By Village Missionary Movement
Tuesday, 01-Nov-2022ଆଜିର ବାକ୍ୟ (Oriya) 01-11-2022
ଯୋହନ କନସ
“ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ” - ରୋମୀୟ 12:12
ସ୍କୋଟଲାଣ୍ଡ ଦେଶରେ ପ୍ରେସ ବିଟେରିଆନ ନାମକ ମଣ୍ଡଳୀ ସ୍ଥାପକ "ଯୋହନ କନସ" ବହୁତ ଅସୁସ୍ଥତାରେ ଥିବା ବେଳେ, ତାଙ୍କ ସ୍ତ୍ରୀଙ୍କୁ ଡାକି କହିଲା, ଆରମ୍ଭରେ ମୋ ହୃଦୟକୁ ସ୍ବର୍ଶ କରିଥିବା ବାକ୍ୟଟି ପବିତ୍ର ବାଇବଲରୁ ଥରେ ପଢି ଶୁଣାଅ !ତଦ୍ରୁପ ଯୋହନ ସତର ଅଧ୍ୟାୟରେ ଥିବା ଯୀଶୁଖ୍ରୀଷ୍ଟ କରିଥିବା ଅଦ୍ଦଭୁତ କାର୍ଯ୍ୟଗୁଡିକ ତାଙ୍କ ସ୍ତ୍ରୀ ପଡ଼ିବାରୁ ଯୋହନ କନସ ଶୁଣିଲା !ତାପରେ ଯୋହନ କନସ ତାଙ୍କ ସହିତ ଥିବା ବ୍ୟକ୍ତିଙ୍କ ନିମନ୍ତେ ପ୍ରକୃତରେ ସନ୍ଧାନ କରିବାକୁ ଆରମ୍ଭ କଲା !ଆଉ ସୁସମାଚାରକୁ ପ୍ରସାରଣ କରି,ଯୀଶୁଙ୍କୁ ଜାଣି ନ ଥିବା ଲୋକଙ୍କ ନିମନ୍ତେ, ଅଳ୍ପ ଦିନରେ ମନପରିବର୍ତ୍ତନ କରିଥିବା ଲୋକଙ୍କ ନିମନ୍ତେ, ଦୁଃଖ ଅନୁଭବ କରୁଥିବା ସେବକମାନଙ୍କ ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କଲା !ତଦ୍ରୁପ ପ୍ରାର୍ଥନା କରୁଥିବା ବେଳେ, ତାଙ୍କ ଆତ୍ମା ପ୍ରଭୁଙ୍କର ନିକଟକୁ ଚାଲିଗଲା !ତାହାଙ୍କ ନିମନ୍ତେ ମେରୀ ନାମକ ରାଣୀ କହିଲା, ମୋ ଶତ୍ରୁ ସୈନିକ ଠାରୁ ଯୋହନ କନସଙ୍କ ଆଣ୍ଠୁଭଙ୍ଗା ପ୍ରାର୍ଥନା ହିଁ ମୋତେ ଅତ୍ୟଧିକ ଭାବେ ଭୟ କରାଇଲା !ସେ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ, ସେ ପ୍ରାର୍ଥନା ଦ୍ଵାରା ହିଁ ସେବାକାର୍ଯ୍ୟ କରୁଥାଏ !
ଆଜିର ଦିନରେ ପ୍ରାର୍ଥନା କହିଲେ, ଅନେକଙ୍କୁ ଭୁଲିଗଲା ସ୍ବପ୍ନ ସଦୃଶ୍ୟ ହୋଇଗଲା !ଯୀଶୁଖ୍ରୀଷ୍ଟ ଗେଥଶିମାନୀ ବଗିଚାରେ ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ କହିଲେ, ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ, ଏହା ପଚାରିବା ଦେଖୁଛୁ !ଆଉ ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ମାଥିଉ :-26:41ରେ ଯୀଶୁଖ୍ରୀଷ୍ଟ କହିବା ପଢିବା ବେଳେ, ପ୍ରାର୍ଥନା କରିବା ଉଚିତ ବୋଲି ବୋଝ ଆସୁଛି !କିନ୍ତୁ ପ୍ରାର୍ଥନା କରିବାକୁ ମନ ନ ଥିବା ବ୍ୟକ୍ତି ହୋଇ ରହୁଛୁ !ଆମେ ପ୍ରାର୍ଥନା କରିବା ଭୁଲିଗଲା ବେଳେ, ଯେପରି ପଛଘୁଞ୍ଚା ଲୋକଙ୍କ ସଦୃଶ୍ୟ ବଞ୍ଚୁଥିବା !ବାହ୍ୟ ଭାବେ ଆମ ଚାଲିଚଳନ ପ୍ରତ୍ୟକ୍ଷ ହୋଇଥିଲେବି ଆନ୍ତରିକ ଦିନଦିନକୁ ମୃତ୍ୟୁ ହେଉ ଥିବ, ଏହା ଭୁଲି ପାରିବା ନାହିଁ !ପ୍ରାର୍ଥନା ଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଉ କିଛି ଅଛି କି ବୋଲି ଜଣେ ପ୍ରଭୁଙ୍କର ଦାସ କହିଛନ୍ତି!
କେବେ ନ ଥିବା ପାପ, ଶଇତାନର ଶକ୍ତି ବୃଦ୍ଧି ହେଉଥିବା ଆଜିର ଦିନରେ ପ୍ରାର୍ଥନା ଜଣେ ଖ୍ରୀଷ୍ଟିଆନଙ୍କୁ ଅତି ଗୁରୁତ୍ୱ ଅଟେ !ବ୍ୟକ୍ତିଗତ ପ୍ରାର୍ଥନା କରୁଥିବା ପିତାମାତା ତାଙ୍କ ପରିବାରକୁ ସଂରକ୍ଷଣର ପ୍ରାଚୀର ହୋଇଥିବେ !ପ୍ରାର୍ଥନା ବିହୀନ ପିତାମାତା ଭୂଲର ଆଦର୍ଶ ହୋଇ ଥିବେ !ଯୋହନ ନାଗସଙ୍କ ପ୍ରାର୍ଥନା ଗୋଟିଏ ଦେଶରେ ପରିବର୍ତ୍ତନ ଆଣିବାର କାରଣ ଅଟେ !ଏହା ପଡୁଥିବା ବେଳେ ଦେଶରେ ପରିବର୍ତ୍ତନ ଆଣି ପାରିବା କି ନାହିଁ କିନ୍ତୁ ମୋ ପ୍ରାର୍ଥନା ଦ୍ଵାରା ମୋ ଗୃହରେ ପରିବର୍ତ୍ତନ ଆଣି ପାରିବି, ଏହା ଭାବି ଜାଗି ରହି ପ୍ରାର୍ଥନା କରନ୍ତୁ !ପ୍ରଭୁଙ୍କର ଆତ୍ମା ପ୍ରାର୍ଥନାରେ ଆପଣଙ୍କୁ ସାହାଯ୍ୟ କରୁ !ଆମେନ୍ !
- ପି. ଜେକେବ ଶଙ୍କର
ପ୍ରାର୍ଥନା ଅନୁରୋଧ :-
ଏହି ନଭେମ୍ୱର ମାସରେ ହେବାକୁ ଥିବା ସେଵା କାର୍ଯ୍ୟରେ ପ୍ରଭୁ ତାହାଙ୍କ ମହିମାକୁ ପ୍ରକାଶ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.