Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-11-2022 (Youth Special)
Share:

By Village Missionary Movement

Sunday, 06-Nov-2022

ଆଜିର ବାକ୍ୟ (Oriya) 07-11-2022 (Youth Special)

 

ଡେଣାର ଛାୟା 

 

“ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।“ - ଗୀତସଂହିତା 91:4

 

ଗୋଟିଏ ଗୃହ ପଡ଼ିଶା ବଗିଚାରେ ଛୋଟଛୋଟ କୁକୁଡ଼ା ଛୁଆଁ ଗୁଡିକ ମାଟିରେ ଥିବା ଛୋଟଛୋଟ ପୋକ ଗୁଡିକ ଖାଉ ଥାନ୍ତି !ହଠାତରେ ମାଆକୁକୁଡ଼ା ଶବ୍ଦ କରିବାରୁ କୁକୁଡ଼ା ଛୁଆଁ ଗୁଡିକ ଯଥାଶୀଘ୍ର ଆସି ମାଆଙ୍କ ଡେଣାରେ ଲୁଚିଗଲେ !ଏହା ଧ୍ୟାନ କରିଥିବା ଜଣେ କଣ କାରଣ ଜାଣିବାକୁ ଚାରିପଟେ ଦେଖିଲା !ସେତେବେଳେ ଜାଣିଲା କି ଗୋଟିଏ ଚିଲ କୁକୁଡ଼ା ଛୁଆଁ ଗୁଡିକୁ ନେବା ନିମନ୍ତେ ଆକାଶରେ ଉଡ଼ୁଛି !ଲୋକଟି ମାଆ କୁକୁଡ଼ାର ପ୍ରେମ, ଆବେଗକୁ ଦେଖି ଆଚର୍ଯ୍ୟ ହୋଇଗଲା !

 

ପ୍ରିୟ ଯୌବନ ଗଣ, ଆମେ ମଧ୍ୟ ସଂରକ୍ଷଣ ନ ଥିବା ଜଗତରେ ଜୀବନଯାପନ କରୁଛୁ !ବିରୋଧୀ ଶଇତାନ କାହାକୁ ଗିଳି ଦେବି ବୋଲି ସନ୍ଧାନ କରି ଘୁରିବୁଲୁଚି !ଶଇତାନର ମିଛ, ପାପର ସଂଗ୍ରାମ, ବେଦନାରୁ ଖସିବାକୁ, ଆମ୍ଭମାନଙ୍କୁ କେବଳ ଗୋଟିଏ ମାତ୍ର ସ୍ଥାନ ପ୍ରଭୁଙ୍କର ଡେଣାର ଛାଇ !ଶଇତାନର ସବୁ ମିଛରୁ ଖସିବାକୁ ଆମକୁ ଆଶ୍ରୟ ଓ ଉତ୍ତମ ସ୍ଥାନ କେବଳ ତାହାଙ୍କ ସାନିଧ୍ୟ ଅଟେ !ଏହି ଦୁଷ୍ଟତା ଜଗତର ପାପରୁ ମୁକୁଳିବାକୁ ହେଲେ, ତାହାଙ୍କ ପ୍ରସ୍ନନତା ନିକଟକୁ ଆସିବା ଉଚିତ !ଦୁଷ୍ଟ ସାଙ୍ଗସାଥୀଙ୍କ ଆଲୋଚନାରୁ ଦୂରେଇ ଯିବାକୁ, ତାହାଙ୍କ ପବିତ୍ର ବାଇବଲର ବାକ୍ୟ ହିଁ ଆମକୁ ସଂରକ୍ଷଣ ଅଟେ !ପ୍ରଭୁ ଏବଂ ତାହାଙ୍କ ବାକ୍ୟ ଯଦି ଆମ ଠାରେ ନ ଥିଲେ ତାହା ସଂରକ୍ଷଣ ବିହୀନ ଜୀବନ ହେବ !

 

ଏହାକୁ ଉତ୍ତମ ରୂପେ ଗ୍ରହଣ କରିଗୀତିକାରକ ଗୀତସଂହିତା 91 ଅଧ୍ୟାୟରେ ପ୍ରଭୁଙ୍କର ଠାରୁ ଆସୁଥିବା ସଂରକ୍ଷଣକୁ ଆଚର୍ଯ୍ୟ ଭାବେ ଆନନ୍ଦରେ ଲେଖୁଛି !ସର୍ବଶକ୍ତିମାନଙ୍କ ଦୁର୍ଗ, ତାହାଙ୍କ ଛାୟା, ତାହାଙ୍କ ଡେଣା, ସେ ହିଁ ଆଶ୍ରୟ, ଦୂତଗଣଙ୍କୁ ଆଜ୍ଞା, ଉର୍ନ୍ନତିର ଦୁର୍ଗ କହି ଏମିତି ପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବା ମାର୍ଗ ଗୁଡିକ ଜାଣି ଅନୁଭବ କରି ଲେଖୁଛନ୍ତି !ହଁ ଯୌବନ ଗଣ ସଦାପ୍ରଭୁ ଆମକୁ ଦେଉଥିବା କେବଳ ଶାରୀରିକ ସଂରକ୍ଷଣ ହିଁ ନୁହେଁ ଆମ୍ଭ ଆତ୍ମୀୟ ମନୁଷ୍ୟର ଅମୃତମୟ ଜୀବନ !ସଂରକ୍ଷଣ, ବୃଦ୍ଧି ସବୁକିଛି ତାହାଙ୍କ ଠାରେ ଭରି ରହିଛି !ତେଣୁକରି ଏହି ପାପ ଜଗତରେ ତାହାଙ୍କ ଡେଣା ତଳେ ଆଶ୍ରୟ ପାଇ ସଂରକ୍ଷଣକୁ ଅନୁଭବ କରନ୍ତୁ !ହାଲେଲୁୟା !

- ଶ୍ରୀମତୀ ଦିବ୍ୟା ବେରନାଦ 

 

ପ୍ରାର୍ଥନା ଅନୁରୋଧ :-

ଯୌବନ ମାନଙ୍କ ନିମନ୍ତେ ହେଉଥିବା ସମାବେଶରେ ବାକ୍ୟ ପରଷୁ ଥିବା ପ୍ରଭୁଙ୍କର ଦାସ ମାନଙ୍କୁ ପ୍ରଭୁ ମହିମାନ୍ୱିତ ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş