By Village Missionary Movement
Friday, 04-Nov-2022ଆଜିର ବାକ୍ୟ (Oriya) 05-11-2022
ନୀରବତାରୁ ଆସୁଥିବା ଆଶୀର୍ବାଦ
“କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି,... ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,!” - ମାଥିଉ 5:44
ତରଙ୍ଗମବାଡିର ଜଣେ ଗରିବ ବିଧବାକୁ ନ୍ୟାୟ ଦେବା ନିମନ୍ତେ ଇଚ୍ଛା ହୋଇ ସିଗାନଙ୍କ ପ୍ରତି ହାସିଏସ ରାଗିଲା !ସିଗାନର ମିଶିନାରୀ ସ୍ଥାପନ କରିବା ଉତ୍ସାହିତକୁ ରଖି, ସେବାକାର୍ଯ୍ୟକୁ ପରିତ୍ୟାଗ କରି ପଛକୁ ଚାଲିଯିବାକୁ କରିବା ଆଲୋଚନାରେ ତାଙ୍କୁ ତାଙ୍କୁ ଅନେକ ପ୍ରକାର ଘୃଣାର ଲକ୍ଷ୍ୟ କଲା !କୌଣସି କାରଣ ନ ଥିବା ସର୍ବଦା ଅଳ୍ପ କାର୍ଯ୍ୟ ନିମନ୍ତେ ବାହାନା କରି 1708 ମସିହା ନଭେମ୍ବର ମାସରେ ଜଣେ ବନ୍ଧୁକ ଧାରୀ ପୋଲିସ ସିଗାନଙ୍କ ଗୃହରେ ପ୍ରବେଶ କରି ପ୍ରାର୍ଥନା କରୁଥିବା ସିଗାନଙ୍କୁ ବାନ୍ଧି କରି ରାଜ୍ୟପାଳଙ୍କ ସମ୍ମୁଖରେ ଠିଆ କରାଇଲା !ମିଥ୍ୟା ସାକ୍ଷ୍ୟ ହେତୁ ସିଗାନ କାରାଗାରରେ ବନ୍ଦୀ ହେଲା !ତାଙ୍କୁ ମାଡ଼ମାରି କୁକୁର କହି ଗାଳିଗୁଲଜ କଲେ !କେବଳ ସେତିକିରେ ତୃପ୍ତି ନ ହୋଇ କରଡ଼ାରେ ଆଘାତ କରିବି ବୋଲି ଧମକ ଦେଇ କୁଭାଷାରେ କହିଲା !ଦିନଦିନକୁ ମିଶିନାରୀକାର୍ଯ୍ୟ ତଳକୁ ଖସି ଯାଉଥିବା ବେଳେ, ସେ କିନ୍ତୁ ନିରୁତ୍ସାହିତ ହୋଇ ନାହିଁ !ଚାରିମାସ କାରାଗାରରେ ଥିବାବେଳେ, ଦୁଇଜଣ ଜର୍ମାନୀ ସୈନିକ ଝରକା ଠାରୁ କାଗଜ, କଲମ, କାଲି ସିଗାନଙ୍କୁ ଯୋଗାଇ ସାହାଯ୍ୟ କରିବା ଯୋଗୁ ସେ "ଦି ଗୋଡ଼ ପ୍ଲେଜିଙ୍ଗ ଷ୍ଟେଟ ଅଫ ଏ ଖ୍ରୀଷ୍ଟିଆନ ଓ ଦି ଗୋଡ଼ ପ୍ଲେଜିଙ୍ଗ ପ୍ରଫେସନ ଅଫ ଟିଚିଙ୍ଗ " ନାମକ ଦୁଇଟି ଛୋଟ ବହି ଲେଖିଲା !
ଦାଉଦ ରାଜାଙ୍କୁ ତାର ନିଜ ପୁଅ ଅବଶାଲୋମଙ୍କ ଦ୍ଵାରା ବିଦ୍ରୋହ ହେଲା ବେଳେ ଦାଉଦ ଗୁପ୍ତ ସ୍ଥାନକୁ ଚାଲିଗଲା !ସେତେବେଳେ ସିମୀୟି ଦାଉଙ୍କୁ ଦେଖି ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲି ଯାଅ ବୋଲି ଅଭିଶାପ ଦେଇ, କାରଣ ତୁ ରକ୍ତପାତୀ ମନୁଷ୍ୟ ହେତୁ ତୋରି ପାପରେ ତୁ ଛନ୍ଦି ହୋଇଛୁ କହି, ପଥର ମାରି ଘୋଡ଼ାଇଲା !ମାତ୍ର ଦାଉଦ ନୀରବରେ ଚାଲିଗଲା !ସେତେବେଳେ ଅବୀଶୟ ଦାଉଦ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇ ଯାଇ ତାହାର ମୁଣ୍ଡ କାଟି ପକାଏ !ସେତେବେଳେ ଦାଉଦ କହିଲା, , ଦେଖ ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମୀନୀୟ ଲୋକ କି ଏବେ ତତୋଧିକ ନ କରିବ ? ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି।ହୋଇପାରେ , ମୋ’ ପ୍ରତି କୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ କହିଲା (ଦ୍ୱିତୀୟ ଶାମୁୟେଲ :-16:5-12) !ଦାଉଦ ପୁନର୍ବାର ସିଂହାସନକୁ ଆସିବା ବେଳେ ସିମୀୟି ଦାଉଦ ରାଜାଙ୍କ ସମ୍ମୁଖୀନ ହୋଇ ରାଜା ମୋତେ କ୍ଷମା କରନ୍ତୁ କହି ମୁହଁ ମାଡି ପ୍ରଣାମ କଲା !
ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ତୁମ୍ଭ ଜୀବନରେ ସମସ୍ୟା, ସଂଗ୍ରାମ, ପାଇବାକୁ ଏପରି ଅନେକ କାର୍ଯ୍ୟର ସମ୍ମୁଖୀନ ହୋଇପାରେ !ତୁମ୍ଭେ କୌଣସି ଭୂଲ କରି ନ ଥିଲେ ସୁଧା ତୁମ୍ଭଙ୍କୁ ଅନେକେ ନିନ୍ଦା କରିପାରନ୍ତି !ସେଥିପାଇଁ କେବେବି ବିଚଳିତ ହେବା ଉଚିତ ନୁହେଁ !ସିଗାନଙ୍କ ବିରୁଦ୍ଧରେ ଅଧିକାରୀ ମାନେ ଠିଆ ହେଲେ !ନିନ୍ଦା ଦେଇ କଥା ହେଲେ !କିନ୍ତୁ ସେ ନୀରବରେ ରହିଲା !ଶେଷରେ ପ୍ରଭୁ ମଙ୍ଗଳ କରିଲେ !ରାଜା ଦାଉଦଙ୍କ ବିରୁଦ୍ଧରେ ସିମୀୟି ଠିଆ ହେଲା !କିନ୍ତୁ ସମୟ ଆସିବା ବେଳେ ନିନ୍ଦା ବଦଳରେ ମଙ୍ଗଳ ହେଲା !ତୁମ୍ଭେ ମଧ୍ୟ ତୁମକୁ ଅନ୍ୟମାନେ ନିନ୍ଦା କଲା ବେଳେ ନୀରବରେ ରହିଲେ ମଙ୍ଗଳ ପାଇବ !ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !
- ପି. ସ୍ଟିଉ ମାଥିଉ
ପ୍ରାର୍ଥନା ଅନୁରୋଧ :-
ଏହିମାସରେ ତାମିଲନାଡୁ ରେ ଚାଳିଶିଟି ସ୍ଥାନରେ ଯୌବନମାନଙ୍କ ନିମନ୍ତେ ହେଉଥିବା ବିଶେଷ ସମାବେଶକୁ ଯୀଶୁଖ୍ରୀଷ୍ଟଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.