦାନିୟେଲ ରାଜାଙ୍କ ଠାରେ ନିବେଦନ କରିବା ଦ୍ଵାରା ତାଙ୍କ ବନ୍ଧୁମାନେ ମଧ୍ୟ ତାହାଙ୍କ ସହ ବୃଦ୍ଧି ହେଲେ !

 

ହଁ ପ୍ରିୟ ବନ୍ଧୁଗଣ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର (ଗୀତସଂହିତା :-133:1), 

ଧର୍ମପରାୟଣତା ସହିତ ଭ୍ରାତୃସ୍ନେହ, ପୁଣି, ଭ୍ରାତୃସ୍ନେହ ସହିତ ପ୍ରେମ ଯୋଗ କର (1ମ ପିତର :-1:7), ଲେଖା ହୋଇଛି !ଭାଇମାନଙ୍କ ମଧ୍ୟରେ ଅବା ଆମ ଚାରିପଟେ ଥିବା ଲୋକଙ୍କ ମଧ୍ୟରେ କୌଣସି ଵିଵାଦ ସୃଷ୍ଟି ହେଲା ପରି ହେଲେ କେବଳ ପ୍ରେମକୁ ହିଁ ଅସ୍ତ୍ର କରନ୍ତୁ !ମନ୍ଦକୁ ଭଲରେ ବିଜୟୀ ହୁଅ !ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ ।ତେଣୁକରି ଆମେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ ପ୍ରତିଫଳନ

କରିବା !ଆମେନ୍ !

- ଶ୍ରୀମତୀ ମଂଜୁଲା 

 

ପ୍ରାର୍ଥନା ଅନୁରୋଧ :-

ମିଡ଼ିଆ ସେବାକୁ ଆବଶ୍ୟକ ହେଉଥିବା ଲେପଟପ, କ୍ୟାମେରା,ଲାଇଟସ କ୍ରୟ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş