By Village Missionary Movement
Friday, 28-Oct-2022ଆଜିର ବାକ୍ୟ (Oriya) 29-10-2022
ଯୀଶୁଙ୍କ ନାମରେ ବିଜୟୀ
“ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି ।“ - ଯୋହନ 14:14
କୋଡିଏ ବର୍ଷ ବୟସର ଲୁଗବିଡ ନାମକ ବ୍ୟକ୍ତିର ଗୋଡ଼ ଭାଙ୍ଗି ଯିବା ଯୋଗୁ ଚାଲି ନ ପାରି ଶଯ୍ୟାଶାୟୀ ହୋଇ କଷ୍ଟରେ ସମୟ ବିତାଉ ଥାଏ !ସେ ଦିନେ ବାଇବଲ ପଢିବା ବେଳେ ଯୋହନ :-14:14 ତାଙ୍କ ହୃଦୟକୁ ସ୍ବର୍ଶ କଲା !ବାରମ୍ବାର ସେ ବାକ୍ୟକୁ ପଡ଼ୁ ଥାଏ !ଥରେ ତାଙ୍କ ମାଆଙ୍କୁ ନିଜ ପାଖକୁ ଡାକି ପଚାରିଲା, ପ୍ରଭୁ ମୋତେ ଉତ୍ତମ ସ୍ୱାସ୍ଥ୍ୟ ଦେଇ ମୁଁ ଉଠି ଚାଲିବା ପରି କରିବ କି ? ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି କହିଛନ୍ତି ତ, ଏହି ଉତ୍ତମ ମୋ ନିମନ୍ତେ କରି, ଆଶୀର୍ବାଦ କରିବ କି ? ତାଙ୍କ ମାଆ ମଧ୍ୟ ବିଶ୍ୱାସରେ ହାତ ମିଳାଇ ପ୍ରାର୍ଥନା କଲେ !
ଲୁଗବିଡ ବିଶ୍ୱାସର ସହିତ ଯୀଶୁଙ୍କୁ ବିଶ୍ୱାସ କରିବା ଆରମ୍ଭ କଲା !ତିନି ବର୍ଷ ବିତିଗଲା !ସେ ଦିନେ ଖଟରୁ ଉଠି ଚାଲିଲା, ଏବଂ ଦୌଡ଼ିବାକୁ ଲାଗିଲା !ଚବିଶି ବର୍ଷ ବୟସରେ ସେ ଯୁବକ ବାଇବଲ ହାତରେ ଧରି ଇଣ୍ଡୋନେସିଆର ସମୁଦ୍ର ଦ୍ୱିପକୁ ମିଶିନାରୀ ଭାବେ ଗଲା !ପୋପାକ ନାମରେ ନାମିତ ହୋଇ, ଖ୍ରୀଷ୍ଟ କିଏ, ଜାଣି ନ ଥିବା ବ୍ୟକ୍ତିମାନଙ୍କୁ, ସେ ତାଙ୍କ ଜୀବନରେ ଅଦ୍ଭୁତ କରିଥିବା ପ୍ରଭୁଙ୍କୁ ଘୋଷିତ କଲା ଏବଂ ସେମାନଙ୍କୁ ପ୍ରଭୁଙ୍କର ପ୍ରେମକୁ ସ୍ୱାଦ ଦେଖାଇଲା !କେତେଯେ କଷ୍ଟ, ପରିତ୍ୟକ୍ତକୁ ଧୌର୍ଯ୍ୟରେ ସହନ କରି ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲା !ସେମାନଙ୍କ ଭାଷାରେ ବାଇବଲକୁ ଅନୁବାଦ କରିବାକୁ ଆରମ୍ଭ କଲା !ସେ 1862 ମସିହା ରୁ 1876ମସିହା ମଧ୍ୟରେ 2000 ଆତ୍ମା ପାଇଲା !1878 ମସିହାରେ ସେ ପୋପାକ ଭାଷାରେ ନୂତନ ନିୟମ ପ୍ରସାରଣ କଲା !ସେହି ନୂତନ ନିୟମ ପାଇଥିବା ଆନନ୍ଦରେ ଦିନଦିନକୁ ଲୋକମାନେ ଖ୍ରୀଷ୍ଟଙ୍କ ଠାରେ ବର୍ଦ୍ଧିଷ୍ତୁ ହେବାକୁ ଲାଗିଲେ !ବର୍ତମାନ ଅନେକ ଖ୍ରୀଷ୍ଟିଆନ ଇଣ୍ଡୋନେସିଆର ସମୁଦ୍ର ଦ୍ୱିପରେ ବସବାସ କରୁଛନ୍ତି !
ହେ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭେ ପ୍ରାର୍ଥନା କଲାବେଳେ ପ୍ରଭୁ ଶ୍ରବଣ କରନ୍ତି ଏବଂ ଉତ୍ତର ଦିଅନ୍ତି ବୋଲି ବିଶ୍ୱାସରେ ପ୍ରାର୍ଥନା କରିବା ଉଚିତ !ବିଶ୍ୱାସ ବିହୀନ ପ୍ରାର୍ଥନା ଫଳପ୍ରଦ ନୁହେଁ !ଖ୍ରୀଷ୍ଟ ଆମ୍ଭ ନିମନ୍ତେ ପିତାଙ୍କ ଠାରେ ବିନତି କରିବେ ବୋଲି ଜାଣି, ଆମ୍ଭେ ପ୍ରାର୍ଥନା କଲାବେଳେ ପବିତ୍ର ଆତ୍ମା ପରମେଶ୍ୱର ମଧ୍ୟ ଆମ୍ଭ ନିମନ୍ତେ ବିନତି କରିବେ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ତାଙ୍କ ପିତାଙ୍କ ଠାରେ ପ୍ରାର୍ଥନା କରିବାକୁ ଯୋଗ୍ୟତା ଆମେ ପାଇଲୁ !ତେଣୁକରି ଯୀଶୁଙ୍କ ନାମରେ ଆମେ ବିନତି କରି ବିଜୟ ଜୀବନରେ ଜୀବନଯାପନ କରିବା !ପ୍ରଭୁଙ୍କର ଅନୁଗ୍ରହ ଆମ୍ଭଙ୍କୁ ଠିଆ କରୁ !ଆମେନ୍ !
- ଶ୍ରୀମତୀ ସାରୋଜା ମୋହନ ଦାସ
ପ୍ରାର୍ଥନା ଅନୁରୋଧ :-
ମିଡ଼ିଆ ସେବାରେ କାର୍ଯ୍ୟରତ ଦାସମାନଙ୍କୁ ପରମେଶ୍ୱର ଆବଶ୍ୟକ ଜ୍ଞାନ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.